ଅବସ୍ଥା ଖରାପ ଲୁଲୁଙ୍କର, ଏଣୁ ମାଇଲେ ଗୋହତ୍ୟା, ତେଣୁ ମାଇଲେ ବ୍ରହ୍ମହତ୍ୟା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଅବଶ୍ୟ ମନ୍ତ୍ରୀମାନଙ୍କ ବାବଦରେ କିଛି କହିବା ମୁର୍ଖାମୀ । ସେମାନେ ତ ପିଅନ ଚପରାସିଙ୍କଠୁ ବି ହୀନ । ପିଅନମାନେ ମେଳିକଲେ ଅଫିସ୍‌ ଅଚଳ ହେଇଯିବ । ଚପରାଶିମାନେ ନଚାହିଁଲେ ଫାଇଲ୍‌ ହାତେ ବି ଘୁଞ୍ଚିବନି । ବଡ଼ବାବୁ ଫାଇଲ୍‌ ଦସ୍ତଖତ କଲେ ବି କୁଆଡ଼େ ଗାଏବ ହେଇଯିବ । କିନ୍ତୁ ଆମ ମନ୍ତ୍ରୀ ମେଳି ବି କରିପାରିବେ ନାହିଁ । ଚାହିଁଲେ ଫାଇଲ୍‌ ମଗେଇବି ପାରିବେ ନାହିଁ । ଭାରି ହିନିମାନିଆ ଅବସ୍ଥାରେ ଅଛନ୍ତି ସେମାନେ । ତେଣୁ ସେମାନଙ୍କୁ ସମସ୍ତେ ଦୟା କରିବା ଉଚିତ୍‌ । ଜଗନ୍ନାଥଙ୍କୁ ଡାକିବା କଥା ଯେ, ଏମିତି ଛ’ଅଣା ଦି’ପଇସା ହେଇ ମନ୍ତ୍ରୀ ଚଉକିରେ ବସିଥାଅ ।
ଏବେ ତ ରଥଯାତ୍ରା ଓ ଗଜପତି ଅଛନ୍ତି ଚର୍ଚ୍ଚାରେ । ଗଜପତି ରହିରହି ଶେଷକୁ ଏମିତି ଓଲଟ ବାଣ ମାରିଲେ ଯେ ସରକାର ଫୁଲ୍‌ ଅଣନିଶ୍ୱାସୀ । ଆଇନମନ୍ତ୍ରୀ ଲୁଲୁ ବାବୁ ସମସ୍ତଙ୍କୁ ଲୁଚୁଚନ୍ତି । ତାଙ୍କ ଅବସ୍ଥା ଏମିତି ଯେ, ଏଣୁ ମାଇଲେ ଗୋହତ୍ୟା , ତେଣୁ ମାଇଲେ ବ୍ରହ୍ମହତ୍ୟା । କଂଗ୍ରେସିଆ ଦାବି କଲେଣି ଏମିତିଆ ଆଇନ୍‌ ମନ୍ତ୍ରୀ ଥାଇ କେତେ ନଥାଇ କେତେ । ଜଲଦି ଇସ୍ତଫା ଦିଅନ୍ତୁ । ଆଉ କଉଁ ବେଳ ହେଇଥିଲେ ଏତେ ବେଳକୁ ଜେନାମଣୀ ଫଁ ହେଇସାରନ୍ତେଣି । କିନ୍ତୁ କରିବେ କ’ଣ? କିଏ ବା ତାଙ୍କୁ ପଚାରୁଚି?
ସରକାରଙ୍କୁ ଡିଫେନ୍ଦ କରିବା ପାଇଁ ସାହାସ ପାଉନାହିଁ । ଆଇନମନ୍ତ୍ରୀ । ରଥଟଣା ହବ କି ନହବ, କାଗଜପତ୍ରରେ ସେ ଦାୟିତ୍ୱ ଲୁଲୁ ବାବୁଙ୍କର । ବିଧାନସଭାରେ ଜଗା, ରତ୍ନ ଓ ରଥ କଥା ଉଠିଲେ ଆଇନମନ୍ତ୍ରୀ ଭାବେ ଲୁଲୁ ବାବୁ ହିଁ ସରକାରଙ୍କ ପକ୍ଷରୁ ଜବାବ ରଖିଥାନ୍ତି । ଏବେ ସରକାର ବିବାଦରେ ଲଟକି ଯାଇଚନ୍ତି । ଜବାବ୍‌ ଦବା କଥା କିଏ? କିନ୍ତୁ ଆଗକୁ ବାହାରି ସରକାର ଠିକ୍‌ କରିଥିଲେ ବୋଲି କହିଲେ ନେବେ ଜନତା କୀଳା । ଏମିତିରେ ଏରିଆରେ ଆବାସ ବଣ୍ଟାକୁ ନେଇ ଅଡୁଆରେ ଅଛନ୍ତି ଜେନା ବାବୁ । ଯଦି କହିବେ ଯେ, କରୋନା ପାଇଁ ଆମ ନିଷ୍ପତ୍ତି ଠିକ୍‌ ଥିଲା, ତେବେ ଆଉ ବାହାରକୁ ନବାହାରି ଦି’ମାସିଆ କ୍ୱାରେଣ୍ଟାଇନ୍‌ରେ ରହିଯିବେ ଘରେ । ଯଉଁଠି ମୋ ସରକାର ଡରୁଚନ୍ତି, ଲୁଲୁ ବାବୁ କିଏ କି? କଉଁ ଗାଈର ଗୋବର?
ଯଦି ବିରୋଧ କରିବେ, କହିବେ କି ଆମର ଭୁଲ୍‌ ହେଇଯାଇଥିଲା, ତେବେ ଖାଇବେ ମୋ ସରକାର କୀଳା । ମନ୍ତ୍ରିପଦ ଯିବ ତ ଯିବ, ଆରଥରକୁ ବି ଟିକଟ ମିଳିବନି । ମୋ ସରକାର କେଡେ ରାଗି, ସେକଥା ଲୁଲୁ ବାବୁ କ’ଣ ଜାଣିନାହାଁନ୍ତି?
ତେଣୁ ବର୍ତ୍ତମାନ ପାଇଁ ଗାଲେଇ ହେଇ ରହିଗଲେ ଭଲ । ସାପ ମରିବନି କି ବାଡ଼ି ଭାଙ୍ଗିବନି । ଚୁପ୍‌ଚାପ୍‌ ବସି ରହିଲେ ବରଂ ଅଧିବେଶନ କାଳରେ ବିରୋଧୀ ଦଳିଆଙ୍କୁ ଫଳେପୁଷ୍ପେ ସନ୍ତୁଷ୍ଟ କରି ହେବ । ଅନ୍ୟଥା ଏକୂଳରେ ହେବେନି କି ସେକୂଳର ହେବେନି । ଭାରି ଚିନ୍ତାରେ ଥିବେ ଲୁଲୁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*