ଅନଲାଇନ ବିରିୟାନୀ ପଡିଲା ମହଙ୍ଗା, ଅର୍ଡର କ୍ୟାନସଲ ପାଇଁ କଟିଲା ୫୦ ହଜାର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : କୋଲକତା
ଆଜିକାଲି ଅନଲାଇନ ଅର୍ଡର କଲେ ଘରେ ବସି ବସି ଆରମରେ ସବୁ ମିଳି ଯାଉଛି । କିନ୍ତୁ ବେଳେ ବେଳେ ଅନଲାଇନ ଅର୍ଡରରେ ଆମେ ଏତେ ଠକାମିରେ ପଡୁଛେ ଯେ, କେବଳ କାନ ମୁନ୍ଦ ଆଉଁଷିକି ରହିବାକୁ ପଡୁଛି । ଏପରି ଏକ ଘଟଣା ଘଟିଛି କୋଲକତାରେ ।
ଏଠାରେ ନିଶାନ୍ତ ରାଜ ନାମକ ଜଣେ ଯୁବକକୁ ବିରିୟାନୀ ଖାଇବା ଖୁବ ମହଙ୍ଗା ପଡିଛି । ନିଶାନ୍ତ ବାହାରକୁ ବୁଲିବାକୁ ଯାଇଥିଲେ ଓ ଘରକୁ ଫେରିବା ବେଳେ ବାଟରେ ଅନଲାଇନ ଫୁଡ ଡେଲିଭରୀ କମ୍ପାନୀ ଜୋମାଟୋରୁ ଗୋଟିଏ ପ୍ଲେଟ ବିରିୟାନୀ ଅର୍ଡର କରିଥିଲେ । ଘରକୁ ଫେରି ଦେଖିଲେ ଯେ ଘରେ ରୋଷେଇ ହୋଇ ସାରିଛି, ତେଣୁ ସେ ଅର୍ଡର କ୍ୟାନସଲ କରିବାକୁ ଜୋମାଟୋର କଷ୍ଟମର କେୟାରର ନମ୍ବର ଗୁଗୁଲରୁ ସର୍ଚ୍ଚ କଲେ ।
ନିଶାନ୍ତଙ୍କ କହିବା ଅନୁଯାୟୀ, ଗୁଗୁଲରୁ ପାଇଥିବା ନମ୍ବରରେ କଲ କରିବାରୁ କଷ୍ଟମର କେୟାରରୁ କହିଥିଲେ କି, କ୍ୟାନସଲ ଟଙ୍କା ତାଙ୍କ ଆକାଉଂଟକୁ ଫେରାଇ ଦିଆଯିବ ଓ ସେଥିପାଇଁ ତାଙ୍କୁ ଏକ ଆପ୍ ଡାଉନଲୋଡ କରିବାକୁ ପଡିବ । ନିଶାନ୍ତ ଏହି ଆପ୍୍‌ ଡାଉନଲୋଡ କରିବାର କିଛି ସମୟ ପରେ ତାଙ୍କ ଫୋନକୁ ମେସେଜ ଆସିବା ଆରମ୍ଭ ହୋଇଗଲା ।
ମାତ୍ର କିଛି ସମୟ ମଧ୍ୟରେ ତାଙ୍କ ବ୍ୟାଙ୍କ ଖାତାରୁ ତିନି ଥରରେ ୧୯୯୯୯, ୧୯୯୯୯, ଓ ୯୯୯୯ ଟଙ୍କା କଟିବାର ମେସେଜ ଆସିଥିଲା । ସେତେବେଳକୁ ନିଶାନ୍ତ ଜାଣିସାରିଥିଲେ କି, ତାଙ୍କ ସହିତ କ’ଣ ଘଟିଛି । ସେ ତୁରନ୍ତ ନିକଟସ୍ଥ ଥାନାରେ ଏଫଆଇଆର ଦେଇଥିଲେ । ପୁଲିସ ଏହି ଘଟଣାରେ ଏକ ସାଇବର କ୍ରାଇମ ମାମଲା ରୁଜୁ କରିଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*