ଆଇଏମ୍‌ଏଫ୍‌ ଦେଲା ଖୁସି ଖବର, ୨୦୨୧ରେ ଅର୍ଥବ୍ୟବସ୍ଥାରେ ଦେଖାଦେବ ୮.୮ପ୍ରତିଶତର ଜବରଦସ୍ତ ବୃଦ୍ଧି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

କରୋନା ଭାଇରସ କାରଣରୁ ଭାରତର ଅର୍ଥବ୍ୟବସ୍ଥା ବଡ ପ୍ରଭାବିତ ହୋଇଛି । ଚଳିତ ଆର୍ଥିକ ବର୍ଷରେ ୧୦.୩ପ୍ରତିଶତ ହ୍ରାସର ସମ୍ଭାବନା ସୃଷ୍ଟି ହୋଇଛି । ଆଉ ଏହି ପରିସ୍ଥିତିରେ ୨୦୨୧ ପାଇଁ ଭଲ ଖବର ଆଣିଛି ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ।
ଆଇଏମ୍‌ଏଫ୍‌ ପକ୍ଷରୁ ଜାରି ବିଶ୍ୱ ଆର୍ଥିକ ପରିଦୃଶ୍ୟ ଶୀର୍ଷକ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ୨୦୨୦ ଆର୍ଥିକ ବର୍ଷରେ ବିଶ୍ୱ ଅର୍ଥବ୍ୟବସ୍ଥାରେ ୪.୪ପ୍ରତିଶତର ହ୍ରାସ ଦେଖାଯିବାକୁ ଥିବାବେଳେ ୨୦୨୧ରେ ଏହା ୫.୨ ପ୍ରତିଶତର ବୃଦ୍ଧି ହୋଇପାରେ । ଭାରତ ପରିପ୍ରେକ୍ଷୀରେ ଆଇଏମ୍‌ଏଫ୍‌ ରିପୋର୍ଟ ଦର୍ଶାଇଛି ଯେ, ୨୦୨୧ରେ ଭାରତୀୟ ଅର୍ଥବ୍ୟବସ୍ଥାରେ ଜବରଦସ୍ତ ୮.୮ ପ୍ରତିଶତ ବୃଦ୍ଧିର ସମ୍ଭାବନା ଅଛି । ଏଥିସହ ଭାରତ ଚୀନକୁ ପଛରେ ପକାଇ ଦ୍ରୁତ ଅଭିବୃଦ୍ଧି ହାସଲ କରୁଥିବା ଅର୍ଥନୀତିର ମାନ୍ୟତା ପୁଣିଥରେ ପାଇପାରେ । ଏହି ସମୟରେ ଚୀନର ଆର୍ଥିକ ଅଭିବୃଦ୍ଧି ହାର ୮.୨ ପ୍ରତିଶତ ରହିବାର ଅନୁମାନ କରିଛି ଆଇଏମ୍‌ଏଫ୍‌ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*