ଆଇପିଏଲ୍‌-୧୩ ଭବିଷ୍ୟତ ବାବଦରେ ମୋ ପାଖେ କିଛି ଉତ୍ତର ନାହିଁ: ସୌରଭ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : କୋଲକାତା

ଭାରତୀୟ କ୍ରିକେଟ ବୋର୍ଡର ସଭାପତି ସୌରଭ ଗାଙ୍ଗୁଲୀ ମଙ୍ଗଳବାର ଦିନ କହିଛନ୍ତି ବର୍ତ୍ତମାନର ଯେଉଁ ପରିସ୍ଥିତି ଦେଶ ଓ ବିଶ୍ୱରେ ରହିଛି ସେ ସ୍ଥିତିରେ ଏଥରର ଆଇପିଏଲ ବାବଦରେ ଉତ୍ତର ଦେବା ସକ୍ଷମ ନୁହେଁ । ମାର୍ଚ୍ଚ ୨୯ ତାରିଖରୁ ଆଇପିଏଲ ଆରମ୍ଭ ହେବାର ଥିଲା । ହେଲେ ଏହାକୁ ୧୫ ଏପ୍ରିଲ ପର୍ଯ୍ୟନ୍ତ ଗଡ଼େଇ ଦିଆଯାଇଛି । ହେଲେ ତା ପରେ ଯେ, ଆଇପିଏଲ ଖେଳା ଯାଇ ପାରିବ ତାହାର କୌଣସି ନିଶ୍ଚିତତା ନାହିଁ । ଭାରତରେ ୫୦୦ରୁ ବେଶୀ କରୋନା ପଜେଟିଭ୍‌ ରୋଗୀ ବାହାରି ସାରିଥିଲା ବେଳେ ତଥା ଲକ୍‌ ଡାଉନର ବ୍ୟବସ୍ଥା ଜାରି ରହିଥିବାରୁ ଆଇପିଏଲ ସହ ଜଡ଼ିତ ସମସ୍ତଙ୍କ ସହ ଆଲୋଚନା ବି କରାଯାଇ ପାରୁ ନାହିଁ । ଆଇପିଏଲକୁ ସ୍ଥଗିତ ରଖିବାର ୧୦ ଦିନ ତଳେ ଆମେ ଯେଉଁ ଅବସ୍ଥାରେ ଥିଲୁ ସେ ଅବସ୍ଥା ଆଜି ବି ରହିଛି । ତେଣୁ ଆଇପିଏଲର ଭବିଷ୍ୟତକୁ ନେଇ ବର୍ତ୍ତମାନ ପ୍ରଶ୍ନ କରାଗଲେ ମୋ ପାଖେ ଉତ୍ତର ନାହିଁ ବୋଲି କହିବି । ଏଥି ସହ ସୌରଭ କହିଛନ୍ତି କରୋନା ମୁକାବିଲା ପାଣ୍ଠିରେ ଭାରତୀୟ କ୍ରିକେଟ ବୋର୍ଡ ବଡ଼ ଅନୁଦାନ ଦେବ । ସେ ଏ ବାବଦରେ ସମ୍ପାଦକ ଜୟ ଶାହାଙ୍କ ସହ ଆଲୋଚନା କରି ଘୋଷଣା କରିବେ ବୋଲି କହିଛନ୍ତିି ସୌରଭ ।
ମୋ ସହରକୁ ଏମିତି ଦେଖିବି
କଳ୍ପନା କରି ନଥିଲି
ଜାତୀୟ ଲକ୍‌ ଡାଉନ୍‌ ସମୟରେ କୋଲକାତାର ସବୁବେଳେ ବ୍ୟସ୍ତ ରହୁଥିବା ରାସ୍ତାଘାଟ ସମ୍ପୂର୍ଣ୍ଣ ଶୂନ୍‌ଶାନ୍‌ ହୋଇଯାଇଛି । ମୋ ଜୀବନରେ ଏପରି ଅବସ୍ଥା କୋଲକାତାର ଦେଖିବି ବୋଲି କେବେ ବି କଳ୍ପନା କରି ନଥିଲି । ସମସ୍ତେ ସୁରକ୍ଷିତ ରୁହନ୍ତୁ । ଏହା ଦ୍ୱାରା ନିଶ୍ଚିତ ଭାବେ ଭଲ ଘଟିବ ବୋଲି ସୌରଭ କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*