ଅର୍ଥବ୍ୟବସ୍ଥାକୁ ନେଇ ଭଲ ଖବର ଆସନ୍ତା ଆର୍ଥିକ ବର୍ଷରେ ଅଭିବୃଦ୍ଧି ୯.୫% ସମ୍ଭବ: ଫିଚ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ: ନୂଆଦିଲ୍ଲୀ

ଗତ କିଛି ମାସ ଧରି ଦେଶର ଅର୍ଥନୀତିକୁ ନେଇ ଚିନ୍ତା ସୃଷ୍ଟି କଲା ଭଳି ଖବର ଆସୁଥିଲା, ହେଲେ ବୁଧବାର ରେଟିଂ ଏଜେନ୍ସୀ ଫିଚ୍‌ ଭାରତୀୟ ଅର୍ଥନୀତିକୁ ନେଇ ସକାରାତ୍ମକ ମତପୋଷଣ କରିଛି । ଫିଚ୍‌ ପକ୍ଷରୁ କୁହାଯାଇଛି ଯେ, ୨୦୨୧-୨୨ ଆର୍ଥିକ ବର୍ଷରେ ଭାରତର ଅଭିବୃଦ୍ଧି ହାର ୯.୫ ପ୍ରତିଶତ ରହିପାରେ । ତେବେ ଚଳିତ ଆର୍ଥିକ ବର୍ଷରେ ଅଭିବୃଦ୍ଧି କମ୍‌ ରହିବ ବୋଲି ଫିଚ୍‌ କହିଛି ।
ବୁଧବାର ଜାରି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, କରୋନା ସଙ୍କଟ ବ୍ୟାପ୍ତ ହେବା ପୂର୍ବରୁ ଅର୍ଥ ବ୍ୟବସ୍ଥାରେ ମାନ୍ଦାବସ୍ଥା ଜାରି ରହିଥିଲା । ତେବେ ଏହି ବିଶ୍ୱ ମହାମାରୀ ସଙ୍କଟ ପରେ ଜିଡିପି ହାର ପୁଣି ଥରେ ଧାରାକୁ ଫେରିବାର ଆଶା ରହିଛି । ଏହା ୯.୫ପ୍ରତିଶତରେ ପହଞ୍ଚôବାର ସମ୍ଭାବନା ରଖିଛି ।
ଏସଆନ୍ଦପି ଭରସା ଜାହିର କଲା
କରୋନା ସଙ୍କଟ କାଳରେ ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ଭରସା ଜାହିର କରିଛି ରେଟିଂ ଏଜେନ୍ସୀ ଏସଆନ୍ଦପି (ଷ୍ଟାନ୍ଦାର୍ଡ ଆନ୍ଦ ପୋର୍ସ) । ଏହି ଏଜେନ୍ସୀ ଭାରତର ରେଟିଂକୁ ବିବିବି – ରେ ଅବ୍ୟାହତ ରଖିଛି । କ୍ରମାଗତ ୧୩ତମ ବର୍ଷ ପାଇଁ ଏସଆନ୍ଦପି ରେଟିଂକୁ ଅବ୍ୟାହତ ରଖିଛି । ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ବିଶ୍ୱାସ ଜାହିର କରି ଆଉଟ୍‌ଲୁକ୍‌ ସ୍ଥିର କରିବା ସହ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଏଥିରେ କୌଣସି ସନେ୍ଦହ ନାହିଁ ଯେ, ଅଭିବୃଦ୍ଧି ହାର ଉପରେ ଚାପ ରହିଛି । ତେବେ ବିତ୍ତୀୟ ସ୍ଥିତି ଉପରେ ଚାପ ନାହିଁ । ଯେଉଁ କାରଣରୁ ୨୦୨୧ରେ ସୁଧାର ଦେଖିବାକୁ ମିଳିବ । ଏଜେନ୍ସୀ ୨୦୨୦-୨୧ ପାଇଁ ଅଭିବୃଦ୍ଧି ଦରରେ ୫ପ୍ରତିଶତର ହ୍ରାସ ଅନୁମାନ ରଖିଥିବାବେଳେ ୨୦୨୧-୨୨ରେ ଅଭିବୃଦ୍ଧି ହାର ୮.୫ପ୍ରତିଶତ ଏବଂ ୨୦୨୨-୨୩ରେ ୬.୫ପ୍ରତିଶତ ରହିପାରେ ବୋଲି ଉଲ୍ଲେଖ କରିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*