ଅର୍ଥ ସଚିବ ହେଲେ ଓଡ଼ିଆ ପୁଅ ଦେବାଶିଷ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

କେନ୍ଦ୍ର ସରକାରଙ୍କ ବଡ଼ ପଦପଦବୀରେ ଓଡ଼ିଆ ପୁଅଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗୁରୁବାର ବରିଷ୍ଠ ଆଇଏଏସ୍‌ ଅଧିକାରୀ ଦେବାଶିଷ ପନ୍ଦା ନୂଆ ଅର୍ଥ ସଚିବ ଭାବେ ନିଯୁକ୍ତ ହୋଇଛନ୍ତି । ୧୯୮୭ ଉତ୍ତରପ୍ରଦେଶ କ୍ୟାଡ଼ରର ଏହି ଆଇଏଏସ୍‌ ଅଫିସର ବର୍ତ୍ତମାନ ଅର୍ଥ ସେବା ବିଭାଗର ସ୍ୱତନ୍ତ୍ର ସଚିବ ଦାୟିତ୍ୱରେ ଅଛନ୍ତି । କ୍ୟାବିନେଟର ନିଯୁକ୍ତି କମିଟି ଶ୍ରୀ ପନ୍ଦାଙ୍କ ନିଯୁକ୍ତିକୁ ଅନୁମୋଦନ କରିଛି । ଚଳିତ ମାସ ଶେଷ ସୁଦ୍ଧା ସେ ଏହି ନୂଆ ଦାୟିତ୍ୱ ଗ୍ରହଣ କରିବେ । ବର୍ତ୍ତମାନର ଅର୍ଥ ସଚିବ ରାଜୀବ କୁମାରଙ୍କ କାର୍ଯ୍ୟକାଳ ଫେବୃୟାରୀ ୨୯ରେ ଶେଷ ହୋଇଥିଲାବେଳେ ତାଙ୍କ ସ୍ଥାନରେ ନିଯୁକ୍ତି ପାଇଥିବା ଶ୍ରୀ ପନ୍ଦାଙ୍କ ଜନ୍ମ ଓଡ଼ିଶାରେ ।
ନିକଟରେ ଓଡ଼ିଆ ପୁଅ ମାଇକେଲ ଦେବବ୍ରତ ପାତ୍ର ଆରବିଆଇର ଡେପୁଟି ଗଭର୍ଣ୍ଣର ଭାବେ ନିଯୁକ୍ତି ହୋଇଥିଲେ । ବର୍ତ୍ତମାନ ଆରବିଆଇର ଗଭର୍ଣ୍ଣର ଅଛନ୍ତି ଶକ୍ତିକାନ୍ତ ଦାସ । ସେହିପରି ଦେଶର ଅନେକ ବ୍ୟାଙ୍କର ମୁଖ୍ୟ ପଦପଦବୀରେ ମଧ୍ୟ ଅଛନ୍ତି ଅନେକ ଓଡ଼ିଆ ।
ପଦାର୍ଥ ବିଜ୍ଞାନରେ ପିଜି କରିଥିବା ଦେବାଶିଷ ପରିବେଶ ବିଜ୍ଞାନରେ ଏମଫିଲ୍‌ କରିବା ସହ ଆମେରିକା ଏବଂ ଫିଲିପାଇନ୍ସରେ ପ୍ରଶିକ୍ଷଣ ମଧ୍ୟ ନେଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*