ଅଶ୍ୱିନୀ କହିଲେ ‘ମୁଁ କେବେ ବି ପିଆଜ ଚାଖିନି’

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ପିଆଜର ମୂଲ୍ୟ ବୃଦ୍ଧିକୁ ନେଇ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ପରେ ଏବେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ଚୌବେ ଏକ ବିବାଦୀୟ ବୟାନ ଦେଇଛନ୍ତି । ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣମନ୍ତ୍ରୀ ଚୌବେ କହିଛନ୍ତି ଯେ, ମୁଁ କେବେ ବି ପିଆଜ ଚାଖିନି । ତେଣୁ କିପରି ଜାଣିବି ପିଆଜର ମୂଲ୍ୟ କେତେ?
ଗୁରୁବାର ସଂସଦରେ ଅର୍ଥମନ୍ତ୍ରୀ ସୀତାରମଣ କହିଥିଲେ ଯେ, ମୁଁ ପିଆଜ ଖାଏ ନାହିଁ । ମୁଁ ଏପରି ଏକ ପରିବାରରୁ ଆସିଛି ଯେଉଁଠି ପିଆଜ କିମ୍ବା ରସୁଣର ବ୍ୟବହାର ଖାଇବାରେ ହୁଏନାହିଁ । ସୁପି୍ରୟା ସୁଲେଙ୍କ ଏକ ପ୍ରଶ୍ନର ଜବାବରେ ସେ ଏହା କହିଥିଲେ । ଯେତେବେଳେ ଚୌବେଙ୍କୁ ସୀତାରମଣଙ୍କ ମନ୍ତବ୍ୟକୁ ନେଇ ପ୍ରତିକି୍ରୟା ମଗାଯାଇଥିଲା ସେ କହିଥିଲେ ଯେ, ମୁଁ ଜଣେ ଶୁଦ୍ଧ ଶାକାହାରୀ ମଣିଷ । ମୁଁ କେବେ ବି ପିଆଜ ଚାଖିନି । ତେଣୁ ପିଆଜର ମୂଲ୍ୟ ସମ୍ପର୍କରେ ମୋତେ କିଛି ଜଣାନାହିଁ । ଗୁରୁବାର ସଂସଦ ଭବନ ପରିସରରେ ପିଆଜ ମୂଲ୍ୟ ବୃଦ୍ଧି ନେଇ ବିରୋଧୀଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*