ଅସନବଣିରେ ୫୦ରୁ ଅଧିକ ଝାଡଖନ୍ଦୀ ହାତୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଚିତ୍ରଡ଼ା

ମୟୂରଭଞ୍ଜ ଜିଲ୍ଲାର ମୋରଡ଼ା ବ୍ଲକ ଅଞ୍ଚଳରେ ଝାଡଖନ୍ଦୀ ହାତୀ ଆତଙ୍କ ନିତିଦିନିଆ ହୋଇଯାଇଥିବାରୁ ଜନଅସନ୍ତୋଷ ବଢ଼ିବାରେ ଲାଗିଛି । ବୁଧବାର ସନ୍ଧ୍ୟାରେ ପଶ୍ଚିମବଙ୍ଗ ସୀମାନ୍ତ ଦେଇ ୫୦/୬୦ ଟି ଝାଡଖନ୍ଦୀ ହାତୀ ମୋରଡ଼ା ବ୍ଲକର ବଡ଼ଶୋଳ ଜଙ୍ଗଲରେ ପ୍ରବେଶ କରିଥିଲେ । ଏଥିରେ ଜନସାଧାରଣ ଭୟଭୀତ ହୋଇପଡିଛିନ୍ତି । ରାତିରେ ରାସଗୋବିନ୍ଦପୁର ବନାଞ୍ଚଳ ଅଧିକାରୀ ପ୍ରଶାନ୍ତ କୁମାର ବେହେରା, ବାରିପଦା ବନଖନ୍ଦର ଏସିଏଫ ଲକ୍ଷ୍ମଣ ପ୍ରଧାନ ପ୍ରମୁଖଙ୍କ ପରିଚାଳନାରେ ମୋରଡ଼ା, ରାସଗୋବିନ୍ଦପୁର ବନାଞ୍ଚଳ, ଦେଉଳି ବନାଞ୍ଚଳ କର୍ମଚାରୀଙ୍କ ସହ ପୁଲିସ ଏପିଆର ମିଶି ପ୍ରାୟ ୬୦ ଜଣ ହାତୀ ଘଉଡ଼ାଇଥିଲେ । ଅନ୍ଧାରି ଠାରେ ହାତୀପଲ ସୁବର୍ଣ୍ଣରେଖା କନାଲ ପାରି ହୋଇ ରୁକୁଣିଠାରେ ଜମ୍ଭୀରା ନଦୀ ପାରି ହୋଇଥିଲେ । ଚିତ୍ରଡ଼ା, ଘୋଳମୁହାଁ, ଅସ୍ତିଆ, ଶୁଖିଲାଖାଳି ବାଟରେ ଯାଇ ଗୁରୁବାର ସକାଳେ ଅସନବଣି ସଂରକ୍ଷିତ ଜଙ୍ଗଲରେ ଅଟକି ରହିଛନ୍ତି । ଯିବାବାଟରେ ବିଲରେ ଥିବା ପାଚିଲା ଧାନ ଖାଇ ମାଡ଼ି ଚକଟି ନଷ୍ଟ କରିଛନ୍ତି । ରାତିରେ ପୁଣି ହାତୀ ଘଉଡ଼ା ହେଲେ ନୀଳଗିରି ଅଭିମୁଖେ ଯିବେ ଅଥବା ବେତନଟୀ ବ୍ଲକର ମେର୍ଦ୍ଦା ନିକଟରେ ପୂର୍ବରୁ ଆସି ରହିଥିବା ୪୨ ଝାଡ଼ଖନ୍ଦୀ ହାତୀ ସହ ମିଶିବେ ବୋଲି ପୂର୍ବାନୁମାନ କରି କହିଛନ୍ତି ବେତନଟୀ ବନାଞ୍ଚଳ ଅଧିକାରୀ ଘନଶ୍ୟାମ ସିଂ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*