ଅର୍କକ୍ଷେତ୍ରକୁ ସ୍ୱଚ୍ଛତା ପାଇଁ ଜିଲ୍ଲାପାଳଙ୍କ ଆହ୍ୱାନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : କୋଣାର୍କ

ସମାଜ ସୁସ୍ଥ ରହିଲେ ମଣିଷ ନିରୋଗରେ ଜୀବନଯାପନ କରିବା ସହ ସବୁ ସ୍ଥାନରେ ପ୍ରଶଂସାର ପାତ୍ର ହୋଇ ଏବଂ ତା’ର ସମସ୍ତ ପ୍ରକାର ଶ୍ରୀ ବୁଦ୍ଧି ହେବ ବୋଲି କୋଣାର୍କର ମୁକ୍ତାକାଶ ରଙ୍ଗ ମଞ୍ଚ ପରିଶେଷରେ କୋଣାର୍କ ଏନଏସି ତରଫରୁ ଆୟୋଜିତ ଏକ ମେଗା ସ୍ୱଚ୍ଛତା କାର୍ଯ୍ୟକ୍ରମରେ ପୁରୀ ଜିଲ୍ଲାପାଳ ଶ୍ରୀ ବଲବନ୍ତ ସିଂ ଯୋଗ ଦେଇଥିଲେ । କୋଣାର୍କ ଭଳି ବିଶ୍ୱ ପର୍ଯ୍ୟଟନସ୍ଥଳୀକୁ ଯଦି ଆମେ ସମ୍ପୂର୍ଣ୍ଣ ସ୍ୱଚ୍ଛ ରଖିପାରିବା ତା’ ହେଲେ ଏଠାକୁ ଅଧିକରୁ ଅଧିକ ପର୍ଯ୍ୟଟକମାନେ ଆସି କୋଣାର୍କର ମାନ ବଢାଇବା ସହ ଏଠାରେ ପର୍ଯ୍ୟଟନ ଶିଳ୍ପ ଉପରେ ନିର୍ଭର କରି ଚଳୁଥିବା ବ୍ୟବସାୟୀମାନଙ୍କର ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ହୋଇପାରିବ ବୋଲି ପୁରୀ ଜିଲ୍ଲାପାଳ କହିଥିଲେ । ଆଗାମୀ ୩ ମାସ ଭିତରେ କୋଣାର୍କ ସହରକୁ ସମ୍ପୂର୍ଣ୍ଣ ଅଳିଆ ଓ ଆବର୍ଜନା ମୁକ୍ତ କରି ଭାରତର ମହୀଶୂର ଓ ଇନେ୍ଦାର ଭଳି ସହରରେ ଗଢି ତୋଳିବା ପାଇଁ ସେ କହିଥିଲେ । ଏହି ମେଗା କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଇଂ ତୁଷାରକାନ୍ତି ବେହେରା, ପୁରୀ ଏସ୍ପି ଡ. ଉମାଶଙ୍କର ଦାଶ, ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ସମେତ କୋଣାର୍କ ଅଞ୍ଚଳର ମା’ଲକ୍ଷ୍ମୀ ପୂଜା କମିଟି, କୋଣାର୍କ ଗଣେଶ କମିଟି, ମା’ ଦୁର୍ଗା କମିଟି ଆଦି ଯୋଗ ଦେଇ ପୁରୀ ଜିଲ୍ଲାପାଳ ବଲ୍ଲବନ୍ତ ସିଂଙ୍କର ଏଭଳି ପ୍ରୟାସକୁ ପ୍ରଶଂସା କରିବା ସହ ସହରର ସମସ୍ତ ଜନସାଧାରଣ ଅର୍କକ୍ଷେତ୍ରକୁ ସ୍ୱଚ୍ଛ ରଖିବା ପାଇଁ ଅତିଥିମାନେ ଆହ୍ୱାନ ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*