ଅଳିଆ ଗଦାରୁ ମିଳିଲା ଦୁଇଟି ବ୍ୟାଗ,ଭିତରେ ଥିଲା ୭.୫କୋଟି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୁ୍ୟୟର୍କ

ଆଜିର ଯୁଗରେ ସଚ୍ଚୋଟ ପଣିଆ ଖୁବ୍‌ କମ୍‌ ଦେଖିବାକୁ ମିଳେ । ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱ କରୋନା ସହ ଲଢେଇ କରୁଥିଲାବେଳେ ବାଟରୁ ଟଙ୍କା ପାଇ ଫେରାଇବା କଥା ବିଶ୍ୱାସ କରି ହେଉନାହିଁ । ମାତ୍ର ଆମେରିକାର ଏକ ପରିବାର ସଡକ କଡ଼ରୁ ଅଳିଆ ଗଦାରେ ପଡିଥିବା କୋଟି କୋଟି ଟଙ୍କା ପାଇଥିଲେ ମଧ୍ୟ ସେମାନଙ୍କୁ ଲୋଭ ଗ୍ରାସ କରିନଥିଲା । ସେମାନେ ଏହି ବ୍ୟାଗକୁ ପୁଲିସକୁ ଫେରସ୍ତ କରିଥିଲେ । ଏହି ପରିବାରର ଚର୍ଚ୍ଚା ଏବେ ସମଗ୍ର ଦେଶରେ ।
ସୂଚନାନୁସାରେ ଭର୍ଜିନିଆରେ ରହୁଥିବା ଡେଭିଡ୍‌ ଏବଂ ଏମିଲି ତାଙ୍କ ପରିବାର ସହ ପିକଅପ୍‌ ଟ୍ରକରେ ଯାଉଥିଲେ । ରାସ୍ତା ଯିବା ସମୟରେ ଅଳିଆ ଗଦା ଭିତରେ ଦୁଇଟି ବ୍ୟାଗ ପଡିଥିବା ସେମାନେ ଦେଖିଥିଲେ । ଡେଭିଡ୍‌ ଗାଡି ରୋକି ଏହି ବ୍ୟାଗକୁ ଉଠାଇଥିଲେ । ବ୍ୟାଗରେ ସରକାରୀ ମୋହର ବାଜିଥିଲା । ଯାହା ଆମେରିକାର ଡାକବିଭାଗର ଥିଲା । ଡେଭିଡ ବ୍ୟାଗ ଦୁଇଟିକୁ ଗାଡିରେ ରଖି ଆଗକୁ ବଢିଥିଲେ । ବୁଲାବୁଲି ପରେ ଘରକୁ ଫେରି ବ୍ୟାଗ ଖୋଲିବାରେ ସେମାନେ ଜାଣିବାକୁ ପାଇଥିଲେ ଯେ, ବ୍ୟାଗରେ ଥିଲା ୭କୋଟି ୫୦ଲକ୍ଷ ଟଙ୍କା । ଏହି ଟଙ୍କାକୁ ନିଜ ପାଖରେ ନରଖି ତୁରନ୍ତ ସେମାନେ କେରୋଲିନା କାଉଣ୍ଟି ପୁଲିସକୁ ସୂଚନା ଦେଇଥିଲେ । ତୁରନ୍ତ ପୁଲିସ ପହଞ୍ଚô ବ୍ୟାଗଟିକୁ ନେଇଥିଲା । ଏହି ବ୍ୟାଗଟି ଡାକ ବିଭାଗର ଥିବା ଜଣାପଡିବା ପରେ ତାକୁ ବିଭାଗକୁ ହସ୍ତାନ୍ତର କରାଯାଇଛି । ତେବେ ଟଙ୍କା ଜମା ପାଇଁ ଯାଉଥିବା ଏହି ବ୍ୟାଗଟି କିପରି ବାଟରେ ପଡିଥିଲା ତାହା ଜଣାପଡିନାହିଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*