ଆଇଭିଏଫ୍‌ ଟେକ୍‌ନିକ୍‌ରେ ଜନ୍ମ ନେଲା ଚିତା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : କଲମ୍ବସ୍‌

ଆଇଭିଏଫ୍‌ ଟେକ୍ନୋଲୋଜି ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା ମହିଳାମାନେ ସନ୍ତାନ ସୁଖ ପାଉଥିଲେ । ହେଲେ ଏବେ ବିଲୁପ୍ତ ପଥରେ ଥିବା ଚିତାଙ୍କର ଜନସଂଖ୍ୟା ବୃଦ୍ଧି ପାଇଁ ବୈଜ୍ଞାନିକମାନେ ଏହି ଟେକ୍ନୋଲୋଜି ଉପରେ ଦୀର୍ଘବର୍ଷ ଗବେଷଣା ପରେ ସଫଳତା ପାଇଛନ୍ତି ।
ଆମେରିକାର କଲମ୍ବସ୍‌ ଚିଡ଼ିଆ ଘରେ ବିଶ୍ୱର ପ୍ରଥମ ଆଇଭିଏଫ୍‌ ଚିତା ଶାବକ ଆଖି ଖୋଲିଛନ୍ତି । ଏହା ବୈଜ୍ଞାନିକମାନଙ୍କ ଉଦ୍ୟମକୁ ବଡ଼ ସଫଳ କରିଛି । ଆଗକୁ ଅନ୍ୟ ବିଲୁପ୍ତ ପ୍ରଜାତିକୁ ଏହି ଟେକ୍ନୋଲୋଜି ମାଧ୍ୟମରେ ଜୀବିତ ରଖାଯାଇପାରିବାର ଆଶା ଜନ୍ମ ନେଇଛି । ଚିଡ଼ିଆଖାନାରେ ଥିବା ୩ ବର୍ଷର ଚିତା କ୍ଷେତ୍ରରେ ଏହି ଆଇଭିଏଫ୍‌ ଟେକ୍ନୋଲୋଜିର ଉପଯୋଗ କରାଯାଇଥିଲା । ବୈଜ୍ଞାନିକଙ୍କ କହିବା ଅନୁସାରେ ଗତ ୨୦ ବର୍ଷ ଧରି ଆମେ ଏହି ଟେକ୍ନୋଲୋଜି ଦ୍ୱାରା କିପରି ବିଲୁପ୍ତ ହେଉଥିବା ପ୍ରଜାତିକୁ ଉଦ୍ଧାର କରିପାରିବୁ ସେ ଦିଗରେ ଉଦ୍ୟମ କରୁଥିଲୁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*