ଆଇପିଏଲ ସଜବାଜ, ସାର୍‌ଜା ଷ୍ଟାଡିୟମର ତଦାରଖ କଲେ ସୌରଭ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ସାରଜା

ପୂର୍ବତନ ଭାରତୀୟ ଅଧିନାୟକ ତଥା ବର୍ତ୍ତମାନ ଭାରତୀୟ କି୍ରକେଟ କଣ୍ଟ୍ରୋଲ ବୋର୍ଡ଼ ସଭାପତି ସୌରଭ ଗାଙ୍ଗୁଲି ୧୩ତମ ଆଇପିଏଲ ସକାଶେ ସାରଜା ଷ୍ଟାଡିୟମରେ କିପରି ପ୍ରସ୍ତୁତି କରାଯାଇଛି ତାହାର ତଦାରଖ କରିଛନ୍ତି ମଙ୍ଗଳବାର । ୧୯ ତାରିଖରେ ୟୁଏଇରେ ୨୦୨୦ର ଆଇପିଏଲ ଆରମ୍ଭ ହେବାକୁ ଯାଉଛି । ସାର୍‌ଜା ସହ ଆବୁଧାବି ଏବଂ ଦୁବାଇ ପ୍ରତିଯୋଗିତାର ମ୍ୟାଚ ଗୁଡିକ ଖେଳାଯିବ । ସାରଜା ଷ୍ଟାଡିୟମରେ ସୌରଭଙ୍କ ନେତୃତ୍ୱରେ ବିସିସିଆଇର ଟିମ୍‌ ସାର୍‌ଜା କି୍ରକେଟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ପୂର୍ବତନ ଅଧିନାୟକ ସୌରଭ ନିଜ୍‌ ଖେଳାଳି ଜୀବନରେ ଅନେକ ସ୍ମରଣୀୟ ଇନିଂସ ଖେଳିଛନ୍ତି । ସେ ନିଜେ କିଛି ଫଟୋ ମଙ୍ଗଳବାର ଉଠାଇ ନିଜ ଇନଷ୍ଟାଗ୍ରାମରେ ଛାଡିଛନ୍ତି । ପ୍ରସିଦ୍ଧ ସାର୍‌ଜା ଷ୍ଟାଡିୟମ ଆଇପିଏଲ୍‌ ୨୦୨୦ର ମ୍ୟାଚ ଆୟୋଜନ କରିବାକୁ ଯାଉଛି ବୋଲି ନିଜ ଫଟୋ ସହ ଲେଖିଛନ୍ତି ସୌରଭ ।
ସାର୍‌ଜା କି୍ରକେଟ ଷ୍ଟାଡିୟମ ପକ୍ଷରୁ ବି ଟୁଇଟ୍‌ କରି ବିସିସିଆଇ ଟିମର ଆଗମନ କଥା ବତାଯାଇଛି । ୟୁଏଇ କି୍ରକେଟର ଘର ସାର୍‌ଜା ଷ୍ଟାଡିୟମକୁ ଆମେ ଅତ୍ୟନ୍ତ ସମ୍ମାନର ସ୍ୱାଗତ କରୁଛୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ଆଇପିଏଲ ଅଧ୍ୟକ୍ଷ ବି୍ରଜେଶ ପଟେଲ,ପୂର୍ବତନ ଆଇପିଏଲ ଅଧ୍ୟକ୍ଷ ରାଜୀବ ଶୁକ୍ଳାଙ୍କୁ । ସାର୍‌ଜା କି୍ରକେଟ ଷ୍ଟାଡିୟମର ଉପାଧ୍ୟକ୍ଷ ୱାଲିଜ୍‌ ବଖତିୟାର ଏବଂ ସିଇଓ ଖଲିଫ ବଖତିୟାର ସୌରଭ ଓ ସାଥୀମାନଙ୍କୁ ସ୍ୱାଗତ କରିଥିଲେ ।
ସୌରଭ ନିଜ ଟିମ୍‌ ସହ ଷ୍ଟାଡିୟମର ବିଭିନ୍ନ ଭାଗ ସହ ପଡ଼ିଆ ଓ ଡ୍ରେସିଂରୁମ ତଦାରଖ କରିଥିଲେ । ନିକଟରେ କୋଭିଡ ନିୟମ ପାଳନ ସକାଶେ ସାର୍‌ଜା ଷ୍ଟାଡିୟମରେ ବ୍ୟାପକ ଭିତ୍ତିଭୂମି ବିକାଶ କରାଯାଇଛି । ରୟାଲ ସୁଟ୍‌, କମେଣ୍ଟି୍ର ବକ୍ସ, ଭିଆଇପିଙ୍କ ମ୍ୟାଚ ଦେଖା ସ୍ଥାନ ଆଦିର ନବୀକରଣ କରାଯାଇଛି । ସାର୍‌ଜା ଠାରେ ପ୍ରଥମ ଆଇପିଏଲ ମ୍ୟାଚ ୨୨ତାରିଖ ଦିନ ରାଜସ୍ଥାନ ରୟାଲ୍ସ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ହେବ ।
