ଆଇଶା ଶୀର୍ଷକ ଫିଲ୍ମକୁ ବିରୋଧ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : ରସୁଲପୁର

ରସୁଲପୁର ବ୍ଲକ ଅଞ୍ଚଳର ମୁସଲିମ ସଂପ୍ରଦାୟ ପକ୍ଷରୁ ଆଇଶା ଶୀର୍ଷକ ଫିଲ୍ମକୁ ଘୋର ବିରୋଧ କରାଯାଇଛି । ଏ ନେଇ ଏହି ବ୍ଲକ ଅଧିନସ୍ଥ ମିର୍ଜାପୁର, ହାଜିବାଗ୍, ପଠାନ୍ ମହଲା, ଗୋପିନାଥପୁର, ଅତଲାପୁର ପ୍ରଭୃତି ଗ୍ରାମର ଶତାଧିକ ସଂଖ୍ୟାଲଘୁ ସଂପ୍ରଦାୟର ଯୁବକ ଥାନାରେ ପହଞ୍ଚô ଅଭିଯୋଗ କରିଥିଲେ । ଆଇଶା ଫିଲ୍ମରେ ସୁସଲିମ୍ ଧର୍ମାଲମ୍ବୀଙ୍କ ଧର୍ମଗ୍ରନ୍ଥରେ ମା’ ଆଇଶାଙ୍କ ଚରିତ୍ରକୁ କଦର୍ଥ କରାଯାଇଛି । ଉକ୍ତ ସିନେମାରେ ତାଙ୍କ ଚରିତ୍ରକୁ ଭିନ୍ନ ଢଙ୍ଗରେ ଉପସ୍ଥାପନା କରାଯାଇଛି । ଅଭିଯୋଗ ମୁତାବକ ଫିଲ୍ମ ନିର୍ମାତା ଉତ୍ତର ପ୍ରଦେଶ ରାଜ୍ୟ ଲକ୍ଷ୍ନୌ ସହର ବାସିନ୍ଦା ସିଂହା ସଂପ୍ରଦାୟର ୱାକଫ୍ ବୋର୍ଡ ଅଧ୍ୟକ୍ଷ ୱସିମ୍ ରିଜୱୀ ଆଇଶା ନାମକ ଫିଲ୍ମ ନିର୍ମାଣ କରିଛନ୍ତି । ଉକ୍ତ ଫିଲ୍ମ ସୁଟିଂ ଚାଲିଛି ଏବଂ ୨୦୨୦ ମସିହାରେ ସମଗ୍ର ଦେଶର ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେବ । ୱସିମ ରିଜୱୀ ଆଇଶା ମା’ଙ୍କ ଜୀବନୀ ଉପରେ ସିନେମା ନିର୍ମାଣ କରିଛନ୍ତି । ମନଗଢା କାହାଣୀକୁ ପାଥେୟ କରି ମାଙ୍କ ଚରିତ୍ରକୁ ନଗ୍ନରୂପରେ ପ୍ରଦର୍ଶିତ କରାଯାଇଛି । ଏଭଳି କାର୍ଯ୍ୟକୁ ମୁସଲମାନଙ୍କର ଧର୍ମ ବିରୋଧୀ ବୋଲି ମନେ କରାଯାଉଛି । ଏହି ସିନେମାକୁ ଅନୁମତି ଦିଆ ନଯିବା ପାଇଁ ଅଭିଯୋଗକାରୀଙ୍କ ପକ୍ଷରୁ ପୁଲିସକୁ ଅନୁରୋଧ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*