ଅବହେଳିତ ଐତିହାସିକ ବଡ଼ମ୍ବା ଉପକାରାଗାର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : ବଡ଼ମ୍ବା

ଗଡ଼ଯାତ ରାଜା ଶାସନ ଅମଳର ଏବଂ ପ୍ରଜା ଆନେ୍ଦାଳନର ସ୍ମୃତି ବହନ କରୁଥିବା ଐତିହାସିକ ବଡ଼ମ୍ବା ଉପକାରାଗାର ଆଗକୁ ଅଚଳ ହୋଇଯିବା ସମ୍ଭାବନା ରହିଛି । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ମୁତାବକ ଏହି ଉପକାରାଗାର ବନ୍ଦ ହେବ ଏବଂ ଏହାର ଅନ୍ତେବାସୀ ବିଚାରାଧୀନ କଏଦୀ ଏଣିକି ଆଠଗଡ଼ ଉପଖନ୍ଦ କାରାଗାରକୁ ସ୍ଥାନାନ୍ତରିତ ହେବେ ବୋଲି ସ୍ଥାନୀୟ ଆଇନଜୀବୀଙ୍କ ସୂତ୍ରରୁ ପ୍ରକାଶ । କେବଳ ସେତିକି ନୁହେଁ ଏହି ଉପକାଗାର ବନ୍ଦ ହେଲେ ବଡ଼ମ୍ବାର ବିଚାରାଧୀନ କଏଦୀଙ୍କ ବିଚାର ଆବଶ୍ୟକସ୍ଥଳେ ଭିଡିଓ କନଫରେନସିଂ ଜରିଆରେ ଆଠଗଡ଼ ଉପକାରାଗାରରୁ କରାଯିବ ବୋଲି ସରକାରଙ୍କ ପ୍ରସ୍ତାବ ରହିଥିବା ଜଣାଯାଇଛି । ଅପର ପକ୍ଷରେ ଏଭଳି ନିଷ୍ପତ୍ତିକୁ ନେଇ ବଡ଼ମ୍ବାର ଅନେକ ଆଇନଜୀବୀ ଚିନ୍ତା ପ୍ରକାଶ କରିଛନ୍ତି । ଉଭୟ ଆଇନଜୀବୀ ଏବଂ ଜେଲ ଅନ୍ତେବାସୀଙ୍କ ପରିବାର ଲୋକ ଏହା ଦ୍ୱାରା ଅଧିକ ଖର୍ଚ୍ଚାନ୍ତ ହେବା ସହ ନାନା ଅସୁବିଧାର ସମ୍ମୁଖୀନ ହେବେ ବୋଲି ସ୍ଥାନୀୟ ଆଇନଜୀବୀମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି । ପ୍ରକାଶଥାଉ କି ସରକାରଙ୍କ ଏହି ପ୍ରସ୍ତାବକୁ ସ୍ଥାନୀୟ ଓକିଲ ସଂଘ ଏବଂ ମିଳିତ କ୍ରୀୟାନୁଷ୍ଠାନ କମିଟି ବିରୋଧ କରିବା ସହ କିଛି ମାସ ତଳେ ଏହାର ପ୍ରତିବାଦରେ ଆନେ୍ଦାଳନ କରିଥିଲେ । ଏପରିକି ଏହି ମିଳିତ ମଞ୍ଚର ଏକ ପ୍ରତିନିଧି ଦଳ ଭୁବନେଶ୍ୱର ଯାଇ ବଡ଼ମ୍ବା ଉପକାରାଗାର ବନ୍ଦ ହେବା ପ୍ରସ୍ତାବ ପ୍ରତ୍ୟାହାର କରିବା ସହ ସରକାର ଏହାର ପୁନର୍ବିଚାର କରିବା ତଥା ଏହାକୁ ପୂର୍ବ ପରି ରହିବା ପାଇଁ ସ୍ଥାନୀୟ ବିଧାୟକଙ୍କ ଜରିଆରେ ବିଭାଗୀୟ ମନ୍ତ୍ରୀ,ସଚିବ ଆଦି ଉଚ୍ଚପଦାଧିକାରୀଙ୍କୁ ସଚିବାଳୟରେ ସାକ୍ଷାତ କରି ଯୁକ୍ତିଯୁକ୍ତ ଦାବି ଉପସ୍ଥାପନ କରିଥିଲେ । ଉଚ୍ଚ ପଦାଧିକାରୀ ଏ ଦିଗରେ ବିଚାର କରିବେ ବୋଲି ମିଳିତ କ୍ରୀୟାନୁଷ୍ଠାନ କମିଟିକୁ ପ୍ରତିଶ୍ରୁତି ଦେଇଥିବା ବେଳେ ବଡ଼ମ୍ବା ଉପକାରାଗାର (ସବ୍ ଜେଲ) ଅଚଳ ହୋଇଯିବା ନେଇ ସୃଷ୍ଟି ହୋଇଥିବା ସମ୍ଭାବନା ସ୍ଥାନୀୟ ଆଇନଜୀବୀଙ୍କ ସମେତ ବୁଦ୍ଧିଜୀବୀ ମହଲରେ ଉଦ୍ବେଗ ପ୍ରକାଶ ପାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*