ଅବ୍ୟବସ୍ଥା ଭିତରେ ସରିଲା ବ୍ଲକସ୍ତରୀୟ ବିଜ୍ଞାନ ମେଳା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ସାରସକଣା

ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅନ୍ତର୍ଗତ ଗୋଲାପମଣି ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକସ୍ତରୀୟ ବିଜ୍ଞାନମେଳା ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଦୀପକ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ସାରସକଣା ତହସିଲଦାର ମହିନୀ କୁମାର ନାୟକ ଉପସ୍ଥିତ ରହି ଉଦଘାଟନ କରିଥିଲେ । ବ୍ଲକ ଶିକ୍ଷାଧିକାରୀ ତ୍ରିଲୋଚନ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ବିଡିଓ ସୁନାକର ଶର୍ମା ମୁଖ୍ୟବକ୍ତା ଭାବେ ଏବଂ ବିଭିନ୍ନ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକମାନେ ଯୋଗଦେଇ ଗଠନମୂଳକ ବକ୍ତବ୍ୟମାନ ପ୍ରଦାନ କରିଥିଲେ । ଉକ୍ତ ମେଳାରେ ବ୍ଲକର ବିଭିନ୍ନ ଉଚ୍ଚବିଦ୍ୟାଳୟରୁ ୪୧ଟି ଓ ପ୍ରାଥମିକ ଉଚ୍ଚ ବିଦ୍ୟାଳୟଗୁଡିକରୁ ୫୪ଟି ସହିତ ମୋଟ ୯୫ଟି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା । ମାତ୍ର ଦୁଃଖର ବିଷୟ ବ୍ଲକସ୍ତରୀୟ ଏହି ବିଜ୍ଞାନ ମେଳା କାର୍ଯ୍ୟକ୍ରମରେ ପୁରସ୍କାର ବିତରଣ ପାଇଁ ୩ଟା ସମୟ ରଖାଯାଇଥିବା ବେଳେ ଉଦଯାପନୀ ୪ଟାରେ ରଖାଯାଇଥିଲା । ମାତ୍ର ଉପସ୍ଥିତ ଶିକ୍ଷକମାନଙ୍କ କହିବାନୁଯାୟୀ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ କାର୍ଯ୍ୟକ୍ରମ ସରିବା ପରିବର୍ତ୍ତେ କୌଣସି ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ଓ ଉଦଯାପନୀ ଉତ୍ସବ କରାନଯାଇ ଯେଉଁ ୬ ଜଣ ଛାତ୍ରଛାତ୍ରୀ ନିଜ ପ୍ରକଳ୍ପକୁ ନେଇ ଜିଲ୍ଲାସ୍ତର ପାଇଁ ମନୋନୀତ ହେଲେ ତାହାକୁ ପ୍ରକାଶ ନ କରି କାର୍ଯ୍ୟକ୍ରମ ସମାପ୍ତ ହୋଇଥିବା ପ୍ରକାଶ କରିବା ପ୍ରଶାସନିକ ଦୃଷ୍ଟିକୋଣରୁ ଅବହେଳାର ପ୍ରମାଣ ଦେଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*