ଅପହୃତ ୨ ଜାଁଳା ଭାଇଙ୍କ ଶବ ଜବତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ସତନା

ମଧ୍ୟପ୍ରଦେଶର ସତନା ଜିଲାର ଚିତ୍ରକୂଟଠାରୁ ଗତ ଫେବୃଆରୀ ୧୨ରେ ଅପହୃତ ଜାଁଳା ଭାଇ ଶ୍ରେୟାଂଶ ଏବଂ ପ୍ରିୟାଂଶକୁ ଦୁବୃର୍ତ୍ତମାନେ ହତ୍ୟା କରିଥିବା ଜଣାପଡିଛି । ହାତଗୋଡ ବନ୍ଧା ହୋଇଥିବା ଦୁଇ ପିଲାଙ୍କ ମୃତଦେହ ରବିବାର ବାନ୍ଦାସ୍ଥିତ ଯମୁନା ନଦୀ କୂଳରୁ ଜବତ କରାଯାଇଛି । ପୁଲିସ୍‌ ଅନୁଯାୟୀ, ଅପହରଣକାରୀ ୨ କୋଟି ଟଙ୍କା ପିଲାଦ୍ୱୟଙ୍କ ପରିବାରଠାରୁ ଦାବି କରିଥିଲା । ପରିବାର ପକ୍ଷରୁ ସେମାନଙ୍କୁ ୨୦ ଲକ୍ଷ ଟଙ୍କା ଦିଆଯାଇଥିଲା । ତଥାପି ସେମାନେ ପିଲାଦ୍ୱୟଙ୍କୁ ହତ୍ୟା କରିଛନ୍ତି । ଇତିମଧ୍ୟରେ ଏହି ଘଟଣାରେ ଜଡିତ ୬ ଜଣ ଅଭିଯୁକ୍ତଙ୍କୁ ପୁଲିସ୍‌ ଗିରଫ କରିଛି । ମାମଲା ଦୁଇ ରାଜ୍ୟ ସହ ଜଡିତ ଥିବା କାରଣରୁ ଏନେଇ ରାଜନୈତିକ ଆରୋପ-ପ୍ରତ୍ୟାରୋପ ଆରମ୍ଭ ହୋଇଯାଇଛି । ପିଲାଦ୍ୱୟଙ୍କ ହତ୍ୟା ଖବର ଜଣାପଡିବା ପରେ ଚିତ୍ରକୂଟଠାରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି । ପ୍ରକାଶ ଥାଉ କି, ଗତ ଫେବୃଆରୀ ୧୨ରେ ପିଲାଦ୍ୱୟ ସ୍କୁଲରୁ ବସ୍‌ରେ ଫେରୁଥିଲେ । ରାସ୍ତା ମଝିରେ ଦୁଇ ବାଇକ୍‌ ଆରୋହୀ ବନ୍ଧୁକ ଦେଖାଇ ବସ୍‌କୁ ଅଟକାଇଥିଲେ ଏବଂ ପିଲା ଦ୍ୱୟଙ୍କୁ ଅପହରଣ କରିନେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*