ଅମରିନ୍ଦର-ସିଦ୍ଧୁଙ୍କ ମଧ୍ୟରେ ସମାଧାନର ରାସ୍ତା ବନ୍ଦ ନବଜ୍ୟୋତଙ୍କ ସ୍ଥାନରେ ଗୁରୁଜୀତ ବନିବେ ମନ୍ତ୍ରୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ: ଚନ୍ଦିଗଡ
ମୁଖ୍ୟମନ୍ତ୍ରୀ କ୍ୟାପ୍‌ଟେନ୍‌ ଅମରିନ୍ଦର ସିଂ ଏବଂ କ୍ୟାବିନେଟ୍‌ ମନ୍ତ୍ରୀ ନବଜ୍ୟୋତ ସିଂ ସିଦ୍ଧୁଙ୍କ ମଧ୍ୟରେ ସମାଧାନର ସବୁ ରାସ୍ତା ବନ୍ଦ ହୋଇଗଲା ଭଳି ମନେହେଉଛି । ଅମରିନ୍ଦର ସିଦ୍ଧୁଙ୍କ ଇଚ୍ଛା ଉପରେ କ୍ୟାବିନେଟ୍‌ରେ ଖାଲିଥିବା ପଦକୁ ପୂରଣ କରିବା ପାଇଁ ପ୍ରସ୍ତୁତି ଶେଷ କରିସାରିଲେଣି । କପୁରତାଲାର ବିଧାୟକ ରାଣା ଗୁରୁଜୀତ ସିଂଙ୍କୁ ପୁଣି ଥରେ କ୍ୟାବିନେଟ୍‌ରେ ସାମିଲ କରାଯିବ ବୋଲି ଏକପ୍ରକାର ନିଷ୍ପତ୍ତି ନିଆଯାଇଛି ।
ଅମରିନ୍ଦର ସରକାରଙ୍କ କାର୍ଯ୍ୟକାଳ ସରିବାକୁ ଆଉ ଅଛି ମାତ୍ର ୨ ବର୍ଷ । ତେଣୁ ଅଧିକାଂଶ ବିଧାୟକଙ୍କ ନଜର ଏହି ଖାଲିଥିବା ପଦ ଉପରେ ରହିଛି । ମନ୍ତ୍ରୀ ବନିବାର ଦୌଡ଼ରେ ବିଧାନସଭାର ବାଚସ୍ପତି ରାଣା କେପି ସିଂ ମଧ୍ୟ ସାମିଲ ଥିବା କୁହାଯାଉଛି । ଯୁବନେତା କୁଲଜିତ ନାଗରା ମଧ୍ୟ ଏହି ଦୌଡ଼ରେ ଥିବା ଚର୍ଚ୍ଚା ଏଥିପାଇଁ ହେଉଛି ଯେ, ସେ ରାହୁଲ ଗାନ୍ଧୀଙ୍କ ଅତି ନିକଟତର । ଏଠାରେ ସୂଚନାଯୋଗ୍ୟ ଯେ, ସିଦ୍ଧୁ ଗତ ଜୁଲାଇ ମାସରେ ସେ ନିଜ ପଦରୁ ଇସ୍ତଫା ଦେଇଥିଲେ । ଲୋକସଭା ନିର୍ବାଚନ ପରେ ହୋଇଥିବା କ୍ୟାବିନେଟ୍‌ ଅଦଳବଦଳକୁ ନେଇ ସେ ଥିଲେ ଅସନ୍ତୁଷ୍ଟ । ମୁଖ୍ୟମନ୍ତ୍ରୀ ଅମରିନ୍ଦର ଲୋକସଭା ନିର୍ବାଚନରେ ସହରୀ ଆସନରୁ କଂଗ୍ରେସର ପରାଜୟ ପାଇଁ ଦୋଷ ସିଦ୍ଧୁଙ୍କ ଉପରେ ଲଦିବା ସହ ତାଙ୍କ ବିବାଦକୁ ବଦଳାଇଥିଲେ । ଯେଉଁ କାରଣରୁ ଅସନ୍ତୁଷ୍ଟ ହୋଇଥିଲେ ସିଦ୍ଧୁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*