ଆଇସିସି ଏଲିଟ୍ ପ୍ୟାନେଲ ଅମ୍ପାୟାର ତାଲିକାରେ ନୀତୀନ୍ ସାମିଲ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଭାରତର ନିତୀନ ମୋହନଙ୍କୁ ସୋମବାର ଦିନ ଆଇସିସିର ଏଲିଟ୍ ପ୍ୟାନେଲରେ ସାମିଲ ହେବାରେ ନୀତୀନ ସର୍ବକନିଷ୍ଠ ବୋଲି ଜଣାପଡ଼ିଛି । ୨୦୨୦-୨୧ ସିଜିନ୍ ସକାଶେ ସେ ଇଂଲନ୍ଦର ନାଇଜେଲ ଲଙ୍ଗଙ୍କ ସ୍ଥାନ ନେବାକୁ ଯାଉଛନ୍ତି । ୩୬ ବର୍ଷିୟ ମୋହନ ଇତି ମଧ୍ୟରେ ୩ ଟେଷ୍ଟ ମ୍ୟାଚ୍,୨୪ ଏକଦିବସୀୟ ଏବଂ ୧୬ଟି ଟି-୨୦ ମ୍ୟାଚ୍ରେ ଦାୟିତ୍ୱ ନିର୍ବାହ କରିସାରିଛନ୍ତି । ଆଇସିସି ଏଲିଟ୍ ପ୍ୟାନେଲରେ ସାମିଲ ହେବାରେ ସେ ତୃତୀୟ ଭାରତୀୟ ଅମ୍ପାୟାର । ତାଙ୍କ ପୂର୍ବରୁ ଶ୍ରୀନିବାସନ ଭେଙ୍କଟରାଘବନ ଏବଂ ସୁନ୍ଦରମ୍ ରବି ପ୍ୟାନେଲରେ ସାମିଲ ହେବାର ଗୌରବ ପାଇଥିଲେ ।
ନିୟମିତ ଭାବରେ ଶ୍ରେଷ୍ଠ ଅମ୍ପାୟାର ଏବଂ ରେଫରୀ ମାନଙ୍କ ସହ କାମ କରିବାର ସ୍ୱପ୍ନ ମୁଁ ଦେଖି ଆସିଥିଲି ଅନେକ ବର୍ଷରୁ । ଆଇସିସିର ଘୋଷଣା ତେଣୁ ମୋ ଭିତରେ ପ୍ରବେଶ କରିପାରିନି, ମୁଁ ଏବେ ଏହି ଅନନ୍ଦରେ ଆଚ୍ଛନ୍ନ ହୋଇ ଅଛି ବୋଲି କହିଛନ୍ତି ନୀତୀନ । ୨୭ବର୍ଷ ବୟସରେ କ୍ରିକେଟ ଖେଳ ଛାଡ଼ି ଅମ୍ପାୟାର ବନିଥିଲେ ସେ । ମାତ୍ର ଗୋଟିଏ ବର୍ଷ ଭିତରେ ସେ ପାଇଯାଇଥିଲେ ବିସିସିଆଇର ସ୍ୱୀକୃତି । ଆଇସିସିର ଜେନେରାଲ ମ୍ୟାନେଜର କ୍ରିକେଟ ଜେଫ୍ ଆଲଡ଼୍ରିସ୍, ପୂର୍ବତନ କ୍ରିକେଟର ସଂଜୟ ମଞ୍ଜରେକର ଏବଂ ଦୁଇ ମ୍ୟାଚ୍ ରେଫରୀ ରଞ୍ଜନ ମଦୁଗଲେ ଓ ଡ଼େଭିଡ଼୍ ବୁନ୍ଙ୍କୁ ନେଇ ଗଠିତ ଚୟନ ସମିତି ମୋହନଙ୍କୁ ଏଲିଟ୍ ପ୍ୟାନେଲ ସକାଶେ ମନୋନୀତ କରିଛନ୍ତି ।
ଭାରତୀୟ ଘରୋଇ ଅମ୍ପାୟାର ମାନଙ୍କ ସ୍ତର ଖରାପ ହୋଇଯାଉଥିବାକୁ ନେଇ ବିଶ୍ୱରେ ଏହାର ନିନ୍ଦା କରାଯାଉଥିବା ବେଳେ ନୀତୀନଙ୍କ ପ୍ରଦର୍ଶନ ଏକ ଆଶାର କିରଣ ହୋଇ ଆସିଛି । ଏଲିଟ୍ ପ୍ୟାନେଲଙ୍କୁ ଆସିଯିବା ଦ୍ୱାରା ଏବେ ସେ ଆସନ୍ତା ଆସେସ୍ ସିଜିନ୍ରେ ଅମ୍ପାୟାରିଂ କରିପାରିବେ ବୋଲି କୁହାଯାଉଛି । ତେବେ ଆସନ୍ତା ବର୍ଷ ଭାରତ ଘରେ ଖେଳିବାକୁ ଥିବା ଇଂଲନ୍ଦ ବିପକ୍ଷ ଟେଷ୍ଟ ସିରିଜର ସମସ୍ତ ମ୍ୟାଚ୍ରେ ସେ ଅମ୍ପାୟାରିଂ କରିବା ପକ୍କା ବୋଲି ବିବେଚନା କରାଯାଉଛି । ମଧ୍ୟପ୍ରଦେଶ ପକ୍ଷରୁ ଦୁଇଟି ଲିଷ୍ଟ ଏ ମ୍ୟାଚ୍ ଖେଳିଥିବା ନୀତୀନଙ୍କ ବାପା ନରେନ୍ଦ୍ର ମେନନ୍ ବି ଆନ୍ତର୍ଜାତିକ ଅମ୍ପାୟାର ଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*