ଅନିଶ୍ଚିତତା ମଧ୍ୟରେ ପଞ୍ଚାୟତ ସମିତି ବୈଠକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ : ରଘୁନାଥପୁର

ଦୀର୍ଘ ୧୪ ମାସର ବ୍ୟବଧାନ ପରେ ରଘୁନାଥପୁର ପଞ୍ଚାୟତ ସମିତିର ୫ମ ସାଧାରଣ ବୈଠକ ବସିବା ପାଇଁ ବିଡିଓଙ୍କ ପକ୍ଷରୁ ଜଣାଇ ଦିଆଯାଇଥିଲା । ତେବେ ପଞ୍ଚାୟତ ସମିତିର ଚିଠି ଅନୁଯାୟୀ ଜଗତସିଂହପୁର ସାଂସଦ ଡ. ରାଜଶ୍ରୀ ମଲ୍ଲିକ୍, ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସ, ପଞ୍ଚାୟତ ସମିତିର ଅଧ୍ୟକ୍ଷା ସ୍ୱପ୍ନସରିତା ବଳ, ବିଡିଓ ପଞ୍ଚାନନ ପଟ୍ଟାୟତ, ଜିଲ୍ଲାପରିଷଦ ସଭ୍ୟ ଅଶୋକ ମହାରଣା ପ୍ରମୁଖଙ୍କ ସମେତ ସମସ୍ତ ପଞ୍ଚାୟତ ପ୍ରତିନିଧି ଓ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ ମଧ୍ୟ ଜୋରଦାର ଗନ୍ଦଗୋଳ ଘଟି ସଭାକୁ ବାତିଲ କରାଯାଇଥିଲା । ପ୍ରକାଶଥାଉ କି ଦୀର୍ଘ ୧୪ ମାସେ ପୂର୍ବେ ୮/୮/୨୦୧୮ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ପରେ ଗତ ୪.୯.୨୦୧୯ରେ ଏକ ବୈଠକ ପାଇଁ ଚିଠି ହୋଇଥିଲେ ମଧ୍ୟ ତାହା ବାତିଲ୍ ହୋଇଥିଲା । ପୂର୍ବ ପ୍ରସ୍ତୁତି ଅନୁଯାୟୀ ଶୁକ୍ରବାର ଦିନ ବ୍ଲକ୍ ଅଧ୍ୟକ୍ଷା ସ୍ୱପ୍ନସରିତା ବଳଙ୍କ ସଭାପତିତ୍ୱରେ ଆୟୋଜିତ ହେବାକୁ ଥିବା ବୈଠକର ପ୍ରାରମ୍ଭରେ ପିଆରଆଇ ସଭ୍ୟମାନେ ପୂର୍ବ ବୈଠକର ରେଜୁଲେସନ କପିକୁ ପାଇବା ପାଇଁ ଦାବି କରିଥିଲେ ।
ଆହୁରି ମଧ୍ୟ ଗତ ସଭା ପାଇଁ ଆତ୍ମା ଅଧ୍ୟକ୍ଷଙ୍କୁ ନିମନ୍ତ୍ରଣ କରାଯାଇଥିଲେ ମଧ୍ୟ ଚଳିତ ବୈଠକରେ ତାଙ୍କୁ ନିମନ୍ତ୍ରଣ କରାଯାଇନଥିଲା । ଏହିପରି ବ୍ଲକ୍ ପକ୍ଷରୁ କିଛି ତଥ୍ୟ ଲୁଚାଇବା ଓ ଆତ୍ମା ଅଧ୍ୟକ୍ଷଙ୍କ ପ୍ରତି ଆକ୍ରୋଶ ମନୋଭାବ ରଖିବା ପ୍ରତିବାଦରେ ସଂଖ୍ୟାଧିକ ସରପଞ୍ଚ ଓ ସମିତି ସଭ୍ୟ ପାଟିତୁନ୍ଦ କରିଥିଲେ । ତାଙ୍କୁ ମଧ୍ୟ ଅନ୍ୟ କିଛି ସରପଞ୍ଚ ଓ ସମିତି ସଭ୍ୟ ବିରୋଧ କରିଥିଲେ । ଯାହାଦ୍ୱାରା କି ଘୋର ପାଟିତୁନ୍ଦ ମଧ୍ୟରେ ସଭାକୁ ବାତିଲ କରାଗଲା ବୋଲି ଅଧ୍ୟକ୍ଷା ଶ୍ରୀମତି ବଳ ଗୃହରେ ଘୋଷଣା କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*