ଅରୁଣାଚଳପ୍ରଦେଶ ଉପମୁଖ୍ୟମନ୍ତ୍ରୀଙ୍କ ଘର ପୋଡ଼ିଲେ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ଇଟାନଗର
ଲଗାତାର ତୃତୀୟ ଦିନ ପାଇଁ ଅରୁଣାଚଳ ପ୍ରଦେଶ ରାଜଧାନୀ ଇଟାନଗରଠାରେ ହିଂସା ପରିସ୍ଥିତି ଦେଖାଦେଇଛି । ଅନ୍ୟ ରାଜ୍ୟର ୬ ସଂପ୍ରଦାୟର ଲୋକଙ୍କୁ ରାଜ୍ୟ ସରକାର ସ୍ଥାୟୀ ସଦସ୍ୟତା ସାର୍ଟିଫିକେଟ ଦେବା ପ୍ରସଙ୍ଗକୁ ବିରୋଧ କରି ଗତ ୩ ଦିନ ହେଲା ରାଜ୍ୟରେ ବିକ୍ଷୋଭପ୍ରଦର୍ଶନ କରାଯାଉଛି । ଶୁକ୍ରବାର ଏହି ବିକ୍ଷୋଭପ୍ରଦର୍ଶନବେଳେ ପୁଲିସ୍‌ ଫାୟାରିଂରେ ଜଣେ ଯୁବକ ପ୍ରାଣ ହରାଇବା ପରେ ରବିବାର ବିକ୍ଷୋଭ ହିଂସାତ୍ମକ ରୂପ ଧାରଣ କରିଥିଲା । ବିକ୍ଷୋଭକାରୀମାନେ ଅରୁଣାଚଳ ପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ ଚାୱନା ମେନଙ୍କ ବାସଭବନରେ ନିଅାଁ ଲଗାଇଦେବା ସହ ଇଟାନଗରସ୍ଥିତ ଡେପୁଟୀ କମିଶନରଙ୍କ ଅଫିସରେ ଭଙ୍ଗାରୁଜା କରିଥିଲେ ।

ଡିସି କାର୍ଯ୍ୟାଳୟ ପରିସରରେ ଥିବା ଏକାଧିକ ଗାଡିରେ ନିଅାଁ ଲଗାଇ ଦେଇଥିଲେ ଆନେ୍ଦାଳନକାରୀ । ଏହାଛଡା ବହୁସଂଖ୍ୟକ ବିକ୍ଷୋଭକାରୀ ଏକାଠି ସହର ସାରା ଯାତାୟାତ କରିବା ପୂର୍ବକ ସାର୍ବଜନୀନ ସଂପତ୍ତିକୁ କ୍ଷତି ପହଞ୍ଚାଉଥିବା ମଧ୍ୟ ଦେଖାଯାଇଛି । ଇଟାନଗର ପୁଲିସ୍‌ ଷ୍ଟେସନ ଉପରେ ମଧ୍ୟ ଆକ୍ରମଣ କରିଥିଲେ ବିକ୍ଷୋଭକାରୀ । ଏଭଳି ହିଂସା ପରିସ୍ଥିତିକୁ ରୋକିବା ପାଇଁ ତଥା ରାଜ୍ୟରେ ଆଇନ୍‌ ଶୃଙ୍ଖଳା ପରିସ୍ଥିତିର ରକ୍ଷା ପାଇଁ ୬ କଂପାନୀ ଆଇଟିବିପିଙ୍କୁ ମୁତୟନ କରାଯାଇଛି ।
ରିପୋର୍ଟ ଅନୁଯାୟୀ, ବିକ୍ଷୋଭକାରୀ ନହରଲାଗୁନ ରେଳ ଷ୍ଟେସନ ଆଡକୁ ଯାଇଥିବା ରାସ୍ତା ଅବରୋଧ କରିଛନ୍ତି । ଏହି କାରଣରୁ ରୋଗୀଙ୍କ ସମେତ ବହୁ ଯାତ୍ରୀ ରବିବାର ସକାଳୁ ରେଳ ଷ୍ଟେସନଠାରେ ଅଟକି ରହିଛନ୍ତି । ଶନିବାର ବିକ୍ଷୋଭକାରୀଙ୍କ ପଥର ମାଡରେ ୩୫ ଜଣ ସାଧାରଣ ଲୋକ ଏବଂ ୨୪ ଜଣ ସୁରକ୍ଷାକର୍ମୀ ଆହତ ହେବା ପରେ ପ୍ରଶାସନ ପକ୍ଷରୁ ନହରଲାଗୁନ ଏବଂ ଇଟାନଗରଠାରେ ଅନିଶ୍ଚିତ ସମୟ ପାଇଁ କର୍ଫୁ୍ୟ ଲାଗୁ କରାଯାଇଥିଲା । ଏହାଛଡା ଇଯାନଗର ଏବଂ ନହରଲାଗୁନଠାରେ ସେନା ପକ୍ଷରୁ ଫ୍ଲାଗ୍‌ ମାର୍ଚ୍ଚ ମଧ୍ୟ କରାଯିବା ସହ ଇଣ୍ଟରନେଟ ସେବାକୁ ବନ୍ଦ କରିଦିଆଯାଇଥିଲା ।
ପଟ୍ରୋଲ ପମ୍ପ ଏବଂ ଦୋକାନ ବଜାର ବନ୍ଦ ରହିଥିବାବେଳେ ଏଟିଏମଗୁଡିକରେ ଆଉ ଟଙ୍କା ନାହିଁ । ବିକ୍ଷୋଭକାରୀ ଅନୂ୍ୟନ ୬୦ ଯାନବାହନକୁ ପୋଡି ଦେଇଥିବାବେଳେ ୧୫୦ରୁ ଊଦ୍ଧ୍ୱର୍ ଯାନକୁ ଭାଙ୍ଗିରୁଜି େଇଥିବା ସଂପର୍କରେ ପୁଲିସ୍‌ ସୂଚନା ଦେଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*