ଆଇପିଏଲରେ ଡ଼ବଲ ଲଢ଼େଇ : ଧୋନୀ ସେନାର ଆଜି ଦିଲ୍ଲୀ ଟେଷ୍ଟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ସାର୍ଜା

ଚେନ୍ନାଇ ସୁପର କିଙ୍ଗ୍ସର ଅଭିଯାନ ଫେରିଛି ଟ୍ରାକ୍କୁ । ଏହା ସମ୍ଭବ ହୋଇଛି ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ସ୍ମାର୍ଟ ନେତୃତ୍ୱ ସକାଶେ । ଶନିବାର ଦମ୍ଦାର ଖେଳୁଥିବା ଦିଲ୍ଲୀ କ୍ୟାପିଟାଲ୍ସର ସହ ସିଏସ୍କେର ଲଢ଼େଇ ହେବାକୁ ଯାଉଥିଲା ବେଳେ ଧୋନୀଙ୍କ କ୍ୟାପଟେନସିପ୍ର ବଡ଼ ଟେଷ୍ଟ ହେବ । ସନ୍ରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଧୋନୀଙ୍କ ସବୁ ଗୋଟି ଚାଳନା କାମ ଦେଇଥିଲା । ସେହି ରଣନୀତି ସହ ଦିଲ୍ଲୀକୁ ମାତ୍ ଦେଇ ନିଜ ଅଭିଯାନ ସୁରକ୍ଷିତ ରଖିବାକୁ ଚାହିଁବେ ଧୋନୀ । ସାମ୍ କରନଙ୍କୁ ଉପରୁ ପଠାଇବା ହେଉ କି ଦୀପକ ଚହରଙ୍କ ୪ଟି ଯାକ ଓଭର ମୂଳରୁ ସାରିବା ହେଉ ଧୋନୀଙ୍କ କୌଶଳ କାମ ଦେଇଥିଲା ଦଳର ସଫଳତା ସକାଶେ । ଏଠାରେ ସ୍ପିନରଙ୍କ ଭୂମିକା ଅଧିକ ରହୁଥିବାରୁ ଚେନ୍ନାଇ ୩ ସ୍ପିନର ରବିନ୍ଦ୍ର ଯାଡ଼େଜା,କର୍ଣ୍ଣ ଶର୍ମା ଏବଂ ପିଉଷ ଚାୱଲାଙ୍କୁ ନେଇ ଶନିବାର ବି ଖେଳିବ । ହାଇଦ୍ରାବାଦ ବିପକ୍ଷ ବିଜୟ ଧାରାକୁ ଜାରି ରଖିବାର ପ୍ରୟାସ କରିବ ୩ ଥରର ଚମ୍ପିଆନ୍ ସିଏସ୍କେ ।
ତେବେ ଧୋନୀ ସେନା ପାଇଁ ଦିଲ୍ଲୀ ବିପକ୍ଷ ମ୍ୟାଚ ଆଦୌ ସହଜ ହେବ ନାହିଁ । ଦ୍ରୁତ ଗତି ପାଇସାରିଥିବା ରାବାଡ଼ା ଓ ଆନ୍ରିକଙ୍କ ତୁଷାର ଦେଶପାନେ୍ଦ ସାମିଲ ହୋଇ ପେସ୍ ତାକତ୍ ବନାଇ ସାରିଛନ୍ତି । ଏମାନଙ୍କୁ ବଢ଼ିଆ ସାଥ୍ ଦେଉଛନ୍ତି ଅଶ୍ୱିନ ଏବଂ ଅକ୍ସର । ଏକ ବଢ଼ିଆ ବୋଲିଂ ୟୁନିଟ୍ ସହ ବ୍ୟାଟିଂ ବିଭାଗ ବି ବେଶ୍ ପାରଙ୍ଗମ ଅଛି । ଆଉ ଏକ ପୃଥ୍ୱୀ ସ’ର ଆଶା କରିବ ଦଳ । ହେଲେ ଅଧିନାୟକ ଶ୍ରେୟାସଙ୍କ ଫିଟ୍ନେସ୍କୁ ଦେଖି ଦଳର ଚିନ୍ତା ଅଛି । ହୁଏତ ଶନିବାର ମ୍ୟାଚ ଆରମ୍ଭ ହେଲା ବେଳକୁ ସେ ଫିଟ୍ ହୋଇଯାଇପାରନ୍ତି ।
