ଅନୀଲଙ୍କ ଇସ୍ତଫା ନାମଞ୍ଜୁର ଦେବାଳିଆ ପ୍ରକ୍ରିୟାରେ ସହଯୋଗ ପାଇଁ କହିଲେ ଋଣଦାତା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ରିଲାଏନ୍ସ କମ୍ୟୁନିକେସନର ଋଣଦାତାମାନେ କମ୍ପାନୀରୁ ଅନୀଲ ଅମ୍ବାନୀଙ୍କ ସହ ଅନ୍ୟ ୪ଜଣଙ୍କ ଇସ୍ତଫାକୁ ନାମଞ୍ଜୁର କରିଛନ୍ତି । ସେମାନେ କମ୍ପାନୀର ଦେବାଳିଆ ପ୍ରକିୟାରେ ସହଯୋଗ କରିବାକୁ ମଧ୍ୟ କହିଛନ୍ତି ।
ଦ୍ୱିତୀୟ ତ୍ରୟୋମାସରେ ୩୦,୧୪୨ କୋଟିର ବଡ କ୍ଷତି ସହିବା ପରେ ୧୬ ତାରିଖରେ ଅନୀଲ ଅମ୍ବାନୀ ରିଲାଏନ୍ସ କମୁ୍ୟନିକେସନର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଥିଲେ । ଅନୀଲଙ୍କ ସହ ଛାୟା ବିରାନି, ରାୟନା କରାନି, ମଞ୍ଜରୀ କେକ୍‌ର ଏବଂ ସୁରେଶ ରଙ୍ଗାଚର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଥିଲେ । ବିଏସ୍‌ଇକୁ ପ୍ରଦାନ କରାଯାଇଥିବା ସୂଚନା ଅନୁସାରେ ଅରକମ୍‌ ପକ୍ଷରୁ କୁହାଯାଇଛି ଯେ, କମିଟି ଅଫ୍‌ କ୍ରେଡିଟର୍ସଙ୍କ ୨୦ ତାରିଖରେ ହୋଇଥିବା ବୈଠକରେ ସର୍ବସମ୍ମତିକ୍ରମେ ଅନୀଲ ଅମ୍ବାନୀ ଓ ଅନ୍ୟ ୪ ନିର୍ଦ୍ଦେଶକଙ୍କ ଇସ୍ତଫାକୁ ନାମଞ୍ଜୁର କରାଯାଇଛି । ସମସ୍ତ ନିର୍ଦ୍ଦେଶକଙ୍କୁ ସେମାନଙ୍କ ଦାୟିତ୍ୱକୁ ନିର୍ବାହ କରିବା ସହ ଦେବାଳିଆ ପ୍ରକି୍ରୟାକୁ ସୁଚାରୁ ରୂପେ ସଂପାଦନ କରିବା ଦିଗରେ ସହଯୋଗ କରିବାକୁ କୁହାଯାଇଛି । ସୂଚନାଯୋଗ୍ୟ ଯେ, ବକେୟାକୁ ନେଇ ସୁପି୍ରମକୋର୍ଟଙ୍କ ନିର୍ଦ୍ଦେଶ ପରେ ଦ୍ୱିତୀୟ ତ୍ରୟୋମାସରେ କମ୍ପାନୀକୁ ବଡ କ୍ଷତି ସହିବାକୁ ପଡ଼ିଥିଲା । ଟେଲିକମ୍‌ ଇତିହାସରେ ଗୋଟିଏ ତ୍ରୟୋମାସରେ ଏହା ୨ୟ ବୃହତ୍ତ କ୍ଷତି । ଭୋଡାଫୋନ-ଆଇଡିଆ ସେପ୍ଟେମ୍ବର ତ୍ରୟୋମାସରେ ୫୦,୯୨୧କୋଟିର କ୍ଷତି ସହିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*