ସଂଗରୋଧ କମାଇବାକୁ ଅନୁରୋଧ
ଆଇପିଏଲ ଖେଳିବାକୁ ଏଠାକୁ ଆସିବାକୁ ଥିବା ଅଷ୍ଟ୍ରେଲିଆ ଓ ଇଂଲନ୍ଦର ଖେଳାଳିମାନେ ବିସିସିଆଇକୁ ଅନୁରୋଧ କରିଛନ୍ତି ସଂଗରୋଧ ନିୟମ ଟିକିଏ କୋହଳ କରିବାକୁ । ୧୬ତାରିଖରେ ଶେଷ ଏକଦିବସୀୟ ମ୍ୟାଚ ମାଞ୍ଚେଷ୍ଟରରେ ଖେଳିବା ପରେ ୧୭ତାରିଖରେ ଖେଳାଳିମାନେ ୟୁଏଇରେ ପହଞ୍ଚôବେ । ଏଠାରେ ସେମାନଙ୍କୁ ବର୍ତ୍ତମାନର ନିୟମ ଅନୁସାରେ ୬ଦିନ ସଂଗରୋଧରେ ରହିବାକୁ ପଡ଼ିବ । ବର୍ତ୍ତମାନ ଏକଦିବସୀୟ ସିରିଜରେ ସାମିଲ ଥିବା ୨୧ଜଣ ଖେଳାଳି ୧୭ତାରିଖ ଦିନ ମାଞ୍ଚେଷ୍ଟରରୁ ଏକ ଚାର୍ଟର ବିମାନରେ ସିଧା ଆସି ଦୁବାଇରେ ପହଞ୍ଚôବେ । ସେମାନେ ବାୟୋବେଲରୁ ଏୟାର ବି୍ରଜ ବ୍ୟବସ୍ଥାରେ ଦୁବାଇ ଆସୁଥିବାରୁ ସଂଗରୋଧ ୩ଦିନ କରିବାକୁ ସେମାନେ ଅନୁରୋଧ କରିଛନ୍ତି । ଯଦି ୩ ଦିନ କରାଯାଏ ତା’ ହେଲେ ସେମାନେ ୧୯ ତାରିଖର ପ୍ରଥମ ମ୍ୟାଚ ପାଇଁ ଉପଲବ୍ଧ ହୋଇପାରିବ । ନହେଲେ ୬ଦିନିଆ ସଂଗରୋଧ ଶେଷ କଲେ ଏହି ୨୧ଜଣ ଖେଳାଳିଙ୍କ ଲାଗି ପଡିଆକୁ ଓହ୍ଲାଇବା ଦିନ ୨୩ତାରିଖ ଦିନ ହେବ । ଅର୍ଥାତ୍‌ ସେମାନେ ୪ଦିନର ଖେଳ ମିସ୍‌ କରିବେ ।
ଗୋଟିଏ ବି ମ୍ୟାଚ ମିସ୍‌ କରିବାକୁ ଚାହୁଁନଥିବା ଏହି ଖେଳାଳିମାନେ ସୌରଭ ଗାଙ୍ଗୁଲିଙ୍କୁ ମିଳିତ ଭାବରେ ଅନୁରୋଧ କରିଛନ୍ତି । ଏଠାରେ ସୌରଭ ଥିଲେ ବି ଏ ବାବଦରେ କିଛି ପ୍ରତିକି୍ରୟା ଦେଇ ନଥିଲାବେଳେ ଜଣେ ବରିଷ୍ଠ ବିସିସିଆଇ ଅଧିକାରୀ କିନ୍ତୁ ହଁ ୩ଦିନ ସଂଗରୋଧ କରିଦେବାର ଅନୁରୋଧ ଆସିଛି ବୋଲି ପ୍ରକାଶ କରିଛନ୍ତି । ଖେଳାଳିମାନେ ସୌରଭଙ୍କୁ ଅନୁରୋଧ କଲାବେଳେ ଲେଖିଛନ୍ତି ଯେ ସେମାନେ ପ୍ରଥମେ ଅଷ୍ଟ୍ରେଲିଆ ଓ ପରେ ଇଂଲନ୍ଦରେ ବାୟୋବେଲରେ ଥିଲେ । ବାହାରର କାହା ସହ ସେମାନେ ମିଳିନାହାନ୍ତି । ମାଞ୍ଚେଷ୍ଟର ଓ ସାଉଥମ୍ପଟନର ଷ୍ଟାଡିୟମରେ ଥିବା ହିଲଟନ୍‌ ହୋଟେଲଷର ସେମାନେ ଥିଲେ । ପ୍ରତି ୫ମ ଦିନରେ ତାଙ୍କର ସବୁ କୋଭିଡ ଟେଷ୍ଟ କରାଯାଇଛି । ତେଣୁ ଏକ ବାୟୋବେଲରୁ ଆଉ ଏକ ବାୟୋ ବେଲକୁ ପ୍ରବେଶ ପାଇଁ ୩ଦିନ ସଂଗରୋଧ ଯଥେଷ୍ଟ ବୋଲି ସେମାନେ କହିଛନ୍ତି ।

