ଅଭିବୃଦ୍ଧି ହାର ୫ପ୍ରତିଶତ ରହିପାରେ: ଏସବିଆଇ ରିପୋର୍ଟ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ଏସବିଆଇର ଏକ ଗବେଷଣାତ୍ମକ ରିପୋର୍ଟରେ ଦେଶର ଘରୋଇ ଅଭିବୃଦ୍ଧି ହାର ଅନୁମାନ ହ୍ରାସ କରାଯାଇ ଆର୍ଥିକ ବର୍ଷ ପାଇଁ ୫ପ୍ରତିଶତ କରାଯାଇଛି । ପୂର୍ବରୁ ଅଭିବୃଦ୍ଧି ହାର ୬.୧ପ୍ରତିଶତ ରହିବ ବୋଲି ଆକଳନ କରାଯାଇଥିଲା । ଭାରତୀୟ ଷ୍ଟେଟବ୍ୟାଙ୍କର ଆର୍ଥିକ ଗବେଷଣା ବିଭାଗର ଏହି ରିପୋର୍ଟ ଅନୁସାରେ ଚଳିତ ଆର୍ଥିକ ବର୍ଷର ଦ୍ୱିତୀୟ ତୈୟମାସରେ ଅଭିବୃଦ୍ଧି ହାର ହ୍ରାସ ପାଇ ୪.୨ପ୍ରତିଶତ ରହିବାର ସମ୍ଭାବନା ଅଛି । ମୁଖ୍ୟତଃ ଯାନବାହନ ବିକି୍ର ହ୍ରାସ, ବିମାନ ଯାତ୍ରୀଙ୍କ ସଂଖ୍ୟା କମିବା, ଭିତ୍ତିଭୂମି କ୍ଷେତ୍ରର ବୃଦ୍ଧିହାର ସ୍ଥିର ହେବା ସହ ନିବେଶ ମାତ୍ରା କମିବା କାରଣରୁ ଅଭିବୃଦ୍ଧି ପ୍ରଭାବିତ ହେବ ବୋଲି ରିପୋର୍ଟ ଉଲ୍ଲେଖ କରିଛି ।
ଚଳିତ ଆର୍ଥିକ ବର୍ଷ ପାଇଁ ଯଦିଓ ରିପୋର୍ଟରେ ଅଭିବୃଦ୍ଧି ହାର ୫ପ୍ରତିଶତ ରହିବ ବୋଲି ସମ୍ଭାବନା ଦର୍ଶାଯାଇଛି, ତେବେ ୨୦୨୦-୨୧ବର୍ଷରେ ଆର୍ଥିକ ବୃଦ୍ଧି ହାର ମଜବୁତ ହେବ ଏବଂ ଏହା ୬.୨ପ୍ରତିଶତରେ ପହଞ୍ଚôପାରେ ବୋଲି ଉଲ୍ଲେଖ କରାଯାଇଛି । କୁହାଯାଇଛି ଯେ,ଅଭିବୃଦ୍ଧିକୁ ବଳ ଦେବା ପାଇଁ ଡିସେମ୍ବରରେ ଆରବିଆଇ ତାର ମୁଦ୍ରାନୀତି ସମୀକ୍ଷା ବୈଠକରେ ରେପୋ ରେଟରେ ୦.୨୫ପ୍ରତିଶତ ହ୍ରାସ କରିପାରେ । ଯଦି ଆରବିଆଇ ଏହା କରେ ତେବେ କ୍ରମାଗତ ଭାବେ ୫ମ ଥର ପାଇଁ ରେପୋ ରେଟରେ ହ୍ରାସ ଘଟିବ । ସୂଚନା ଯୋଗ୍ୟ ଯେ, ଆରବିଆଇ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅଭିବୃଦ୍ଧି ହାର ଆକଳନ ୬.୯ପ୍ରତିଶତରୁ ହ୍ରାସ କରି ୬.୧ପ୍ରତିଶତ କରିଛି । ରିସର୍ଚ୍ଚ ରିପୋର୍ଟରେ କୁହାଯାଇଛି ବିଶ୍ୱ ବଜାରରେ ମାନ୍ଦାବସ୍ଥା କାରଣରୁ ଭାରତ ଅର୍ଥନୀତି ମଧ୍ୟ ପ୍ରଭାବିତ ହୋଇଛି । ଯେଉଁ କାରଣରୁ ଆମେ ଅଭିବୃଦ୍ଧି ହାର ଆକଳନକୁ ହ୍ରାସ କରିଛୁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*