ଆଇଏମ୍‌ଏଫ୍‌ ମୁଖିଆ କହିଲେ ଭାରତ ଉପରେ ଦେଖାଦେଇଛି ବିଶ୍ୱ ମାନ୍ଦାବସ୍ଥାର ପ୍ରଭାବ

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ନିର୍ଭୟ ମିଡ଼ିଆ : ମୁମ୍ବାଇ

ସମଗ୍ର ବିଶ୍ୱର ଅର୍ଥବ୍ୟବସ୍ଥା ଏବେ ମାନ୍ଦାବସ୍ଥା ଦେଇ ଗତି କରୁଛି । ଯେଉଁ କାରଣରୁ ବିଶ୍ୱ ଅର୍ଥନୀତିର ଅଭିବୃଦ୍ଧିହାର ଗତ ୧୦ବର୍ଷ ମଧ୍ୟରେ ସବୁଠୁ କମ୍‌ ସ୍ତରରେ ପହଞ୍ଚିବାର ସମ୍ଭାବନା ସୃଷ୍ଟି ହୋଇଛି । ଏହା କହିଛନ୍ତି ଆନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌)ମୁଖିଆ କ୍ରିଷ୍ଟାଲିନା ଜେରୋଜିଏଭା । ଦାୟିତ୍ୱ ଗ୍ରହଣ କରିବା ପରେ ନିଜର ପ୍ରଥମ ସମ୍ବୋଧନରେ ସେ କହିଛନ୍ତି ଯେ, ଭାରତ ଭଳି ବିକଶିତ ବଜାର ଉପରେ ମଧ୍ୟ ମାନ୍ଦାବସ୍ଥାର ପ୍ରଭାବ ପଡୁଥିବା ସ୍ପଷ୍ଟ ଦେଖିବାକୁ ମିଳୁଛି ।
କ୍ରିଷ୍ଟାଲିନା କହିଛନ୍ତି ଯେ, ଦୁଇବର୍ଷ ପୂର୍ବରୁ ବିଶ୍ୱ ଅର୍ଥବ୍ୟବସ୍ଥା ଏକ ସକରାତ୍ମକ ଦିଗରେ ଆଗକୁ ବଢୁଥିଲା । ଜିଡିପି ସଂଖ୍ୟା ହିସାବରେ ବିଶ୍ୱ ଅର୍ଥନୀତିର ୭୫ଭାଗ ଦ୍ରୁତ ବିକାଶ କରୁଥିଲା । ମାତ୍ର ବ୍ୟବସାୟୀକ ଲଢେଇ କାରଣରୁ ବିଶ୍ୱ ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି ଉପରେ ନକରାତ୍ମକ ପ୍ରଭାବ ପଡିଛି । ଦୁଇଦେଶ ମଧ୍ୟରେ ବାଣିଜି୍ୟକ ଲଢେଇ କାରଣରୁ ବିଶ୍ୱ ବ୍ୟାପାର ଅଭିବୃଦ୍ଧିର ଗତି ଥମିଯାଇଛି । ତେଣୁ ଏହି ଦୁଇଦେଶ ମଧ୍ୟରେ ଆପୋଷ ଆଲୋଚନା ମାଧ୍ୟମରେ ସମାଧାନର ବାଟ ତୁରନ୍ତ କାଢିବା ଦରକାର । ଏହା ନହେଲେ ବାଣିଜି୍ୟକ ଲଢେଇର ପ୍ରଭାବରେ ସବୁ ଦେଶ ପ୍ରଭାବିତ ହେବେ ।
ଆଇଏମ୍‌ଏଫ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଭାରତର ଅଭିବୃଦ୍ଧି ହାର ଆକଳନକୁ ହ୍ରାସ କରିଛି । ପୂର୍ବରୁ ଆଇଏମଏଫ ଭାରତର ଅଭିବୃଦ୍ଧିହାର ୭.୩୦ ପ୍ରତିଶତ ରହିବାର ଆଶା ରଖିଥିଲା ବେଳେ ଏବେ ଏହାକୁ ୭ ପ୍ରତିଶତ କରିଛି । ଘରୋଇ ବଜାରରେ ଚାହିଦା ହ୍ରାସ ଅଭିବୃଦ୍ଧିକୁ ପ୍ରଭାବିତ କରିବ ବୋଲି ଆଇଏମଏଫ୍‌ ସ୍ପଷ୍ଟ କରିଛି ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*