ଅଲିମ୍ପିଆନ୍ ହକିମଙ୍କୁ କରୋନା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ହାଇଦ୍ରାବାଦ
ଦେଶର ଅନ୍ୟତମ ମହାନ୍ ଫୁଟବଲର ଅଲିମ୍ପିଆନ୍ ସୟଦ ସାହିଦ ହକିମ୍ କୋଭିଡ଼-୧୯ ପଜିଟିଭ ବାହାରିବା ପରେ ଏବେ ସ୍ଥାନୀୟ ଏକ ହୋଟେଲରେ ବନିଥିବା ସଂଗରୋଧ କେନ୍ଦ୍ରରେ ଅଛନ୍ତି । ୮୧ ବର୍ଷ ବୟସ୍କ ହକିମ ୧୯୬୦ ରୋମ ଅଲିମ୍ପିକରେ ଖେଳିଥିଲେ । ଧ୍ୟାନଚାନ୍ଦ ଲାଇଫ ଟାଇମ୍ ପୁରସ୍କାର ପାଇଥିବା ହକିମ ସାହେବ କିଛି ଦିନ ତଳେ କର୍ଣ୍ଣାଟକର ଗୁଲବର୍ଗା ଯାଇଥିଲେ । ସେଠାରୁ ଫେରିବା ପରେ ତାଙ୍କୁ ଜ୍ୱର ହୋଇଥିଲା । ପରେ ନିମୋନିଆ ହୋଇଥିଲା । ଡ଼ାକ୍ତରଙ୍କ ପରାମର୍ଶରେ କୋଭିଡ଼ ଟେଷ୍ଟ କରିବାରେ ପଜିଟିଭ ବାହାରିଥିଲେ । ଏବେ ମୋ ଅବସ୍ଥା ଭଲ ଅଛି । କିଛି ଦିନ ଭିତରେ ସୁସ୍ଥ ହୋଇ ଘରକୁ ଚାଳିଯିବି ବୋଲି ହକିମ ସାହେବ ବୁଧବାର ଦିନ କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*