ଅଳଙ୍କାର ଦୋକାନରୁ ଲୁଟ ଘଟଣାରେ ୩ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : କଟକ

ବାଲୁବଜାର ଅଳଙ୍କାର ଦୋକାନରୁ ଦାଦାବଟି ମାଗିବା ଓ ଲୁଟ ଉଦ୍ୟମ କରିବା ଘଟଣାର ପର୍ଦ୍ଦାଫାସ କରିଛି ଲାଲବାଗ ଥାନା ପୁଲିସ । ଏହି ଘଟଣାରେ ସଂପୃକ୍ତ ତିନି ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ପୁଲିସ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ସ୍ଥାନୀୟ ଓଡିଆ ବଜାର ମାଇକା ଲେନର ସୟଦ ଓରଫ ସୟଦ ଖାନ(୩୬), ସେକ ଅସରଫ(୨୪) ଓ ଚାନ୍ଦିନଚୌକ ବ୍ରାହ୍ମଣସାହିର ସୟଦ ସଦ୍ଦାମ(୨୪) । ଅଭିଯୁକ୍ତମାନେ ଅଳଙ୍କାର ବ୍ୟବସାୟୀଙ୍କୁ ଦାଦାବଟି ମାଗିଥିଲେ । ମାତ୍ର ଏଥିରେ ବିଫଳ ହେବାରୁ ଅଭିଯୁକ୍ତମାନେ ତାଙ୍କୁ ଆକ୍ରମଣ କରି ଅଳଙ୍କାର ଲୁଟ ଉଦ୍ୟମ କରି ଫେରାର ହୋଇଯାଇଥିଲେ । ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଆଜି କୋର୍ଟ ଚାଲଣ କରିଥିବା ଜଣାପଡିଛି ।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ବାଲୁବଜାରରେ ସାଇ ଅଳଙ୍କାର ନାମରେ ଏକ ଜୁଏଲାରୀ ଦୋକାନ ରହିଛି । ଦୋକାନ ମାଲିକ ପାରସନାଥ ସାହା ଗତ ରବିବାର ସନ୍ଧ୍ୟା ପ୍ରାୟ ୫ଟା ବେଳେ ଦୋକାନରେ ବସିଥିଲେ । ଏହି ସମୟରେ ତାଙ୍କ ଅଳଙ୍କାର ଦୋକାନକୁ ହଠାତ ଦୁଇ ଜଣ ଯୁବକ ଆସିଲେ । ସେମାନେ ଦୋକାନ ଭିତରକୁ ପଶି ବନ୍ଧୁକ ଦେଖାଇ ପାରସଙ୍କୁ ୨ଲକ୍ଷ ଟଙ୍କା ଦାଦାବଟି ମାଗିଥିଲେ । ସେ ଦାଦାବଟି ଦେବାକୁ ମନା କରିବାରୁ ଦୁବୃର୍ତ୍ତ ଦ୍ୱୟ ପାରସଙ୍କୁ ମାଡ ମାରିଥିଲେ । ଏଥିରେ ସେ ରକ୍ତାକ୍ତ ହୋଇପଡିଥିଲେ । ପରେ ଦୁବୃର୍ତ୍ତ ପାରସଙ୍କ ଦୋକାନରୁ ଅଳଙ୍କାର ଗୁଡିକୁ କାଢି ନେଇଯାଉଥିଲେ । ଆହତ ପାରସ ଚିକ୍ରାର କରିବାରୁ ଆଖପାଖରେ ଥିବା ଅନ୍ୟ ଲୋକମାନେ ଦୌଡି ଆସିଥିଲେ । ଫଳରେ ଅଭିଯୁକ୍ତ ଲୁଟି ନେଉଥିବା ସୁନା ଅଳଙ୍କାର ସହ ସେମାନେ ଆଣିଥିବା ଗାଡିକୁ ଛାଡି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଏ ସଂପର୍କରେ ଖବର ପାଇ ଲାଲବାଗ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚô ଛାନଭିନ କରିଥିଲେ । ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ ସହ ଦୁବୃର୍ତ୍ତ ଛଡାଇନେଇଥିବା ପ୍ରାୟ ୧୫ଲକ୍ଷ ଟଙ୍କାର ସୁନା ଅଳଙ୍କାର ପୁଲିସ ଜବତ କରିଥିଲେ । ଏନେଇ ପାରସଙ୍କ ଏତଲା କ୍ରମେ ଲାଲବାଗ ଥାନାରେ ୧୩୦/୨୦, ଆଇପିସି ୩୨୩,୫୦୬, ୫୦୭, ୩୯୪, ଆର୍ମ୍ସ ଆକ୍ଟ ୨୫/୨୭ରେ ଏକ ମାମଲା ରୁଜୁ ହୋଇଥିଲା । ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜରୁ ଅଭିଯୁକ୍ତଙ୍କୁ ପୁଲିସ ଚିହ୍ନଟ କରିଥିଲେ । ପରେ ମଙ୍ଗଳବାର ବିଭିନ୍ନ ସ୍ଥାନରେ ଚଢଉ କରି ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଥିଲା । ଗିରଫ ପରେ ଅଭିଯୁକ୍ତଙ୍କୁ ଜେରା କରିବା ପରେ ସେମାନେ ସଂପୃକ୍ତ ଥିବା ଅନେକ ଅପରାଧ ସଂପର୍କରେ ତଥ୍ୟ ମିଳିଥିଲା ବୋଲି ପୁଲିସ ଠାରୁ ପ୍ରକାଶ ।
ସୂଚନା ଯୋଗ୍ୟ ଯେ, ଚୋରା ସୁନା କାରବାର କରିବା ଅଭିଯୋଗରେ କିଛି ମାସ ପୂର୍ବେ ପାରସ ଗିରଫ ହୋଇ ଜେଲ ଯାଇଥିଲେ । ସେହି ସମୟରେ ଅଭିଯୁକ୍ତ ସୟଦ ଏକ ଅପରାଧୀକ ମାମଲାରେ ଗିରଫ ହୋଇ ଜେଲରେ ଥିଲା । ତେବେ ପାରସ ଜଣେ ସୁନା ବ୍ୟବସାୟୀ ଜାଣିବା ପରେ ଅଭିଯୁକ୍ତ ସୟଦ ତାଙ୍କୁ ଦାଦାବଟି ମାଗିଥିଲା । ଏପରିକି ଟଙ୍କା ନଦେଲେ ତା ପରିବାରର ସମସ୍ତ ସଦସ୍ୟଙ୍କୁ ହତ୍ୟା କରାଯିବ ବୋଲି ସେ ଧମକ ଦେଇଥିଲା । କିଛି ଦିନ ପରେ ପାରସ ଜାମିନରେ ମୁକୁଳିଥିଲେ । ଏହାପରେ ଅଭିଯୁକ୍ତ ଜଣଙ୍କ ଦାଦାବଟି ପାଇଁ ବାରମ୍ବାର ପାରସଙ୍କୁ ଫୋନରେ ଧମକଚମକ ଦେଉଥିଲା । ତେବେ ଗତ ରବିବାର ସୟଦ ଓ ଅଫସର ଦୁହେଁ ଏକ ସ୍କୁଟି ନେଇ ତାଙ୍କ ଦୋକାନକୁ ଆସି ଧମକଚମକ ଦେଇଥିଲେ । ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
ଏହାଛଡା ଗତ ୨୦୧୧ ମସିହାରେ ଅଭିଯୁକ୍ତ ସଦ୍ଦାମ ପାରସନାଥଙ୍କୁ ଦାଦାବଟି ମାଗିଥିଲା । ମାତ୍ର ଦାଦାବଟି ନଦେବାରୁ ସଦ୍ଦାମ ତାଙ୍କ ଘରେ ପଶି ଆକ୍ରମଣ କରିଥିଲା । ଏଥିରେ ପାରସନାଥଙ୍କ ବାପା ଓ ମା’ ଆହତ ହୋଇଥିଲେ । ସୟଦ ନାମରେ ବିଭିନ୍ନ ଥାନାରେ ୧୨ଟି ମାମଲା ରହିଛି । ସେହିପରି ତାର ସହଯୋଗୀ ସଦମା ନାମରେ ୧୫ଟି ମାମଲା ରହିଥିବା ବେଳେ ଅପସର ନାମରେ ଗୋଟିଏ ମାମଲା ରହିଥିବା ପୁଲିସ ଅନୁସଂଧାନରୁ ଜଣାପଡିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*