ଆଇଏମ୍ଆଇଏସରେ ଜାତୀୟ ସମ୍ମିଳନୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର
ଆଇଏମ୍ଆଇଏସ, ଭୁବନେଶ୍ୱର ସ୍ୱାଗତ ବିହାର ପରିସରରେ ‘କର୍ପୋରେଟ ସୋସିଆଲ ରେସପନସିବିଲିଟି ଆନ୍ଦ ସସଷ୍ଟେନେବିଲିଟି’ ଶୀର୍ଷକ ଏକ ଜାତୀୟସ୍ତରର ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ତ୍ରିଜିବଚନ୍ଦ୍ର ହୋତା, ବରିଷ୍ଠ ଉପଦେଷ୍ଠା ଓ ଏକ୍ଜିକୁ୍ୟଟିଭି ଉପ- ସଭାପତି ବିଆଇଟିଏଫ୍, ଇମ୍ପା, ସରୋଜ କୁମାର ରାଉତ, ଏକ୍ଜିକୁ୍ୟଟିଭ୍ ନିଦେ୍ଦର୍ଶକ, ଡାଲ୍ମିଆ ଭାରତ ସିମେଣ୍ଟ, ଓଡ଼ିଶା, ଡ.ଅମ୍ବିକା ପ୍ରସାଦ ନନ୍ଦ, ହେଡ୍ ସିଏସ୍ଆର୍, ଟାଟା ଷ୍ଟିଲ୍, ଓଡ଼ିଶା, ଆଇଏମ୍ଆଇଏସର ମହାନିଦେ୍ର୍ଦଶକ ହେମନ୍ତ କୁମାର ପଟ୍ଟନାୟକ, ଉପଦେଷ୍ଠା ଡ.କମଳାକାନ୍ତ ବେଉରିଆ, ନିଦେ୍ର୍ଦଶିକା ଡ.ଉଷା କାମିଲା ଅନୁଷ୍ଠାନର ସମସ୍ତ ପ୍ରଫେସର, ଛାତ୍ରଛାତ୍ରୀ ଏବଂ ବିଭିନ୍ନ ବିଜିନେସ୍ ସ୍କୁଲରୁ ୫୦ରୁ ଊଦ୍ଧ୍ୱର୍ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ । ଏହି ସମ୍ମିଳନୀରେ ବକ୍ତାମାନେ କର୍ପୋରେଟ୍ ହାଉସ୍ ମାନଙ୍କର ସାମାଜିକ ଦାୟିତ୍ୱବୋଧତା ଉପରେ ନିଜ ନିଜର ମତ ବ୍ୟକ୍ତ କରିଥିଲେ । ବୈଷୟିକ ଶିକ୍ଷାର ଉନ୍ନତି, ପରିବେଶ ସୁରକ୍ଷା, ପରିଷ୍କାର ପରିଚ୍ଛନ୍ନତା, ବନୀକରଣ ଓ ବିଶେଷକରି ଏକ ସବୁଜ ସୁନ୍ଦର ଭାରତ ଗଠନ ଉପରେ କର୍ପୋରେଟ୍ ହାଉସ୍ମାନେ ଆଗେଇ ଆସନ୍ତୁ ବୋଲି ବକ୍ତାମାନେ ଗୁରୁତ୍ୱ ଦେଇଥିଲେ । ଯେଉଁ ମାଟି ଆମକୁ ପରିଚୟ ଦେଇଛି ତା’ର ସର୍ବାଙ୍ଗିନ ଉନ୍ନତି ଆମ ସମସ୍ତଙ୍କର ଦାୟିତ୍ୱ ଏବଂ ଏହା ସବୁବେଳେ ଚାଲୁରହିବା ଉଚିତ୍ । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ମାଧ୍ୟମରେ ବକ୍ତାମାନେ କହିଥିଲେ ସେମାନେ ନିଜେ ଜଣେ ଜଣେ ଫଳରେ ଉଦ୍ୟୋଗୀ ହୁଅନ୍ତୁ ଓ ନୂତନ ନିଯୁକ୍ତି ସୃଷ୍ଟି କରନ୍ତୁ ଏବଂ ସାମାଜିକ ଦାୟିତ୍ୱକୁ ବହନ କରନ୍ତୁ ଯାହା ଫଳରେ ଆମ ଦେଶ ନିଶ୍ଚିୟ ସର୍ବୋଚ୍ଚ ସ୍ଥାନରେ ପହଂଚି ପାରିବ ଏଥିରେ ସନେ୍ଦହ ନାହିଁ । ଛାତ୍ରଛାତ୍ରୀମାନେ ଏହି ପ୍ରସଙ୍ଗ ଉପରେ ବିଭିନ୍ନ ପ୍ରଶ୍ନମାନ ଉଠାଇଥିଲେ ଏବଂ ଉପସ୍ଥିତ ଅତିଥି ଏହାର ଦୃଷ୍ଟାନ୍ତମୂଳକ ଉତ୍ତର ରଖିଥିଲେ । ପରିଶେଷରେ ଏହି ସମ୍ମିଳନୀଟି ଅତି ସୂଚାରୁ ରୂପେ ଆୟୋଜିତ ଓ ଶିକ୍ଷଣୀୟ ହୋଇଥିବାରୁ ଏହାର ପରିଚାଳକ, ଡ.ଦିନ୍ଦୟାଲ୍ ସ୍ୱାଇଁ ଏବଂ ଅନୁଷ୍ଠାନର ଡିନ୍, ଡ.ଦିବ୍ୟା ଗୁପ୍ତା ଉପସ୍ଥିତ ଛାତ୍ରଛାତ୍ରୀ ଓ ଅତିଥିମାନଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*