ଅରବିନ୍ଦ ସ୍ମାରକୀ କ୍ରିକେଟ: କ୍ୱାର୍ଟରରେ ମୁକ୍ତେଶ୍ୱର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ
ଭୁବନେଶ୍ୱର

ସ୍ଥାନୀୟ ପାରାମାଉଣ୍ଟ କି୍ରକେଟ କ୍ଳବ ପକ୍ଷରୁ ଚାଲିଥିବା ଅରବିନ୍ଦ ସ୍ମାରକୀ ଯୁବା କି୍ରକେଟ ପ୍ରତିଯୋଗିତାରେ ସୋମବାର ଦିନ ମୁକ୍ତେଶ୍ୱର କି୍ରକେଟ କ୍ଳବ ବିଶ୍ୱଭାରତୀକୁ ହରାଇ ଦ୍ୱିତୀୟ ଦଳ ଭାବରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ଆୟୋଜକ କ୍ଳବର ଖେଳ ପଡିଆରେ ଅନୁଷ୍ଠିତ ହେଉଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୁକ୍ତେଶ୍ୱର ୧୭୦ରନ ଟାର୍ଗେଟକୁ କେବଳ ୩ୱିକେଟ ହରାଇ ସଂଗ୍ରହ କରିନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ବିଶ୍ୱଭାରତୀ ବଲଜିନ୍ଦର ସିଂହଙ୍କ ୫୧ରନ ବଳରେ ୪୦ ଓଭରରେ ୧୬୯ରନ କରିଥିଲା । ଏହାର ଜବାବରେ ମୁକ୍ତେଶ୍ୱର ୩୨.୧ଓଭରରେ ୩ୱିକେଟ ହରାଇ ୧୭୨ରନ କରିଥିଲା । ବିଜୟୀ ଦଳ ପକ୍ଷରୁ ସୁବାଶିଷ ମଲ୍ଲିକ ୪୬, କରନ ମହାପାତ୍ର ୪୧ ଏବଂ ବିଭାଂଶୁ ୩୭ରନ କରିଥିଲେ । ସୁବାଶିଷ ମଲ୍ଲିକଙ୍କୁ ମ୍ୟାନ ଅଫ୍‌ ଦ ମ୍ୟାଚ ପୁରସ୍କାର ପୂର୍ବତନ ରଣଜୀ ଖେଳାଳି ଓ କୋଚ ଗୁରୁଜିତ ସିଂହ ପ୍ରଦାନ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*