ଅସନ୍ତୁଷ୍ଟ ଗ୍ରାହକଙ୍କୁ ଭରସା ଦେଲେ ଅର୍ଥମନ୍ତ୍ରୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ମୁମ୍ବାଇ

ପଞ୍ଜାବ ଆନ୍ଦ୍‌ ମହାରାଷ୍ଟ୍ର କୋଅପରେଟିଭ୍‌ (ପିଏମସି) ବ୍ୟାଙ୍କର ଅସନ୍ତୁଷ୍ଟ ଉପଭୋକ୍ତା ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଭେଟିଥିଲେ । ଆଲୋଚନା ସମୟରେ ନିର୍ମଳା ସେମାନଙ୍କ ସ୍ୱାର୍ଥକୁ ଦୃଷ୍ଟି ଦିଆଯିବ ଏବଂ ଏ ପ୍ରସଙ୍ଗରେ ଆରବିଆଇ ସହ ଆଲୋଚନା କରିବେ ବୋଲି କହିଥିଲେ ।
ଗୁରୁବାର ମୁମ୍ବାଇର ଭାଜପା କାର୍ଯ୍ୟାଳୟ ଆଗରେ ବ୍ୟାଙ୍କର ଖାତାଧାରକ ମାନେ ଜବରଦସ୍ତ ବିରୋଧ କରିଥିଲେ । ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ମୁମ୍ବାଇ ଆସିଥିବା ନିର୍ମଳାଙ୍କ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ କରିବାର କାର୍ଯ୍ୟକ୍ରମ ଥିଲା । ତେବେ ଏହା ପୂର୍ବରୁ ଖାତାଧାରକ ମାନେ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ କରିବାରୁ ସେମାନଙ୍କୁ ଭେଟିଥିଲେ ନିର୍ମଳା ଏବଂ ସେମାନଙ୍କ ପ୍ରତିନିଧିମାନଙ୍କ ସହ ଆଲୋଚନା କରିଥିଲେ । ନିର୍ମଳା କହିଥିଲେ ଯେ, ବ୍ୟାଙ୍କର ଖାତାଧାରକଙ୍କ ସ୍ୱାର୍ଥକୁ ଦେଖି ମୁଁ ଏହି ପ୍ରସଙ୍ଗରେ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ସହ ଆଲୋଚନା କରିବି । ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ଏହି ମାମଲାକୁ ଦୃଷ୍ଟିକୁ ନେଇଛି । ସେହିପରି ବିତ୍ତୀୟ ସେବା ବିଭାଗ ଏବଂ ଆର୍ଥିକ ମାମଲା ବିଭାଗର ସଚିବମାନେ ଖୁବଶୀଘ୍ର ରିଜର୍ଭ ବ୍ୟାଙ୍କର ଜଣେ ଡେପୁଟି ଗଭର୍ଣ୍ଣରଙ୍କୁ ଭେଟି ଏହି ପ୍ରସଙ୍ଗରେ ଆଲୋଚନା କରିବେ । ଆଗକୁ ଯେଭଳି ଏଭଳି ଘଟଣା ପୁଣି ଥରେ ଦେଖା ନଦିଏ ସେ ନେଇ ନିୟାମକକୁ ମଜବୁତ କରିବା ପାଇଁ ସରକାର ପଦକ୍ଷେପ ନେଉଛନ୍ତି । ଶୀତକାଳୀନ ଅଧିବେଶନ ସମୟରେ ଏସମ୍ପର୍କିତ ବିଧେୟକ ଉପସ୍ଥାପିତ କରାଯିବ । ସୂଚନାଯୋଗ୍ୟ ଯେ, ପିଏମସି ବ୍ୟାଙ୍କର ଦୁର୍ନୀତି ପଦାକୁ ଆସିବା ପରେ ବ୍ୟାଙ୍କ ଉପରେ ୬ମାସର ପ୍ରତିବନ୍ଧକ ଲଗାଯାଇଛି । ଏହି ପ୍ରତିବନ୍ଧକ କାରଣରୁ ନିଜ ସଞ୍ଚôତ ଅର୍ଥ ବୁଡିଯିବାର ଭୟ ଖାତାଧାରକଙ୍କୁ ଘାରିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*