ଅଯୋଧ୍ୟା ରାୟ ନେଇ ବିବାଦୀୟ ସ୍ତମ୍ଭ କ୍ଷମା ମାଗିଲା ନ୍ୟାସନାଲ ହେରାଲ୍ଡ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ: ନୂଆଦିଲ୍ଲୀ

ଅଯୋଧ୍ୟା ରାୟ ଉପରେ ବିବାଦୀୟ ସ୍ତମ୍ଭ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ରବିବାର ନ୍ୟାସନାଲ ହେରାଲ୍ଡ ପକ୍ଷରୁ କ୍ଷମା ପ୍ରାର୍ଥନା କରାଯାଇଛି । ନ୍ୟାସନାଲ ହେରାଲ୍ଡର ଉକ୍ତ ସ୍ତମ୍ଭ ସହ କୌଣସି ସଂପୃକ୍ତି ନାହିଁ, ଏହା ସ୍ତମ୍ଭକାରଙ୍କ ନିଜସ୍ୱ ମନ୍ତବ୍ୟ ବୋଲି ଖବରକାଗଜ ପକ୍ଷରୁ କୁହାଯାଇଛି ।
ପ୍ରକାଶ ଥାଉ କି, ରବିବାର ନ୍ୟାସନାଲ ହେରାଲ୍ଡର ଏକ ସ୍ତମ୍ଭରେ ୧୯୯୧ ଅଯୋଧ୍ୟା ଏବଂ ୨୦୧୯ ସୁପ୍ରିମକୋର୍ଟର ଫଟୋ ମିଶା ହୋଇ ପ୍ରକାଶ ପାଇଥିଲା । ଯାହା ଉପରେ ଲେଖାଥିଲା “କାହାର ବାଡି । ତାଙ୍କର ମଇଁଷି” । ଏହା ତଳକୁ ଏକ ଛୋଟ ଲେଖା ମଧ୍ୟ ଥିଲା । ଯେଉଁଥିରେ “ହିଂସା, ରକ୍ତାକ୍ତ ସଂଘର୍ଷ ପରେ ନିର୍ମାଣ ହେଉଥିବା ମନ୍ଦିରରେ କ’ଣ ଭଗବାନ ରହିବେ? ଯଦି ବି ଭଗବାନ ସେଠାରେ ରହିବାକୁ ନିଷ୍ପତ୍ତି ନେଲେ, ଆମେ କ’ଣ ସେପରି ଏକ ମନ୍ଦିରରେ ପ୍ରାର୍ଥନା କରିପାରିବା? ବୋଲି ଉଲ୍ଲେଖ ଥିଲା ।
ଏହି ସ୍ତମ୍ଭ ପାଇଁ ଭାଜପା ଦୃଢଭାବେ କଂଗ୍ରେସକୁ ସମାଲୋଚନା କରିବା ସହ ଦଳ ଅଯୋଧ୍ୟା ରାୟକୁ ନେଇ କ’ଣ ଚିନ୍ତା କରୁଛି ଏହି ସ୍ତମ୍ଭ ଦର୍ଶାଉଛି ବୋଲି କହିଥିଲା । କଂଗ୍ରେସର ମୁଖପତ୍ର ନ୍ୟାସନାଲ ହେରାଲ୍ଡରେ ସୁପ୍ରିମକୋର୍ଟଙ୍କ ରାୟକୁ ସମାଲୋଚନା କରାଯାଇଥିବା ସ୍ତମ୍ଭ ପାଇଁ କଂଗ୍ରେସର ମଧ୍ୟବର୍ତ୍ତୀକାଳୀନ ଅଧ୍ୟକ୍ଷା ସୋନିଆ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି ଭାଜପା ନେତା ସମ୍ବିତ୍‌ ପାତ୍ର ଦାବି କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*