ଅନ୍ତିମ ସଂସ୍କାର ପାଇଁ ୱେଟିଂ ଲିଷ୍ଟରେ ଶବ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ରୋମ

କରୋନା ଆତଙ୍କରେ ଏବେ ବିଶ୍ୱବାସୀ ଆତଙ୍କିତ । ମୃତୁ୍ୟ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଏହି ମୃତୁ୍ୟ ତାଲିକାରେ ଏବେ ଚୀନକୁ ପଛରେ ପକାଇ ଦେଇଛି ଇଟାଲୀ । ସଂଖ୍ୟା ଏତେ ବଢିଯାଇଛି ଯେ, ଅନ୍ତିମ ସଂସ୍କାର ପାଇଁ ଶବକୁ ଅପେକ୍ଷା କରିବାକୁ ପଡୁଛି ।
ଇଟାଲୀରେ କରୋନା ମୃତଙ୍କ ସଂଖ୍ୟା ୫ହଜାର ଟପିସାରିଲାଣି । କିଛି ଲୋକଙ୍କର ମୃତ୍ୟୁ ଘରେ ହୋଇଥିଲା ବେଳେ ଆଉ ଅନେକଙ୍କ ମୃତ୍ୟୁ ନର୍ସିଂହୋମରେ ହେଉଛି । ଡାକ୍ତରଖାନାରେ ମୃତଙ୍କୁ ପ୍ରଶାସନ କବର ଦେଉଥିଲା ବେଳେ ଏସମ୍ପର୍କରେ ପରିବାର ଲୋକଙ୍କୁ ଅବଗତ କରାଉଛି । ସରକାରୀ ଅଧିକାରୀଙ୍କ କହିବା ଅନୁସାରେ ଶବଦାହ ଗୃହରେ କର୍ମଚାରୀମାନେ ୨୪ ଘଣ୍ଟା ଧରି କାମ କରୁଛନ୍ତି । ହେଲେ ଶବ ସଂଖ୍ୟା ଏତେ ବଢୁଛି ଯେ, ଶବକୁ ୱେଟିଂ ଲିଷ୍ଟରେ ରଖାଯାଉଛି । ଡାକ୍ତରଖାନାର ଶବ ଗୃହରେ ଶବ ଗଦା ହୋଇରହୁଛି । ପରିସ୍ଥିତି ଏପରି ହେଲାଣି ଯେ, ଶବକୁ ଅନ୍ୟ ସହରରେ ନେଇ ପୋତା ଯାଉଛି । ଆଗକୁ ଏହି ସମସ୍ୟା ଆହୁରି ଜଟିଳ ହେବ ବୋଲି ଜଣାପଡୁଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*