ଅଲିମ୍ପିକ୍‌ ଟେଷ୍ଟ ଇଭେଣ୍ଟ ଥାପ୍ପାଙ୍କ ସହ ୭ ବକ୍ସର ସେମିରେ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ଟୋକିଓ

ଆସନ୍ତା ବର୍ଷର ଅଲିମ୍ପିକ୍‌ ପୂର୍ବରୁ ଭିତ୍ତିଭୂମୀ ପରୀକ୍ଷା କରିବା ସକାଶେ ଟେଷ୍ଟ ଇଭେଣ୍ଟମାନ ଏଠାରେ ଆୟୋଜନ କରାଯାଉଛି । ତା’ରି ଅଧିନରେ ଏବେ ଚାଲିଛି ଅଲିମ୍ପିକ୍‌ ବକ୍ସିଂ ଟେଷ୍ଟ ଇଭେଣ୍ଟ । ଯେଉଁଥିରେ ଚାରିଥରର ଏସିଆନ୍‌ ମେଡାଲଧାରୀ ଶିବ ଥାପ୍ପା ଏବଂ ଅନ୍ୟ ୬ଜଣ ଶେଷ ୪ ବର୍ଗରେ ପ୍ରବେଶ କରି ଭାରତ ପାଇଁ ପଦକ ନିଶ୍ଚିତ କରିଛନ୍ତି । ମଙ୍ଗଳବାର ଦିନ ପୁରୁଷ ୬୩ କେଜି ବର୍ଗରେ ଶିବ ତାଙ୍କ ମ୍ୟାଚ୍‌ ଜିତିଥିଲେ । ସ୍ଥାନୀୟ ଖେଳାଳି ୟୁକିଙ୍କ ବିପକ୍ଷରେ ୫-୦ର ବିଜୟ ପାଇଥିଲେ ଥାପ୍ପା । ବୁଧବାର ଦିନ ସେମିଫାଇନାଲରେ ଆଉ ଜଣେ ସ୍ଥାନୀୟ ଖେଳାଳି ନରିମାତସୁଙ୍କ ସହ ଶିବଙ୍କର ମୁକାବିଲା ହେବ । ସେହିପରି ୫୧କେଜି ବର୍ଗରେ ନିଖତ ଜରିନ, ୯୧କେଜି ବର୍ଗରେ ସୁମିତ, ୬୯ ବର୍ଗ କେଜିରେ ଆଶିଷ, ୭୫କେଜି ବର୍ଗରେ ଭାନିହିଲପୁଇଆ, ୬୦ କେଜି ବର୍ଗରେ ସିମରଣଜିତ ଏବଂ ୭୫ କେଜି ବର୍ଗରେ ପୂଜାରାଣୀ ମଧ୍ୟ ସେମିରେ ପ୍ରବେଶ କରିଛନ୍ତି । ବୁଧବାର ଦିନ ମଧ୍ୟ ଏହି ଭାରତୀୟ ବକ୍ସରମାନେ ଶିବଙ୍କ ଭଳି ସେମିଫାଇନାଲ ମ୍ୟାଚ ଖେଳିବେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*