ଅନିଶ୍ଚିତତା ଭିତରେ ତାଳଦା ସେତୁ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : କାକଟପୁର

ରାଜ୍ୟ ସରକାରଙ୍କ ଗ୍ରାମ୍ୟ ସଂଯୋଗୀକରଣ ଓ ବିଚ୍ଛିନ୍ନାଞ୍ଚଳ ପ୍ରଗତି ସାଧନ ନିମନ୍ତେ ବିଜୁ ସେତୁ ଯୋଜନା ମାଧ୍ୟମରେ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅନ୍ତର୍ଗତ ଖନ୍ଦାସାହି- ତାଳଦା ଗ୍ରାମ ମଧ୍ୟରେ ଯୋଗାଯୋଗ ସଫଳ ପାଇଁ ଓଡ଼ିଶା ଗ୍ରାମ୍ୟ ଉନ୍ନୟନ ବିଭାଗ ଆନୁକୂଲ୍ୟରେ ୨୦୧୩ ମସିହାରେ ସେତୁ ନିର୍ମାଣ ପାଇଁ ଟେନ୍ଦର ଆହ୍ୱାନ କରାଯାଇଥିଲା । ଏହି ସେତୁଟି ନିର୍ମାଣ କାର୍ଯ୍ୟ ଚୁକ୍ତିପତ୍ର ଅନୁଯାୟୀ ପୂର୍ଣ୍ଣାଙ୍ଗ ସକାଶେ ଅଟ୍ଟକଳ ମୂଲ୍ୟ ୩୧ କୋଟି ୬୨ଲକ୍ଷ ୮୦ ହଜାର ୭୩୨ ଟଙ୍କା ଥିଲାବେଳେ ଏହାର କାର୍ଯ୍ୟ ଆରମ୍ଭ ଜାନୁଆରୀ ୧୬, ୨୦୧୪ ସହିତ କାର୍ଯ୍ୟ ଶେଷ ପାଇଁ ଜୁଳାଇ ୧୫,୨୦୧୬ ଧାର୍ଯ୍ୟ କରାଯାଇଥିଲା । ପ୍ରକାଶଥାଉ କି ଜନ ସୂଚନା ଆଇନ ୨୦୦୫ ଅନୁଯାୟୀ କାକଟପୁର ଗ୍ରାମ୍ୟ ଉନ୍ନୟନ ଉପଖନ୍ଦ କାର୍ଯ୍ୟାଳୟରୁ ପ୍ରାପ୍ତ ହୋଇଥିବା ତଥ୍ୟ ମୁତାବକ କାର୍ଯ୍ୟଗ୍ରାହୀ ସଂସ୍ଥା ୨୪ଟି ରନିଙ୍ଗ୍‌ ବିଲ୍‌ ମାଧ୍ୟମରେ ସମୁଦାୟ ୨୯ କୋଟି ୭୮ ଲକ୍ଷ ୪୦ ହଜାର ଟଙ୍କା ପ୍ରାପ୍ୟ ଗ୍ରହଣ କରିଛି । ଯାହାକି ୯୧୧, ୯୧୨, ୮୯୬, ୮୮୦, ୮୭୮, ୬୩୬, ୬୩୫ ଏବଂ ୬୩୭ ନଂ ମାପ ପୁସ୍ତିକାରେ ଉଲ୍ଲେଖ କରାଯାଇଛି । ଚୁକ୍ତି ହୋଇଥିବା ସମୟକୁ ଚାହିଁ କାର୍ଯ୍ୟ ସରିବାକୁ ୬ ମାସ ବାକି ଥିବା ବେଳେ ନିମାପଡ଼ା ଗ୍ରାମ୍ୟ ଉନ୍ନୟନ ନିର୍ବାହୀ ଯନ୍ତ୍ରୀଙ୍କଠାରୁ ଜାନୁଆରୀ ୬,୨୦୧୬ ରେ ମୁଖ୍ୟ ଯନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ବିଭାଗ ଓଡ଼ିଶାଙ୍କ ନିକଟକୁ ଆହୁରି ଅଧିକ ୩୧ ଲକ୍ଷ ୬୧ ହଜାର ୯୭୦ ଟଙ୍କା ଆବଶ୍ୟକ ବୋଲି ଏକ ଡେଭିଏସନ ପ୍ରସ୍ତାବ ପଠାଇଥିଲେ । ଉଚ୍ଚ ପଦସ୍ଥ ଯନ୍ତ୍ରୀଙ୍କ ଇଚ୍ଛା ଶକ୍ତି ଅଭାବରୁ ସେତୁଟିର ଭାଗ୍ୟ କ’ଣ ହେବା ତାହା ଅନିଶ୍ଚିତତା ଭିତରେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*