ଅର୍ଜୁନ ପାଇଁ ପ୍ରଣବ ଓ ଶିବନାଥଙ୍କ ନାଁ ସୁପାରିସ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ଯୋଡ଼ି ଶିବନାଥ ସରକାର ଏବଂ ପ୍ରଣବ ବର୍ଦ୍ଧନଙ୍କ ନାଁ ବ୍ରିଜ ଫେଡ଼େରେସନ୍ ଅଫ ଇନ୍ଦିଆ ଅର୍ଜୁନ ପୁରସ୍କାର ପାଇଁ ସୁପାରିସ କରିପଠାଇଛି । ଗତ ଜାକର୍ତ୍ତା ଏସିଆଡ଼୍ରେ ବ୍ରିଜର ସ୍ୱର୍ଣ୍ଣ ପଦକ ବର୍ଦ୍ଧନ-ସରକାରଙ୍କ ଯୋଡ଼ି ହାସଲ କରିଥିଲେ । ଆଉ ବନିଥିଲେ ଏସିଆଡ଼୍ରେ ସ୍ୱର୍ଣ୍ଣ ପଦକ ଜିତିବାରେ ବୟସ୍କ ଭାରତୀୟ ଯୋଡ଼ି । ଗତବର୍ଷ ଭୁଲ ବଶତଃ ଆମ ନାଁ ମନୋନୀତ ହୋଇନଥିଲା । ଆଶା କରୁଛି ଏଥର ଆମ ନାଁ ଉପରେ ଅର୍ଜୁନ ମୋହର ଲାଗିବ ବୋଲି କହିଛନ୍ତି ୬୨ ବର୍ଷିୟ ପ୍ରଣବ ବର୍ଦ୍ଧନ । ଅତୀତରେ ଲୋକେ ଆମକୁ ତାସ୍ ଖେଳୁଛୁ ବୋଲି କହି ମଜାକ୍ କରୁଥିଲେ । ହେଲେ ୨୦୧୮ର ସ୍ୱର୍ଣ୍ଣ ପଦକ ସେ ସବୁ ବଦଳାଇଦେଇଛି । ଏବେ ରେଳବାଇ ଏବଂ ଆୟକର ବିଭାଗରେ କିଛି ବ୍ରିଜ ଖେଳାଳି କ୍ରୀଡ଼ା କୋଟାରେ ଚାକିରୀ ପାଇଛନ୍ତି । ଆମକୁ ଯଦି ଅର୍ଜୁନ ପୁରସ୍କାର ମିଳେ ତା’ହେଲେ ଭାରତରେ ବ୍ରିଜର ପ୍ରସାର ବଢ଼ିଯିବ ବୋଲି ପ୍ରଣବ କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*