ଅନ୍ତରୀଣ ପୁଲିସ ଡିଜି ଦାୟିତ୍ୱ ନେଲେ ସତ୍ୟଜିତ୍

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : କଟକ/ଭୁବନେଶ୍ୱର
ଆରକ୍ଷୀ ମହାନିଦେ୍ର୍ଦଶକ ବିଜୟ କୁମାର ଶର୍ମାଙ୍କ ରାତି ଅଧିଆ ବଦଳି ପରେ ଅନ୍ତରୀଣ ଆରକ୍ଷୀ ମହାନିଦେ୍ର୍ଦଶକ ଭାବେ ଗୁରୁବାର ଡକ୍ଟର ସତ୍ୟଜିତ ମହାନ୍ତି ଦାୟିତ୍ୱ ଗ୍ରହଣ କରିଛନ୍ତି । ପୁଲିସ ମୁଖ୍ୟାଳୟରେ ଗୁରୁବାର ସେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ତାଙ୍କୁ ଗାର୍ଡ଼ ଅଫ ଅନର ପ୍ରଦାନ କରାଯାଇଥିଲା । ଦାୟିତ୍ୱ ନେବା ପରେ ସେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଆଲୋଚନା କରି ରାଜ୍ୟର ଆଇନ ଶୃଙ୍ଖଳା ରକ୍ଷା କରିବା ଦିଗରେ ପ୍ରାଥମିକତା ଦେବେ ବୋଲି କହିଛନ୍ତି । ୧୯୮୬ ବ୍ୟାଚ ଆଇପିଏସ୍ ଶ୍ରୀ ଅଭୟ ରାଜ୍ୟର ପୂର୍ଣ୍ଣକାଳୀନ ପୁଲିସ ଡିଜି ଭାବେ ଦାୟିତ୍ୱ ତୁଲାଇବେ ।
ଅଭୟ ଏବେ କେନ୍ଦ୍ରୀୟ ଡେପୁଟେସନରେ ଜାତୀୟ ପୁଲିସ ଏକାଡେମିର ନିଦେ୍ର୍ଦଶକ ଥିବାରୁ ସେ ଫେରିବା ପରେ ରାଜ୍ୟ ଆରକ୍ଷୀ ମହାନିଦେ୍ର୍ଦଶକ ଭାବେ ଦାୟିତ୍ୱ ନେବେ । ଅଭୟଙ୍କ ଫେରିବା ପର୍ଯ୍ୟନ୍ତ ଅନ୍ତରୀଣ ଡିଜି ଭାବେ ସତ୍ୟଜିତ ମହାନ୍ତି ଏହି ଦାୟିତ୍ୱ ତୁଲାଇବେ । ସତ୍ୟଜିତ ଅନ୍ତରୀଣ ଡିଜି ସହ ଗୁଇନ୍ଦା ବିଭାଗ ସ୍ୱତନ୍ତ୍ର ଡିଜି ଦାୟିତ୍ୱ ମଧ୍ୟ ସମ୍ଭାଳିବେ । ସତ୍ୟଜିତ ହେଉଛନ୍ତି ୧୯୮୮ ମସିହାର ଆଇପିଏସ୍ ଅଧିକାରୀ ।
ଶ୍ରୀ ମହାନ୍ତି ୧୯୯୦ ମସିହାରେ ଚାକିରୀ ଜୀବନ ଆରମ୍ଭ କରିଥିବା ବେଳେ ୫ରୁ ଅଧିକ ଜିଲ୍ଲା ଏସ୍‌ପି ଭାବେ ଦକ୍ଷତାର କାର୍ଯ୍ୟ କରି ପ୍ରସଂଶିତ ହାଇଥିଲେ । ୧୯୬୧ ମସିହା ଅଗଷ୍ଟ ୩ ତାରିଖରେ ଶ୍ରୀ ମହାନ୍ତି କେନ୍ଦ୍ରାପଡା ଜିଲ୍ଲାରେ ଜନ୍ମ ଗ୍ରହଣ କରିଥିଲେ । ପିଲାବେଳୁ ଉଚ୍ଚଶିକ୍ଷା ଲାଭ କରିବାର ସ୍ୱପ୍ନ ଦେଖିଥିବା ସତ୍ୟଜିତ ୧୯୮୮ରେ ଆଇପିଏସ ପାଇଥିଲେ । ୧୯୯୦ରେ କୋରାପୁଟ ଜୟପୁରର ଅତିରିକ୍ତ ଏସପି ଭାବେ ଅବସ୍ଥିପିତ ହୋଇଥିଲେ । ପରବର୍ତ୍ତି ସମୟରେ ପୁରୀ ଅତିରିକ୍ତ ଏସପି ଭାବେ ଦାୟିତ୍ୱ ନେଇ ସଫଳତାର ସହ କାମ କରିଥିଲେ । ପରବର୍ତ୍ତି ପଦୋନ୍ନତି ପାଇ ସେ କୋରାପୁଟ, ରାଉରକେଲା, କଟକ, ବାଲେଶ୍ୱର ଓ ଭିଜିଲାନ୍ସ ଏସପି ଭାବେ ଦାୟିତ୍ୱ ତୁଲାଇଥିଲେ । ସେହିପରି ଅତିରିକ୍ତ ଟ୍ରାନ୍ସପୋର୍ଟ କମିସନର ଭାବେ ମଧ୍ୟ କାମ କରିଛନ୍ତି । ଡିଆଇଜି ପଦୋନ୍ନତି ପାଇବା ପରେ ଉତରାଞ୍ଚଳ, କେନ୍ଦ୍ରୀଞ୍ଚ ଓ ପଶ୍ଚିମାଞ୍ଚଳ ରେଞ୍ଜ ଡିଆଇଜି ଭାବେ ଅବସ୍ଥାପିତ ହୋଇଥିଲେ । ଆଇଜି ପାହ୍ୟାକୁ ପଦୋନ୍ନତି ପାଇବା ପରେ ସେ ପଶ୍ଚିମାଞ୍ଚଳ ରେଞ୍ଜ, ଅଗ୍ନିଶମ ଓ ହୋମଗାର୍ଡ ବିଭାଗର ଆଇଜି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ । ସେହିପରି ପୁଲିସ ଏକାଡେମୀ ନିଦେ୍ର୍ଦଶକ ଓ ପୁଲିସ ଗୃହ ନିର୍ମାଣ ନିଗମ ପରି·ଳନା ନିଦେ୍ର୍ଦଶକ ଭାବେ ନିଜର ଦାୟିତ୍ୱ ସୁ·ରୁରୂପେ ତୁଳାଇଥିଲେ । ସେ ପୁଲିସ ମୁଖ୍ୟାଳୟ ଅତିରିକ୍ତ ଡିଜି ଭାବେ କାର୍ଯ୍ୟ କରିଥିଲେ । ନିଷ୍ଠାପର ଓ କାର୍ଯ୍ୟଦକ୍ଷତା ଯୋଗୁଁ ଦୁଇଥର ସେ ସମ୍ମାନଜନକ ପୁଲିସ ପଦକ ପାଇବାରେ ସଫଳ ହୋଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*