ଅବଧି ସରିଲା, ପ୍ରକଳ୍ପ ଅସମ୍ପୂର୍ଣ୍ଣ ପାଣିରେ ବୁଡ଼ିଲା କୋଟି କୋଟି ଟଙ୍କା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ନୀଳଗିରି

ନୀଳଗିରି କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଜଡ଼ିଦା ପଞ୍ଚାୟତରେ ଥିବା ଘାଗରା ନାଳର ହଳଦୀଗଡ଼ି ପ୍ରକଳ୍ପ ପାଇଁ ୩ କୋଟି ୮ ଲକ୍ଷ ୭୬ ହଜାର ୮୫୪ ଟଙ୍କା ଅନୁଦାନ ଆସିଥିଲା । ଏହି ପ୍ରକଳ୍ପର ୨୮ ସେପ୍ଟେମ୍ବର ୨୦୧୯କୁ ଶେଷ ଧାର୍ଯ୍ୟ ତାରିଖ ଥିବା ବେଳେ ସମ୍ପୂର୍ଣ୍ଣ ପ୍ରକଳ୍ପର କାମ ଅଧାପନ୍ତରିଆ ହୋଇ ପଡ଼ିଥିବା ବେଳେ କୋଟି କୋଟି ଟଙ୍କା ନାଳ ଭିତରେ ପୋତି ହୋଇଯାଇଛି ବୋଲି ସାଧାରଣରେ ଅଭିଯୋଗ ହୋଇଛି । ଠିକାଦାର ଜଣକ ଅତି ନିମ୍ନମାନର କାର୍ଯ୍ୟ କରିଥିବା ବେଳେ ସମ୍ପୃକ୍ତ ବିଭାଗର ଜେଇଙ୍କ ସଲାସୁତୁରାରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ୍ ହୋଇଥିବାର ଅଭିଯୋଗ ହୋଇଛି । ଅତି ନିମ୍ନମାନର ଅଳ୍ପ କିଛି କାର୍ଯ୍ୟ କରି ୧.୫ କୋଟି ଟଙ୍କା ବିଲ୍ ହୋଇଥିବାର ଜେ.ଇ. ରମେଶ ଚନ୍ଦ୍ର ଦାସ ପ୍ରକାଶ କରିଥିଲେ । ଏବେ ସମ୍ପୂର୍ଣ୍ଣ ପ୍ରକଳ୍ପଟି ପାଣି ଭିତରେ ରହିଥିଲା ବେଳେ ମାତ୍ର କିଛି ପିସ୍ ରଡ୍ ଉପରକୁ ଦେଖାଯାଉଥିବାର ଦେଖିବାକୁ ମିଳିଛି । ବିଭିନ୍ନ ନିମ୍ନମାନର କମ୍ପାନୀରୁ ସିମେଣ୍ଟ ଓ ରଡ୍ ଆଣି ଉକ୍ତ ପ୍ରକଳ୍ପ କାର୍ଯ୍ୟ କରୁଥିବା ବେଳେ ଅତି ନିମ୍ନମାନର ମେଟାଲ ଓ ମାଟିମିଶା ହାତଭଙ୍ଗା ଚିପ୍ସରେ କାର୍ଯ୍ୟ କରିଥିବାର ଅଭିଯୋଗ ହୋଇଛି । ଏ ଘଟଣା ବାବଦରେ ସମ୍ପୃକ୍ତ ବିଭାଗୀୟ ଯନ୍ତ୍ରୀଙ୍କୁ ପଚାରିବାରୁ ୫୦ ପ୍ରତିଶତ ବିଲ୍ ପୈଠ କରାଯାଇଥିଲା ବେଳେ ନିମ୍ନମାନର କାର୍ଯ୍ୟକୁ ଅସ୍ୱୀକାର କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*