ରୟାଲ-ରୟାଲ ଟକ୍କର
ଦୁବାଇରେ ଶନିବାର ଦିନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ରାଜସ୍ଥାନ ରୟାଲ୍ସର ମଧ୍ୟରେ ଏକ ହାଇ ଭୋଲଟେଜ ମ୍ୟାଚର ମାହୋଲ ବନିବାକୁ ଯାଉଛି । ତ୍ରୁଟିପୂର୍ଣ୍ଣ ରହି ଚାଲିଥିବା ରୟାଲ୍ସ ବିପକ୍ଷରେ ବିଜୟର ଆଶାରେ ରହିଛନ୍ତି ରୟାଲର ଅଧିନାୟକ ବିରାଟ କୋହଲୀ । ନିଜ ଶେଷ ମ୍ୟାଚରେ ପଞ୍ଜାବ ବିପକ୍ଷରେ ବ୍ୟାଟିଂକ୍ରମରେ ବିରାଟ ଭୁଲ କରି ସେ ଯେପରି ଦୁଇ ଯୁବା ଖେଳାଳି ୱାଶିଂଟନ୍ ସୁନ୍ଦର ଓ ଶୁଭମ ଦୁବେଙ୍କୁ ଏବିଙ୍କ ଉପରେ ପଠାଇଥିଲେ ସେ ତ୍ରୁଟି ଶନିବାର ଆଦୌ ନ କରିବା ଦରକାର କୋହଲୀଙ୍କ ପକ୍ଷରେ । ୮ ମ୍ୟାଚରୁ ୫ ବିଜୟ ସହ ବିରାଟଙ୍କ ଦଳ ଏବେ ବି ଟପ୍-୪ରେ ଆସିବାର ସମ୍ଭାବନା ମଧ୍ୟରେ ଅଛି । ତେଣୁ ଦୁର୍ବଳ ଥିବା ରୟାଲ୍ସ ବିପକ୍ଷରେ ଭାବିଚିନ୍ତି ରଣନୀତି କରି ବିରାଟଙ୍କୁ ଖେଳିବା ଦରକାର । ଅପର ପକ୍ଷରେ ଲଗାତାର ଟପ୍ ଅର୍ଡ଼ର ବ୍ୟାଟିଂ ବିଫଳତା ଦେଖୁଥିବା ରାଜସ୍ଥାନ ପାଇଁ ସ୍ଥିତି ଅତି ଖରାପ । ୮ ମ୍ୟାଚରୁ ୫ରେ ହାରି ଦଳ ଅଛି ୭ମ ସ୍ଥାନରେ । ଶନିବାର ପରାଜୟ ଅର୍ଥ ଟପ୍-୪ରେ ଆସିବାର ଆଶାକୁ ଏକରକମ ଛାଡ଼ିବାକୁ ପଡ଼ିବ । ହୁଏତ ନିଜ ତୃତୀୟ ମ୍ୟାଚରେ ବେନ୍ ଷ୍ଟୋକ୍ସ କିଛି ଅଲରାଉନ୍ଦ କମରଲ କରିପାରନ୍ତି ଦଳକୁ ଜିତାଇବା ସକାଶେ । ଦଳର ବୋଲିଂ ମୋଟାମୋଟି ଠିକ୍ ଅଛି । ହେଲେ ଷ୍ଟିଭ ସ୍ମିଥ୍,ସଞ୍ଜୁ ସାମସନ୍, ବଟଲରଙ୍କୁ ଏକାଠି ଚମକିବା ଦରକାର ବ୍ୟାଟରେ । ତାହେଲେ ଯାଇ ସେମାନେ ବିରାଟଙ୍କ ଦଳ ବିପକ୍ଷରେ ପାଇପାରିବେ ବିଜୟ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*