ଅନିର୍ଦ୍ଦିଷ୍ଟକାଳ ପାଇଁ ବସ ଚଳାଚଳ ବନ୍ଦ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଆସିକା

ଦୀର୍ଘ ଦିନ ହେଲା ବ୍ରହ୍ମପୁର କନିଷିଠାରେ ବହୁ ଟଙ୍କା ବ୍ୟୟରେ ନିର୍ମିତ ନୂତନ ବସ ଟର୍ମିନାଲ ଓ ବ୍ରହ୍ମପୁର ବସଷ୍ଟାନ୍ଦର ପୁନଃରୁଦ୍ଧାରକୁ ବିରୋଧ କରି ଗଞ୍ଜାମ ଘରୋଇ ବସ ସଂଘ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଆସିକା ଘରୋଇ ବସ ମାଲିକ ସଂଘ ଏଥିରେ ସାମିଲ ହୋଇଛି । ମଙ୍ଗଳବାର ଜିଲ୍ଲା ପ୍ରଶାସନ ଓ ଗଞ୍ଜାମ ଘରୋଇ ବସ ମାଲିକ ସଂଘ ଆଲୋଚନା ବିଫଳ ପରେ ଅନିର୍ଦ୍ଧିଷ୍ଟକାଳ ପାଇଁ ବନ୍ଦ ଡାକରା ଦିଆଯାଇଛି । ସାରା ଜିଲ୍ଲାରେ ୭ ଶହ ଘରୋଇ ବସ, ୨ଶହ ମିନି ବସ ଏହି ଆନେ୍ଦାଳନରେ ସାମିଲ ଯୋଗୁଁ ଜିଲ୍ଲାରେ ଯାତ୍ରୀ ସେବା ଠପ ହୋଇଯାଇଛି । ଜିଲ୍ଲାର ପ୍ରତ୍ୟେକ ସହରରେ ଦିନ ତମାମ ଯାତ୍ରୀବାହି ବସ ନପାଇ ଲୋକ ଭୋକ ଉପାସରେ ବସଷ୍ଟାନ୍ଦରେ ପଡି ରହିଛନ୍ତି । ଜିଲ୍ଲା ପ୍ରଶାସନ ଯାତ୍ରୀ ପରିବହନ ପାଇଁ କୌଣସି ବିକଳ୍ପ ପଦକ୍ଷେପ ନେଇ ପାରିନାହିଁ । ଯାତ୍ରୀମାନେ ଅଟୋ, ଭଡା କାର ଚଢା ଦରରେ ଦେବା ସାଙ୍ଗକୁ ପରିବାର ସହ କୌଣସି ଉପାୟ ନପାଇ ମାଲବାହି ଟ୍ରକ ଗୁଡିକରେ ବିପଦଜ୍ଜନକ ଭାବେ ଯାତାୟାତ କରୁଥିବା ଜଣାଯାଇଛି । ଏହି ବନ୍ଦ ଆନେ୍ଦାଳନରେ ଆସିକାର ୧୫୦ଟି ଯାତ୍ରିବାହୀ ବସ ସହ ୫୦ରୁ ଅଧିକ ମିନିବସ ସାମିଲ ହୋଇଛି । ଏହାର ପ୍ରଭାବରେ ଶହଶହ ଯାତ୍ରୀ ଆସିକା ନୂଆ ବସଷ୍ଟାନ୍ଦ, ଆସିକା ଓଏସଆରଟି ବସଷ୍ଟାନ୍ଦ, ବିଜୁ ଛକ, କାଳଷନ୍ଦପୁର ଛକ, କଲେଜ ଛକ ଠାରେ ଦୂର ଦୁରନ୍ତକୁ ଯିବା ପାଇଁ ଗାଡି ନପାଇ ଶୀତ କାକରରେ ପଡି ରହିଛନ୍ତି । ତୁରନ୍ତ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବା ପାଇଁ ଜନ ସାଧାରଣ ଓ ଯାତ୍ରୀ ମାନଙ୍କ ପକ୍ଷରୁ ଦାବି ହୋଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*