‘ଅପରେସନ୍‌ କମଲ’ଭାଇରାଲ ଭିଡିଓ,ସୁପ୍ରିମକୋର୍ଟ ଯିବାକୁ କଂଗ୍ରେସ ସଜବାଜ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ବେଙ୍ଗାଲୁରୁ

ଭାଜପା ନେତା ତଥା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍‌ ୟେଦିରପ୍ପାଙ୍କ ଏକ ଭିଡିଓ ଏବେ ଭାଇରାଲ ହୋଇଛି । ଭିଡିଓରେ ଫଟୋ ଦେଖାଯାଉନଥିଲା ବେଳେ ଯେଉଁ ଅଡିଓ ଶୁଣାଯାଉଛି ସେଥିରେ ୟେଦିରପ୍ପା କହୁଛନ୍ତି ଯେ, ଦଳୀୟ ନେତୃତ୍ୱ ବିଶେଷ କରି ଅମିତ ଶାହାଙ୍କ ନିଦେ୍ର୍ଦଶ କ୍ରମେ ରାଜ୍ୟରେ ଅପରେସନ୍‌ କମଲ ଜାରି କରାଯାଇଥିଲା । ଏହି ଭିଡିଓକୁ ନେଇ ରାଜ୍ୟ ରାଜନୀତି ପୁଣି ଥରେ ସରଗରମ ହୋଇଥିଲା ବେଳେ ସୁପି୍ରମକୋର୍ଟ ଯିବାକୁ ପ୍ରସ୍ତୁତ ହେଉଛି କଂଗ୍ରେସ । ବିରୋଧୀଙ୍କ ଅଭିଯୋଗକୁ ଖନ୍ଦନ କରି ୟେଦିରପ୍ପା କହିଛନ୍ତି ଯେ, ଯେଉଁ ବିଧାୟକମାନେ ଇସ୍ତଫା ଦେଇଛନ୍ତି ସେମାନେ ଗଠବନ୍ଧନର କାର୍ଯ୍ୟକାଳରେ ଖୁସି ନଥିଲେ ।
୭ ମିନିଟ୍‌ର ଏହି ଭିଡିଓରେ ୟେଦିରପ୍ପା କହୁଥିବାର ଯାହା ଶୁଣାଯାଉଛି ତାହା ହେଉଛି ୧୭ ଅସନ୍ତୁ୍‌ଷ୍ଟଙ୍କ ବିଧାୟକଙ୍କ କାରଣରୁ ଆମେ କ୍ଷମତାରେ । ନଚେତ୍‌ ତାଙ୍କ କାରଣରୁ ସାଢେ ୩ ବର୍ଷ ଆମକୁ ବିରୋଧୀ ଦଳରେ ବସିବାକୁ ପଡିବ । ବିରୋଧୀଙ୍କ ଅଭିଯୋଗ ଗଠବନ୍ଧନ ସରକାରକୁ ଅସ୍ଥିର କରିବା ପାଇଁ ଏହି ଅପରେସନ୍‌ କମଲ ଆରମ୍ଭ କରାଯାଇଥିଲା ।
କଂଗ୍ରେସ ନେତା ସିଦ୍ଧରମୈୟା ମୁଖ୍ୟମନ୍ତ୍ରୀ ୟେଦିରପ୍ପାଙ୍କ ସମ୍ବନ୍ଧୀୟ ବିଧାୟକ କିଣାବିକା ସମ୍ପର୍କିତ ଭିଡିଓକୁ ନେଇ କହିଛନ୍ତି ଯେ, ଏହା ଅମିତ ଶାହା ଏବଂ ୟେଦିରପ୍ପାଙ୍କ ଷଡଯନ୍ତ୍ର । ସେମାନେ ଗଣତନ୍ତ୍ରକୁ ହତ୍ୟା କରିବା ସହ ସମ୍ବିଧାନ ନିୟମକୁ ଉଲ୍ଲଂଘନ କରିଛନ୍ତି । ମୁଖ୍ୟମନ୍ତ୍ରୀ ଏବଂ ଗୃହମନ୍ତ୍ରୀ ଭଳି ଗାରିମାମୟ ପଦରେ ରହିବାର ତାଙ୍କର କୌଣସି ଅଧିକାର ନାହିଁ ।
ଜଦୟୁ ନେତା ତଥା କର୍ଣ୍ଣାଟକର ପୂର୍ବ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ କହିଛନ୍ତି ଯେ, ଭାଜପା କ୍ଷମତା ପାଇଁ କିପରି ଶକ୍ତି ଓ ଅର୍ଥର ଦୁରୂପଯୋଗ ଉପରେ ତାହା ଏହି ଭିଡିଓରୁ ସ୍ପଷ୍ଟ ଜଣାପଡୁଛି । ତେବେ ଏବେ ଲୋକଙ୍କୁ ନିଷ୍ପତ୍ତି ନେବାକୁ ପଡିବ ।
ଏ ପ୍ରସଙ୍ଗରେ କଂଗ୍ରେସ ନେତା କେସି ବେଣୁଗୋପାଳ କହିଛନ୍ତି ଯେ, ମୁଁ ଏହି ଭିଡିଓ ଦେଖି ଏତିକି କହିବି ଯେ, ଆପଣମାନେ ସବୁ ଜାଣିସାରିବେଣୀ କଂଗ୍ରେସ ଏବଂ ଜଦଧ ବିଧାୟକଙ୍କୁ କିଣିବା ପାଇଁ କିପରି ୟେଦିରପ୍ପା ଯୋଜନା କରିଥିଲେ । ଆମେ ସବୁବେଳେ କହିଆସୁଛୁ ଭାଜପା ସରକାରୀ ଏଜେନ୍ସୀର ଦୁରୂପଯୋଗ କରି ବିଧାୟକଙ୍କୁ କିଣିବାର ଚେଷ୍ଟା କରିଛି । ଏବେ ସବୁ ସନେ୍ଦହ ଦୂର ହୋଇଛି । ଆମେ ପ୍ରମାଣ ସହ ଖୁବ୍‌ଶୀଘ୍ର ସୁପି୍ରମକୋର୍ଟଙ୍କ ଦ୍ୱାରସ୍ଥ ହେବୁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*