ଅବ୍ୟବସ୍ଥାରେ ସରାଶୋଳ ଅଙ୍ଗନୱାଡି ଓ ସ୍କୁଲ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ: ଚିତ୍ରଡ଼ା

ମୟୂରଭଞ୍ଜ ଜିଲ୍ଲା ମୋରଡ଼ାବ୍ଲକ ସାନମୁନ୍ଦାବଣି ପଞ୍ଚାୟତର ସରାଶୋଳ ଅଙ୍ଗନୱାଡି କେନ୍ଦ୍ର ଓ ପ୍ରାଥମିକ ସ୍କୁଲ ଅବହେଳିତ ହୋଇରହିଛି । ସରାଶୋଳ ଅଙ୍ଗନୱାଡି କେନ୍ଦ୍ରରେ ପ୍ରାୟ ବର୍ଷେ ହେବ କର୍ମୀ ନାହାନ୍ତି । ଫଳରେ ଶିଶୁମାନେ ଅସୁରକ୍ଷିତ ହୋଇପଡିଛନ୍ତି । କେନ୍ଦ୍ରରେ ୩୫ ଜଣ ଶିଶୁ ଥିବାବେଳେ ନିୟମିତ ପ୍ରାୟ ୧୫/୨୦ ଜଣ ଶିଶୁ କେନ୍ଦ୍ରକୁ ଆସୁଥିବା ଜଣାପଡିଛି । ନିକଟସ୍ଥ ଡାହିକଟା ଅଙ୍ଗନୱାଡି କେନ୍ଦ୍ରର କର୍ମୀ ମାଇନ ମାର୍ନ୍ଦି ଏହି କେନ୍ଦ୍ର ଦାୟିତ୍ୱରେ ଥିବାରୁ ବେଳେ ବେଳ ଏହି କେନ୍ଦ୍ର ଦେଖିବାକୁ ଆସିଥାନ୍ତି । ହେଲପର ସାବିତ୍ରୀ ମୁଖୀ ଏହି କେନ୍ଦ୍ରରେ ଶିଶୁମାନଙ୍କୁ କେବଳ ଖାଦ୍ୟ ଦିଆଯାଉଥିବା କହିଛନ୍ତି । ଏସମ୍ପର୍କରେ ମୋରଡ଼ା ଆଇସିଡିଏସର ଏସଏ ଜ୍ୟୋତ୍ସ୍ନା ମହାନ୍ତିଙ୍କୁ ପଚାରିବାରୁ କର୍ମୀ ନିଯୁକ୍ତି ବିରୋଧରେ ହାଇକୋର୍ଟରେ ମାମଲା ଥିବାରୁ ବିଭାଗ ଅସହାୟ ହୋଇପଡିଛି ବୋଲି ସେ କହିଛନ୍ତି ।
ସେହିପରି ଏଠାରେ ଥିବା ସରାଶୋଳ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ା ସମ୍ପୂର୍ଣ୍ଣ ଢିଲା । କାଗଜପତ୍ରରେ ପିଲାସଂଖ୍ୟା ୩୦ ଥିବାବେଳେ ପ୍ରକୃତରେ ୧୦/୧୫ ପିଲା ପଢ଼ିବାକୁ ଆସିଥାନ୍ତି । ଏଣୁ ଅଧିକ ପିଲା ଦର୍ଶାଇ ମଧ୍ୟାହ୍ନ ଭୋଜନ ହଡ଼ପକୁ ନେଇ ପ୍ରଶ୍ନ ଉଠିଛି । ସ୍କୁଲରେ ପାଚେରୀ ନଥିବାରୁ ଶିକ୍ଷକ ଶିକ୍ଷୟିତ୍ରୀ ଦୁଇଜଣ ପିଲାମାନଙ୍କୁ ନିୟନ୍ତ୍ରଣ କରିପାରୁନାହାଁନ୍ତି । ଏନେଇ ବ୍ଲକ ଶିକ୍ଷାଧିକାରୀ ସୁଦାମଚନ୍ଦ୍ର ଧଳଙ୍କୁ ପଚାରିବାରୁ ସେ ଛାତ୍ରଛାତ୍ରୀମାନଙ୍କ ଉପସ୍ଥାନ ତଦାରଖ କରିବା ସହ ପ୍ରତିକାର କରିବେ ବୋଲି କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*