ଅର୍ଥନୈତିକ ମାନ୍ଦାବସ୍ଥା ‘ଅସ୍ଥାୟୀ’: ମୁକେଶ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ରିଆଦ

ରିଲାଏନ୍ସ ଇନ୍ଦଷ୍ଟି୍ରଜର ମୁଖିଆ ତଥା ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଧନୀକ ମୁକେଶ ଅମ୍ବାନୀ ମଙ୍ଗଳବାର କହିଛନ୍ତି ଯେ, ଭାରତୀୟ ଅର୍ଥନୀତିରେ ବର୍ତ୍ତମାନ ଯେଉଁ ମାନ୍ଦାବସ୍ଥା ଦେଖାଦେଇଛି, ତାହା ଅସ୍ଥାୟୀ । ସରକାରଙ୍କ ପକ୍ଷରୁ ଗତ କିଛି ମାସ ମଧ୍ୟରେ ଯେଉଁ ସବୁ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି, ତାହା ଧାରାକୁ ବଦଳାଇବ । ଅର୍ଥାତ୍‌ ପୁଣି ଥରେ ଭାରତୀୟ ଅର୍ଥନୀତି ଦ୍ରୁତ ଅଭିବୃଦ୍ଧି ପଥରେ ଆଗେଇବ । ଆସନ୍ତା ୩ରୁ ୬ମାସ ମଧ୍ୟରେ ଏହି ଧାରା ଦେଖାଯିବା ଆରମ୍ଭ ହେବ ବୋଲି ମୋର ବିଶ୍ୱାସ ଥିବା ସେ କହିଛନ୍ତି ।
ସାଉଦି ଆରବର ବାର୍ଷିକ ପୁଞ୍ଜି ନିବେଶ ଫୋରମରେ ଉଦବୋଧନ ଦେଇ ମୁକେଶ କହିଛନ୍ତି ଯେ, ଗତ ଅଗଷ୍ଟ ମାସ ପରଠାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଦ୍ୱାରା ଯେଉଁ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି, ତାର ସୁଫଳ ଖୁବଶୀଘ୍ର ଅନୁଭୂତ ହେବ । ଭାରତୀୟ ଅର୍ଥନୀତିରେ ବର୍ତ୍ତମାନ ମାନ୍ଦାବସ୍ଥା ଦେଖାଦେଇଥିବା ବିଷୟକୁ ମୁକେଶ ସ୍ୱୀକାର କରିଛନ୍ତି । ସେ କହିଛନ୍ତି ଯେ, ମୋ ଦୃଷ୍ଟିରେ ବର୍ତ୍ତମାନ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ତାହା ଅସ୍ଥାୟୀ । ସରକାର ଏହି ଧାରାକୁ ବଦଳାଇବା ଦିଗରେ ନିରନ୍ତର ଉଦ୍ୟମ କରୁଛନ୍ତି । ତେଣୁ ସ୍ଥିତି ସୁଧୁରିବ ସେ ବିଶ୍ୱାସ ମୋର ରହିଛି । ସୂଚନା ଯୋଗ୍ୟ ଯେ, ବିଶ୍ୱର ଦ୍ରୁତ ଅଭିବୃଦ୍ଧି ହାସଲ କରୁଥିବା ଅର୍ଥନୀତିର ମାନ୍ୟତା ପାଇଥିବା ଭାରତର ଅଭିବୃଦ୍ଧି ହାର ଗତ ୧୫ମାସ ଧରି ହ୍ରାସ ପାଇବାରେ ଲାଗିଛି । ଏପି୍ରଲ – ଜୁନ୍‌ ୨୦୧୮ ବେଳକୁ ଅଭିବୃଦ୍ଧି ହାର ୮ ପ୍ରତିଶତ ଥିଲାବେଳେ ଏପି୍ରଲ – ଜୁନ୍‌ ୨୦୧୯ ତ୍ରୟୋମାସରେ ୫ ପ୍ରତିଶତରେ ପହଞ୍ଚôଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*