ଅପରାଜିତ ୩୩୫ ସହ ରେକର୍ଡ ବହିରେ ୱର୍ଣ୍ଣର: ଗଭୀର ସଂକଟରେ ପାକିସ୍ତାନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ଆଡିଲେଡ

ଜବରଦସ୍ତ ଫର୍ମରେ ଥିବା ଓପନ ଡେଭିଡ୍‌ ୱର୍ଣ୍ଣର କି୍ରକେଟ ଇତିହାସ ବହିରେ ନିଜ ନାମ ଦର୍ଜ କରିଥିଲା ବେଳେ ଏଠାରେ ଖେଳାଯାଉଥିବା ପାକିସ୍ତାନ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଅଷ୍ଟ୍ରେଲିଆ ଡ୍ରାଇଭର ସିଟ୍‌ରେ ରହିଛି । ଦ୍ୱିତୀୟ ଦିନର ଖେଳ ଶେଷ ବେଳକୁ ବିଶାଳ ୫୮୯ ରନ୍‌ ପଛରେ ଥିବା ପାକିସ୍ତାନ ନିଜ ପ୍ରଥମ ଇନିଂସରେ ୬ୱିକେଟ୍‌ ହରାଇ ୯୬ ରନ୍‌ କରି ଗଭୀର ସଂକଟରେ ପଡିଛି । ହାତରେ କେବଳ ୪ ୱିକେଟ୍‌ ବାକିଥିଲା ବେଳେ ସେମାନେ ୪୯୩ ରନ୍‌ ପଛରେ ପଡିଛନ୍ତି ପ୍ରଥମ ଇନିଂସ ତୁଳନାରେ । ଅଷ୍ଟ୍ରେଲିଆ ୩ ୱିକେଟ୍‌ରେ ୫୮୯ ରନ୍‌ ସ୍କୋର କରିବା ପରେ ଠିକ୍‌ ଡିନର ପୂର୍ବରୁ ଇନିଂସ ଘୋଷଣା କରିଥିଲା । ଓପନ ଡେଭିଡ୍‌ ୪୧୮ ବଲରୁ ବିଶାଳ ୩୩୫ ରନ୍‌ କରି ଅପରାଜିତ ରହିଥିଲେ । ଏହି ପଡିଆରେ ତି୍ରଶତକ ମାରିବାରେ ସେ ପ୍ରଥମ ବ୍ୟାଟ୍ସମ୍ୟାନ୍‌ ହୋଇଛନ୍ତି । ଏହି ପଡିଆରେ ପୂର୍ବରୁ ସର୍ବାଧିକ ସ୍କୋର ଡନ୍‌ ବ୍ରାଡମ୍ୟାନ୍‌ଙ୍କ ନାମରେ ଥିଲା । ସେ ୧୯୩୨ ମସିହାରେ ଦକ୍ଷିଣ ଆଫି୍ରକା ବିପକ୍ଷରେ ଅପରାଜିତ ୨୯୯ରନ୍‌ ସ୍କୋର କରିଥିଲେ । ବ୍ରାଡମ୍ୟାନ୍‌ଙ୍କ ୩୩୪ ଏବଂ ମାର୍କ ଟେଲରଙ୍କ ମଧ୍ୟ ୩୩୪କୁ ପାର୍‌ ହେବାକୁ ଅଧିନାୟକ ଟିମ୍‌ ସୁଯୋଗ ଦେବାରେ ୩୩୫ରନ୍‌ରେ ପହଞ୍ଚିଥିଲେ ୱର୍ଣ୍ଣର । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ପାକିସ୍ତାନ ପ୍ରଥମରୁ ବିପର୍ଯ୍ୟୟର ସମ୍ମୁଖିନ ହୋଇ ଭୀଷଣ ଅଡୁଆରେ ପଡିଛି । ଇମାମ୍‌ ୨, ଅଧିନାୟକ ଆଝାର ୯, ଆଶାଦ ୯, ସାନ୍‌ ୧୯, ଇଫ୍‌ତିକର ୧୦ ଏବଂ ରିଜୁଆନ୍‌ ୦ କରି ଆଉଟ୍‌ ହୋଇଛନ୍ତି । ଗତ ମ୍ୟାଚ୍‌ ଭଳି ବାବାର ଆଜାମ ଏକାକି ଲଢି ୪୩ ରନ୍‌ରେ ଅପରାଜିତ ଅଛନ୍ତି । ପୁଣି ଏକ ବଡ଼ ବିଜୟ ଆଡକୁ ଅଷ୍ଟ୍ରେଲିଆ ମୁହାଁଇଥିବା ବୁଝାପଡିଯାଉଛି ।
ନୁ୍ୟଜିଲାନ୍ଦ ନିୟନ୍ତ୍ରଣରେ ମ୍ୟାଚ୍‌
ହାମିଲଟନ୍‌ ଠାରେ ଚାଲିଥିବା ଇଂଲନ୍ଦ ବିପକ୍ଷ ଟେଷ୍ଟ ମ୍ୟାଚ୍‌ରେ ଶନିବାର ଦ୍ୱିତୀୟ ଦିନ ପ୍ରଭାବ ପକାଇ ଦେଇଛି ଘରୋଇ ନୁ୍ୟଜିଲାନ୍ଦ । ଚା’ ପାନ ବିରତି ପରେ ୩୭୫ ରନ୍‌ କରି ନୁ୍ୟଜିଲାନ୍ଦ ଅଲଆଉଟ୍‌ ହେବା ପରେ ଇଂଲନ୍ଦ ଆସିଥିଲା ବ୍ୟାଟିଂ କରିବାକୁ । ଏହାର ଦୁଇଟି ୱିକେଟ୍‌ ୩୯ ରନ୍‌ରେ ପଡିଯାଇଛି । ପ୍ରଥମ ଟେଷ୍ଟ ନୁ୍ୟଜିଲାନ୍ଦ ଜିତିସାରିଥିବାରୁ ସିରିଜ ବରାବର କରିବାକୁ ହେଲେ ଇଂଲନ୍ଦକୁ ଏହି ମ୍ୟାଚ୍‌ ଜିତିବା ଦରକାର ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*