ନାଚିଲେ ମାହୀ
ଚେନ୍ନାଇ ଦଳର ଆଇପିଏଲ ପ୍ରସ୍ତୁତି ଏଥର ଭଲ ରହିନାହିଁ ହେଲେ କ୍ରମେ ସବୁ କିଛି ବାଟକୁ ଆସୁଛି । ପ୍ରାକ୍ଟିସ୍‌ ବେ ଫୁଲ୍‌ ଦମରେ ଚାଲିଥିଲା ବେଳେ ସୋସିଆଲ ମିଡିଆରେ ବି ଦଳର ଭିଡିଓ ଭାଇରାଲ ହେବା ଆରମ୍ଭ କଲାଣି । ନିଜର ନୂଆ ଜର୍ସିର ପ୍ରଦର୍ଶନ କରିବା ପାଇଁ ଏକ ନାଚ ଭିଡିଓ ତିଆରି କରାଯାଇଛି । ଯେଉଁଥିରେ କ୍ୟାପଟେନ୍‌ କୁଲ୍‌ ଧୋନୀଙ୍କ ସହ ସେନ୍‌ ୱାଟସନ ଏବଂ ମୂରଲୀ ବିଜୟ ଅଣ୍ଟା ହଲାଇ ନାଚୁଥିବା ଦେଖିବାକୁ ମିଳୁଛି । ଆଉ ଏକ ଭିଡିଓରେ ମାହୀ ଜାଡେଜା, ଡୁପ୍ଲେସିସ୍‌ ଏବଂ କେଦାର ଯାଦବଙ୍କ ସହ ନାଚୁଥିବାର ବି ଦେଖିବାକୁ ମିଳୁଛି । ଚେନ୍ନାଇ ପ୍ରଶଂସକ ଖୁବ୍‌ ପସନ୍ଦ କରୁଛନ୍ତି ଏହି ଭିଡିଓକୁ ।

ପ୍ରସ୍ତୁତ ସ୍ପେଶାଲ ବଲ୍‌
ଗତବର୍ଷ ଖରାପ ପ୍ରଦର୍ଶନ ପରେ କୋଲକାତା ନାଇଟ୍‌ ରାଇଡର୍ସର ଭାରତୀୟ ଷ୍ଟାର ସ୍ପିନର କୁଲଦୀପ ଯାଦବଙ୍କ ଉପରେ ପ୍ରବଳ ଚାପ ଏଥର ସୃଷ୍ଟି ହୋଇସାରିଛି । ହେଲେ ଯାଦବ ଏଥିରେ ତିଳେ ମାତ୍ର ବ୍ୟତିବ୍ୟସ୍ତ ନାହାନ୍ତି । ବରଂ ସେ ନିଜ ଆତ୍ମବିଶ୍ୱାସ ଓ ପ୍ରସ୍ତୁତି ବତାଇବାକୁ ଯାଇ କହିଛନ୍ତି ଯେ ଖାସ୍‌ ଏଥରର ଆଇପିଏଲ ପାଇଁ ସେ ନୂଆ ଟି୍ରକ ଓ ନୂଆ ପ୍ରକାରର ବଲ୍‌ ପକା ଅଭ୍ୟାସ କରିଛନ୍ତି । ପରିସଂଖ୍ୟାନ ଦୃଷ୍ଟିରୁ କୁଲଦୀପଙ୍କ ପାଇଁ ୨୦୧୯ ଆଇପିଏଲ ଖୁବ୍‌ ଖରାପ ଯାଇଥିଲା । ୯ ମ୍ୟାଚରେ ୪ ୱିକେଟ ତାହା ପୁଣି ୮.୬୬ ହାରରେ ସେ ନେଇଥିଲେ । ୨୫ବର୍ଷୀୟ କୁଲଦୀପ କହିଛନ୍ତିି ଏଥରର ଆଇପିଏଲ ପାଇଁ ସେ ନୂଆ ଭେରାଇଟିର ବଲ୍‌ ପକାଇବା ଶିଖିଛନ୍ତି । ଟି-୨୦ରେ କେଉଁ ପ୍ରକାର ବୋଲିଂ ଦେବ ସେ କୌଶଳ ଏଥର ତେଜ୍‌ କହିଛନ୍ତି । ୟୁଏଇର ଧୁଳିଆ ପିଚରେ ତାଙ୍କ ପ୍ରକାର ବୋଲିଂ ସଫଳତା ଆଣିଦେବ ବୋଲି ବିଶ୍ୱାସ ପ୍ରକଟ କରିଛନ୍ତି କୁଲଦୀପ । ଗତ ଆଇପିଏଲର ବିଫଳତାରୁ ମୁଁ ଅଭିଜ୍ଞତା ପାଇଛି । ତେଣୁ ଏଥର ସଫଳ ହେବାକୁ ନୂଆ କିଛି ପ୍ଳାନ କରିଥିବା କହିଥିଲେ କୁଲଦୀପ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*