ଅମ୍ପନର ପ୍ରଭାବ ପଡ଼ିଲାନି ରାଜଧାନୀରେ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ: ଭୁବନେଶ୍ୱର

ମହାମାରୀ କରୋନା ରାଜଧାନୀବାସୀଙ୍କୁ କଲବଲ କରୁଥିବା ସମୟରେ ବାତ୍ୟା ଅମ୍ପାନକୁ ନେଇ ଲୋକମାନେ ଭୟଭିତ ହୋଇପଡିଥିଲେ । ବୁଧବାର ଦିନ ବାତ୍ୟା ଅମ୍ପାନ ତାର କରାଳୟ ରୂପ ପଶ୍ଚିମବଙ୍ଗରେ ଦେଖାଇଥିଲା । ହେଲେ ରାଜଧାନୀବାସୀ ଏଥିରୁ ରକ୍ଷା ପାଇଯାଇଥିଲେ । ରାଜଧାନୀରେ ବାତ୍ୟା ଅମ୍ପାନର କୋ÷ଣସି ପ୍ରଭାବ ପଡିନାହିଁ । ସ୍ୱାଭାବିକ ବର୍ଷା ହେବା ସହ ୧୩ ଘଣ୍ଟା ଧରି ବିଦୁ୍ୟତ୍‌ କାଟ୍‌ ରାଜଧାନୀବାସୀଙ୍କୁ ନାକେଦମ୍‌ କରିଥିଲା । ଅମ୍ପାନ ଯେତିକି ଲୋକମାନଙ୍କୁ କଲବଲ କରିନଥିଲା ତାଠାରୁ ବଳିଯାଇଥିଲା ବିଦୁ୍ୟତ୍‌ କାଟ୍‌ । ମଙ୍ଗଳବାର ବିଳମ୍ବିତ ରାତିରେ ଲଗାଣ ବର୍ଷା ସହ ୪୦ରୁ ୫୦ କି.ମି ବେଗରେ ପବନ ବହୁଥିଲା । ସମୟାନୁକ୍ରମେ ବର୍ଷାର ପରିମାଣ ସହ ପବନର ବେଗ ହ୍ରାସ ପାଇଥିବାରୁ ଭୁବନେଶ୍ୱର ଉପରେ ଅମ୍ଫାନର ଅଧିକ ପ୍ରଭାବ ପଡ଼ି ନ ଥିବା ଜଣାପଡ଼ିଛି । ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ଖବର ଅନୁଯାୟୀ ଭୁବନେଶ୍ୱରରେ ଗତ ୨୪ ଘଣ୍ଟାା ମଧ୍ୟରେ ସ୍ୱାଭାବିକ୍ ବର୍ଷା ହୋଇଛି । ଲଘୁ·ପ ଜନିତ ବର୍ଷା ସମୟରେ ଦିନକୁ ଯେଉଁ ପରିମାଣର ବର୍ଷା ରେକର୍ଡ କରାଯାଏ ତାଠାରୁ କମ୍ ରହିଛି । ବୁଧବାର ପ୍ରାୟ ୧୫ ମି.ମି ବର୍ଷା ଭୁବନେଶ୍ୱରରେ ରେକର୍ଡ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ମିଳିଛି । ଯାହାଫଳରେ ଭୁବନେଶ୍ୱରରେ ଥିବା ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ଜଳବନ୍ଦୀ ସମସ୍ୟା ନଜରକୁ ଆସିନାହିଁ । ତା ସତ୍ତ୍ୱେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ପକ୍ଷରୁ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକ ଉପରେ ନଜର ରଖାଯାଇଥିଲା । ଆବଶ୍ୟକ ସ୍ଥଳେ ପମ୍ଫ ପକାଯିବାର ବ୍ୟବସ୍ଥା କରାଯାଇଥିଲା ବୋଲି ବିଏମ୍ସି କମିଶନର ପ୍ରେମଚନ୍ଦ୍ର ଚୌଧାରୀ ସୂଚନା ଦେଇଛନ୍ତି । ସେହିପରି ଭୁବନେଶ୍ୱରରେ ବାତ୍ୟା ଅମ୍ଫାନର ପ୍ରଭାବକୁ ଦୃଷ୍ଟିରେ ରଖି ୧୩ ଘଣ୍ଟା ବିଦୁ୍ୟତ୍ କାଟ ହୋଇଥିବା ଜଣାପଡ଼ିଛି । ମଙ୍ଗଳବାର ବିଳମ୍ବିତ ରାତିରେ ପବନର ବେଗ ବଢ଼ିବାରୁ ବିଦୁତ୍ କାଟ କରାଯାଇଥିଲା । ମୋଟ୍ ଦୁଇଟି ପର୍ଯ୍ୟାୟରେ ବିଦୁ୍ୟତ୍ କାଟ ହୋଇଥିବା ବେଳେ ବୁଧବାର ଅପରାହ୍ନ ୩ଟାରେ ବିଦୁ୍ୟତ୍ ସରବରାହ ପୁନଃ ପ୍ରାରମ୍ଭ କରାଯାଇଥିଲା । ଚନ୍ଦ୍ରଶେଖରପୁର ଅଞ୍ଚଳରେ ଗଛ ପଡ଼ିବା କାରଣରୁ ବିଦୁ୍ୟତ୍ ସରବରାହ କିଛି ସମୟ ପାଇଁ ବନ୍ଦ ଥିଲା । ପାର ଗଛ ଉଠାଯିବା ପରେ ତାକୁ ପୁଣି ଆରମ୍ଭ କରାଯାଇଥିବା ସେସୁ ପକ୍ଷରୁ ଜଣାପଡ଼ିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*