ଅଲିମ୍ପିକ୍‌ ପାଇଁ ସୁଟରଙ୍କୁ ବାଛିବା ଲାଗି ଟ୍ରାଏଲ କରିବା ଠିକ୍‌ ନୁହେଁ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

୨୦୧୯ ମସିହା ଭାରତୀୟ ସୁଟିଂ ପାଇଁ ବଡ଼ ସଫଳ ବର୍ଷ ହୋଇଛି । କାରଣ ଆସନ୍ତା ବର୍ଷ ଟୋକିଓରେ ହେବାକୁ ଥିବା ଅଲିମ୍ପିକ୍‌ ସକାଶେ ଭାରତ ପାଖରେ ରେକର୍ଡ ୧୫ଟି କୋଟା ଟିକେଟ ମିଳିସାରିଛି । ୪ ବର୍ଷ ତଳେ ଭାରତ ପାଖରେ ଥିଲା ୧୨ଟି କୋଟା ଟିେ୩କଟ । ଏଥିସହ ୨୦୧୯ରେ ରେକର୍ଡ ସଂଖ୍ୟକ ସ୍ୱର୍ଣ୍ଣପଦକ ବିଶ୍ୱ ପ୍ରତିଯୋଗିତାଗୁଡିକରୁ ମିଳିଛି । ଚୀନ ଠାରୁ ଭାରତର ପ୍ରଦର୍ଶନ ଏଥର ଭଲ ରହିଛି । ଭାରତୀୟ ସୁଟିଂ ଦୁନିଆର ସଫଳ କୋଚ୍‌ ତଥା ପୂର୍ବତନ ଖେଳାଳି ଯଶପାଲା ରାଣା କହିଛନ୍ତି ଟୋକିଓ ଅଲିମ୍ପିକ୍‌ ସକାଶେ ଖେଳାଳିମାନଙ୍କୁ ବାଛିବା ପାଇଁ କେବଳ ଟ୍ରାଏଲ କରାଯିବା ଉଚିତ୍‌ ପଦକ୍ଷେପ ହେବ ନାହିଁ । ଭାରତ ପାଖରେ ୧୫ଟି କୋଟା ଟିକେଟ ରହିଛି । ଏହି ଟିକେଟ ଆଣି ଦେଇଥିବା ଖେଳାଳି ବଛା ହୋଇଯିବାର ଗ୍ୟାରେଣ୍ଟି ନାହିଁ । ଭାରତୀୟ ସୁଟିଂ ସଂଘ ଯଦି ଅନ୍ୟ କୌଣସି ଖେଳାଳି ପଦକ ଜିତିବାର ସମ୍ଭାବନା ରଖନ୍ତି ବୋଲି ଭାବିବେ ତାଙ୍କୁ ମଧ୍ୟ ପଠାଇପାରିବେ । ତେଣୁ ରାଣା କହିଛନ୍ତି ଟ୍ରାଏଲ କରିବା ଅପେକ୍ଷା ବର୍ତ୍ତମାନ ଠାରୁ ଟୋକିଓ ପାଇଁ ସୁଟିଂ ଦଳ ବାଛି ଦେବା ଦରକାର । ସେମାନେ ୯ମାସ ପାଖାପାଖି ସମୟ ପାଇଯିବେ ଅଭ୍ୟାସ କରିବା ଲାଗି । ଭାରତୀୟ ଦଳର ଚୟନରେ ସ୍ୱଚ୍ଛତା ରହିବା ଦରକାର ବୋଲି କହିଛନ୍ତି ରାଣା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*