ଆଇସିସି ପାଖରୁ ନାହିଁ ଆସିବା ପରେ ନିଜ ହାତ ଝାଡିଦେଲେ ଅମିତାଭ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ
ନୂଆଦିଲ୍ଲୀ

ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ଦେଶମାନଙ୍କ ବିରୋଧରେ କି୍ରକେଟ ଜଗତ ଲଢେଇ କରିବାର କଥାକୁ ଉଠାଇ ଭାରତୀୟ କି୍ରକେଟ ବୋର୍ଡ ଆଇସିସି ପାଖକୁ ଏକ ଚିଠି ଲେଖି ସେପରି ଆତଙ୍କବାଦକୁ ସହଯୋଗ କରୁଥିବା ଦେଶମାନଙ୍କୁ ବାସନ୍ଦ କରିବାର ଦାବି କରିଥିଲା । ପାକିସ୍ତାନର ନାଁ ଏହି ଚିଠିରେ ଅବଶ୍ୟ ଉଲ୍ଲେଖ ନଥିଲା । ତେବେ ଆଇସିସି ତାହାର ବିଶେଷ ବୈଠକରେ ଏହି ଚିଠିକୁ ଖାରଜ କରିଛି । ଆଇସିସି ଅଧ୍ୟକ୍ଷ ଶଶାଙ୍କ ମନୋହର ଏହାକୁ ଖାରଜ କଲାବେଳେ କହିଛନ୍ତି ଯେଉଁ ବିଷୟ ଏଥିରେ ଉଠାଯାଇଛି ତାହା ଆଇସିସିର କ୍ଷମତା ପରିସରଭୁକ୍ତ ନୁହେଁ । କାହିଁକି ବିସିସିଆଇ ଏପରି ଚିଠି ଦେଲା ଓ ଏକରକମ ଅପମାନରେ ପଡିଲା ବୋଲି କଥା ଉଠାଯାଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଥିଲା ବେଳେ ବୋର୍ଡର କାମଚଳା ସଚିବ ଅମିତାଭ ଚୌଧୁରୀ ପୂରା ଘଟଣାରୁ ନିଜ ହାତ ଝାଡିଦେଇଛନ୍ତି । ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ଚିଠିରେ ପାକିସ୍ତାନର ନାଁ ଲେଖା ନଯିବା ଭୁଲ୍‌ ଥିଲା କି ବୋଲି ପ୍ରଶ୍ନ ହେବାରେ ଅମିତାଭ କହିଥିଲେ ମୁଁ ସେ ଚିଠି ଲେଖିନାହିଁ । କୁହାଯାଉଛି ଭାରତୀୟ କି୍ରକେଟ ବୋର୍ଡର ସିଇଓ ରାହୁଲ ଜୋହରି ପ୍ରଶାସନିକ କମିଟି ସଦସ୍ୟଙ୍କ ସହ ଆଲୋଚନା କରି ଚିଠି ଲେଖିଥିଲେ । ତେବେ ଘଟଣାକୁ ବଢାଇବାକୁ ନଦେବା ଲକ୍ଷ୍ୟରେ ଅମିତାଭ ସ୍ପଷ୍ଟ କରିଥିଲେ ଯେ, ଏ ବିଷୟକୁ ନେଇ ଆମ ଭିତରେ କୌଣସି ମତପାର୍ଥକ୍ୟ ନାହିଁ । ଏହାଏକ ଲିଖିତ ଯୋଗାଯୋଗ ଆଇସିସି ସହ । ଏଥିରେ ଦୁଇଟି ବିଷୟ ଥିଲା । ଗୋଟିଏ ଖେଳାଳିଙ୍କ ସୁରକ୍ଷା ଏବଂ ଅନ୍ୟଟି ହେଉଛି ଦେଶମାନଙ୍କୁ ବାସନ୍ଦ କରିବା କଥା । ଭାରତୀୟ ବୋର୍ଡର ଏବେ ପ୍ରଥମ ଚିନ୍ତା ରହିଛି ବିଶ୍ୱକପ୍‌ ବେଳେ ଭାରତୀୟ ଖେଳାଳିମାନଙ୍କ ସୁରକ୍ଷା । ଆଉ ଆଇସିସି ସେହି ସୁରକ୍ଷା କଥାକୁ ଗୁରୁତ୍ୱ ଦେଇ ସମସ୍ତ ପ୍ରକାରର କାର୍ଯ୍ୟ ସେବାବଦରେ କରିବା ସକାଶେ ବିଶ୍ୱାସ ଦେଇଛି ବୋଲି ଅମିତାଭ କହିଥିଲେ । ବିଶ୍ୱକପ୍‌ ପୂର୍ବରୁ ଆଇପିଏଲ୍‌ ଅନୁଷ୍ଠିତ ହେଉଥିବାରୁ ଖେଳାଳିମାନଙ୍କ କର୍ମଚାପ ଚିନ୍ତାର ବିଷୟ ହୋଇରହିଛି । ଏ ବିଷୟରେ ଅମିତାଭ କହିଥିଲେ ଚୟନକର୍ତ୍ତାମାନେ ପ୍ରମୁଖ ଭାରତୀୟ ଏକଦିବସୀୟ ଖେଳାଳିଙ୍କର ସେହି କର୍ମଚାପ ଉପରେ ବିଶ୍ଲେଷଣ କରୁଛନ୍ତି । ହେଲେ ବର୍ତ୍ତମାନ ଯାଏଁ ଏହାର ନିର୍ଦ୍ଦିଷ୍ଟ ପ୍ରତିକାରକ ଧାରା ତିଆରି ହୋଇନାହିଁ ବୋଲି ସେ କହିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*