ଆଇଟି ସେକ୍ଟରରେ ହୋଇପାରେ ବଡ ଛଟେଇ! ୨ଲକ୍ଷ କର୍ମଚାରୀ ଆଶଙ୍କାରେ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ଦେଶର ଆଇଟି ସେକ୍ଟରରେ ଚାକିରି ଯିବାର ଧାରା ଥମିବାର ନାମ ହେଉନାହିଁ । ନିଯୁକ୍ତି ବିଶେଷଜ୍ଞଙ୍କ କହିବାନୁସାରେ ଆଶଙ୍କା ଏକବର୍ଷ ମଧ୍ୟରେ ଆଇଟି ସେକ୍ଟରରେ ୨ଲକ୍ଷ ପର୍ଯ୍ୟନ୍ତ ଛଟେଇ ହୋଇପାରେ । ଇନେଫୋସିସ୍‌ ଏବଂ କଗ୍ନିଜାଣ୍ଟ୍‌ ଗତ ୬ମାସ ମଧ୍ୟରେ ହଜାର ସଂଖ୍ୟକ କର୍ମଚାରୀଙ୍କୁ ବିଦା କରିସାରିଲେଣି ।
ନ୍ୟାସନାଲ୍‌ ଆସୋସିଏସନ୍‌ ଅଫ୍‌ ସଫ୍ଟୱେୟାର ଆନ୍ଦ୍‌ ସର୍ଭିସେସ୍‌ କମ୍ପାନୀ ନାସକମ୍‌ ପକ୍ଷରୁ କୁହାଯାଇଛି ଯେ, ଆଇଟି ସର୍ଭିସେସ୍‌ କମ୍ପାନୀମାନେ ନିଜର ଅତିରିକ୍ତ କର୍ମଚାରୀଙ୍କୁ ଛଟେଇ କରିବାର ଧାରା ଜାରି ରଖିଛନ୍ତି । ଏହା ଆସନ୍ତା ୩ବର୍ଷ ପର୍ଯ୍ୟନ୍ତ ରହିବାର ସମାନ ରହିଛି । ତେବେ ଛଟେଇର ଏହି ପରିସ୍ଥିତିରେ ବିଗ୍‌ ଡାଟା, ଡାଟା ଆନାଲିଟିକ୍ସ, ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସୀ, ମେସିନ ଲର୍ଣ୍ଣିଂ,ସାଇବର ସିକୁ୍ୟରିଟି ଆଦି କ୍ଷେତ୍ରର ପ୍ରଫେସନାଲ୍‌ଙ୍କ ଚାହିଦା ବଢିବାରେ ଲାଗିଛି । ନାସକମର ବରିଷ୍ଠ ଉପସଭାପତି ସଙ୍ଗୀତା ଗୁପ୍ତା କହିଛନ୍ତି ଯେ, ଇନ୍ଦଷ୍ଟି୍ର ଏବେ ବଡ ଜୋରରେ ବଦଳିବାରେ ଲାଗିଛି । ତେଣୁ ଇନ୍ଦଷ୍ଟି୍ରରେ ବନି ରହିବାକୁ ହେଲେ ପ୍ରଫେସନାଲ୍‌ ମାନଙ୍କୁ ନିଜ ଜ୍ଞାନ ଏବଂ ଦକ୍ଷତାକୁ ଲଗାତାର ଅପଡେଟ୍‌ କରିବାକୁ ପଡ଼ିବ । ଯେଉଁମାନେ ଏହା କରିପାରୁନାହାନ୍ତି, ସେମାନଙ୍କ ଚାକିରି ଯିବା ସମ୍ଭାବନା ଅଧିକ ରହିଛି । ଏହି ପରିସ୍ଥିତି ଆଗାମୀ ୩ବର୍ଷ ପର୍ଯ୍ୟନ୍ତ ରହିବାର ସମ୍ଭାବନା ଅଛି । ଏହା ସତ୍ତ୍ୱେ ଦକ୍ଷ ପ୍ରଫେସନାଲ୍‌ଙ୍କ ଚାହିଦା ବଜାରରେ ରହିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*