ଅଭିନନ୍ଦନଙ୍କୁ ଦିଆଯାଇଥିଲା ମାନସିକ ନିର୍ଯାତନା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ: ନୂଆଦିଲ୍ଲୀ

ଭୁଲରେ ସୀମା ସେପଟେ ପହଞ୍ଚôଯାଇଥିବା ଭାରତୀୟ ବାୟୁସେନାର ୱିଙ୍ଗ୍‌ କମାନ୍ଦର ଅଭିନନ୍ଦନ ବନ୍ଦୀ ଥିବାବେଳେ ତାଙ୍କ ସହ ଖୁବ୍‌ ଭଲ ବ୍ୟବହାର କରାଯାଇଥିଲା ବୋଲି ପାକିସ୍ତାନ ଦାବି କରୁଥିଲେ ହେଁ, ଏହା ମଧ୍ୟ ମିଛ ପ୍ରମାଣିତ ହୋଇଛି । ନିଜେ ଅଭିନନ୍ଦନ ବାୟୁସେନାର ଉଚ୍ଚ ଅଧିକାରୀଙ୍କ ନିକଟରେ ପାକିସ୍ତାନରେ ତାଙ୍କୁ ଅକଥନୀୟ ମାନସିକ ନିର୍ଯାତନା ଦିଆଯାଇଥିଲା ବୋଲି ପ୍ରକାଶ କରିଛନ୍ତି । ଯେଉଁ ୬୦ ଘଣ୍ଟା ସେ ପାକିସ୍ତାନରେ ଅତିବାହିତ କରିଥିଲେ, ସେତେବେଳେ ପାକ୍‌ କର୍ତ୍ତୃପକ୍ଷ ତାଙ୍କୁ କୌଣସି ଶାରୀରିକ ନିର୍ଯାତନା ଦେଇନଥିଲେ, ଅଧିକନ୍ତୁ ସେ ସେହି ସମୟରେ ସେ ମାନସିକ ନିର୍ଯାତନାର ଶିକାର ହୋଇଥିଲେ ବୋଲି ଅଭିନନ୍ଦନ ଜଣାଇଥିବା ସଂପର୍କରେ ରିପୋର୍ଟରେ ପ୍ରକାଶ ପାଇଛି ।
ଭାରତର କୂଟନୈତିକ ପ୍ରୟାସର ପରିଣାମ ସ୍ୱରୂପ ପାକିସ୍ତାନ ଉପରେ ଚର୍ତୁଦିଗରୁ ଚାପ ପଡିଥିଲା ଏବଂ ଏହା ଅଭିନନ୍ଦନଙ୍କୁ ମୁକ୍ତ କରିବାକୁ ବାଧ୍ୟ ହୋଇଥିଲା । ନଚେତ୍‌ ଅଭିନନ୍ଦନଙ୍କ ସହ ଯାହା କରାଯାଇଥାନ୍ତା, ତାହା କଳ୍ପନାରେ ବାହାରେ ଥାନ୍ତା ବୋଲି ସେନାଅଧିକାରୀ ଆଶଙ୍କା ପ୍ରକାଶ କରିଛନ୍ତି ।
ସେହିପରି ପାକିସ୍ତାନ ପକ୍ଷରୁ ଶୁକ୍ରବାର ରାତିରେ ନିଜର ପ୍ରସାର ଉଦେ୍ଦଶ୍ୟରେ ଏପରି କିଛି ଭିଡିଓ ଜାରି କରିଥିଲା, ଯେଉଁଥିରେ ଅଭିନନ୍ଦନଙ୍କୁ ଭାରତୀୟ ଗଣମାଧ୍ୟମ ବିରୋଧରେ କହୁଥିବା ଦେଖାଯାଇଥିଲା । ଏହି ଭଡିଓରେ ହେରଫେର କରାଯାଇଥିବା ସ୍ପଷ୍ଟ ଜଣାପଡିଥିଲା । ଏବେ ଅଭିନନ୍ଦନ ନିଜେ ଏହାର ସତ୍ୟ ସାମନାକୁ ଆଣିଛନ୍ତି ।ପ୍ରକାଶ ଥାଉ କି, ଗତ ବୁଧବାର ଦିନ ୱିଙ୍ଗ୍‌ କମାନ୍ଦର ଅଭିନନ୍ଦନ ପାକିସ୍ତାନର ଏଫ-୧୬ ବିମାନକୁ ମାରି ଖସାଇବା ପରେ ସେ ଥିବା ମିଗ-୨୧ ବିମାନ ମଧ୍ୟ ଖସି ପଡିଥିଲା । ଏହାପୂର୍ବରୁ ଅଭିନନ୍ଦନ ପାରାଚୁ୍ୟଟ୍‌ ମାଧ୍ୟମରେ ବାହାରକୁ ଚାଲିଆସିଥିଲେ । ହେଲେ ସେ ପାକିସ୍ତାନ ସୀମା ମଧ୍ୟରେ ଓହ୍ଲାଇଥିଲେ । ପରେ ଭାରତର ଆହ୍ୱାନକ୍ରମେ ତାଙ୍କୁ ପାକିସ୍ତାନ ଶୁକ୍ରବାର ରାତିରେ ମୁକ୍ତ କରିଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*