ଅଲିଭରିଡଲେ କଇଁଛ ସୁରକ୍ଷା ସଚେତନତା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : ରାଜନଗର

ରାଜନଗର ବ୍ଲକ ତାଳଚୁଆ ଠାରେ ଅଲିଭରିଡଲେ କଇଁଛ ସୁରକ୍ଷା ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ରାଜନଗର ଡିଏଫଓ ବିକାଶ କୁମାର ଦାସଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶିବିରରେ ସେଞ୍ଚୁରିଆନ ୟୁନିଭର୍ସିଟିର ଜୀବ ବୈଜ୍ଞାନିକ ଡ. ଶିବ ପ୍ରସାଦ ପରିଡା, ଡବ୍ଲୁ୍ୟଡବ୍ଲୁ୍ୟଏଫର ଓଡ଼ିଶା ସଂଯୋଜକ ମାଇକେଲ ପିଟର, କଇଁଛ ଗବେଷକ ଡ. ସତ୍ୟ ରଞ୍ଜନ ବେହେରା, ତାଳଚୁଆ ଆଇଆଇସି ଶ୍ରୀକାନ୍ତ କୁମାର ବାରିକ, ବରିଷ୍ଠ ପତ୍ରକାର ଭାସ୍କର ରାଉତରାୟ ପ୍ରମୁଖ ଯୋଗଦେଇ ଆଗନ୍ତୁକ ଅଲିଭରିଡଲେ କଇଁଛମାନଙ୍କର ସୁରକ୍ଷା ଏବଂ ସାଗରର ଖାଦ୍ୟଶୃଙ୍ଖଳ କ୍ଷେତ୍ରରେ ଅଲିଭରିଡଲେଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ । ଏହି ଶିବିରରେ ରଙ୍ଗଣୀ ପଞ୍ଚାୟତ ପୂର୍ବତନ ସରପଞ୍ଚ ଶକ୍ତିପଦ ମନ୍ଦଳ, ତାଳଚୁଆ ପଞ୍ଚାୟତ ସମିତିସଭ୍ୟ ଗଣେଶ ଗୁଡିଆ, ଡାଙ୍ଗମାଳ ସରପଞ୍ଚ ରମେଶ ଚନ୍ଦ୍ର ବେହେରା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରି ଅଲିଭରିଡଲେ କଇଁଛ ଆମର ଦେବତା, ଆମେ ସେମାନଙ୍କର ସୁରକ୍ଷା ପାଇଁ ସଚେତନ ରହିଛୁ । କିନ୍ତୁ ବାହାର ବାଲେଶ୍ୱର, ଭଦ୍ରକ ଓ ବିଦେଶୀ ଟ୍ରଲରଗୁଡିକ ଗହୀରମଥା ଆଇନକୁ ଉଲ୍ଲଂଘନ କରି କଇଁଛମାନଙ୍କ ମୃତୁ୍ୟର ସୌଦାଗର ସାଜୁଛନ୍ତି । ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବିରୁଦ୍ଧରେ ଅଞ୍ଚଳର ପାରମ୍ପରିକ ମତ୍ସ୍ୟଜୀବୀ ଯେଉଁମାନେ ନଦୀ ନାଳରେ ଡିଙ୍ଗି ସାହାଯ୍ୟରେ ମାଛଧରି ପେଟ ପୋଷୁଛନ୍ତି, ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଥିବା ନେଇ ବନ ବିଭାଗ ଉପରେ ବର୍ଷିଥିଲେ । ମତ୍ସ୍ୟଜୀବୀ ଏବଂ ଜନପ୍ରତିନିଧିଙ୍କ ଦାବିଗୁଡିକ ସମ୍ପର୍କରେ ଡିଏଫଓ ଶ୍ରୀ ଦାଶ କହିଥିଲେ ଯେ ସ୍ଥାନୀୟ ଅଞ୍ଚଳବାସୀଙ୍କ ସହଯୋଗରେ ଆମ ଜାତୀୟ ସମ୍ପତି ସୁରକ୍ଷାରେ ରହିଛି । ମତ୍ସ୍ୟଜୀବୀମାନଙ୍କ ମୌଳିକ ସମସ୍ୟାକୁ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*