ରଙ୍ଗଶାଳାର ଆଉ ଏକ ନୂଆ କାହାଣୀ ସରକାରୀ ଖାତାରେ ମାର୍ଚ୍ଚ ୨୦୧୮ରୁ ଉଚ୍ଛେଦ ସରିଛି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ପିଇଓ ସ୍ମିତାରାଣୀ ହତ୍ୟା ମାମଲାର ମୁକସାକ୍ଷୀ ସେହି ରଙ୍ଗଶାଳା ଭିତରେ ଲୁଚି ରହିଛି ଅନେକ କାହାଣୀ । ନିର୍ଭୟ ପ୍ରଥମରୁ ହିଁ ଏହି ଘଟଣାରେ ନେତା, ମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସରକାରୀ କର୍ମଚାରୀ, ପୁଲିସ ଅଧିକାରୀ ସମସ୍ତେ ଛନ୍ଦାଛନ୍ଦି ହୋଇ ରହିଥିବା ଅଭିଯୋଗ କରିଆସୁଛି । ଶୁକ୍ରବାର ସ୍ମିତାରାଣୀଙ୍କ ବାପା ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ରାଜ୍ୟ ଛାଡ଼ି ଯିବାର ସୂଚନା ଦେବା ଏହା ପ୍ରମାଣିତ କରିଛି ଯେ ଘଟଣା ପଛର ହାତ ବେଶ୍‌ ଲମ୍ବା । ଆଉ ଶନିବାର ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ ଏହି ଘଟଣାକୁ ନେଇ ଯେଉଁ ବଡ଼ ଖୁଲାସା କରିଛନ୍ତି ତାହା ନିର୍ଭୟ ର ସେହି ଘଟଣାରେ ସମସ୍ତଙ୍କ ହାତଥିବା ଅଭିଯୋଗକୁ ପ୍ରମାଣିତ ମଧ୍ୟ କରୁଛି ।
ରଙ୍ଗଶାଳାରେ ସ୍ମିତାରାଣୀଙ୍କ ହତ୍ୟା ଘଟଣା ପରେ ରଙ୍ଗଶାଳାକୁ ନେଇ ଚର୍ଚ୍ଚା ଆରମ୍ଭ ହେବାରୁ ଜିଲା ପ୍ରଶାସନ ୧୪୪ ଧାରା ଲାଗୁ କରି ମପାଚୁପା ଆରମ୍ଭ କରିଥିଲା । ପରେ ଜଣାପଡ଼ିଥିଲା ଏହା ସରକାରୀ ଜମିରେ ବେଆଇନ୍‌ ଭାବେ ନିର୍ମିତ । ପରେ ଏହାକୁ ଉଚ୍ଛେଦ କରିବାର ନିଦେ୍ର୍ଦଶ ଦିଆଯାଇଛି । ହେଲେ ଶନିବାର ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନାଏକ ରଙ୍ଗଶାଳାକୁ ନେଇ ଆଉ ଏକ ନୂଆ ତଥ୍ୟ ଉଲ୍ଲେଖ କରିଛନ୍ତି । ସେ କହିଛନ୍ତି ଯେ ସ୍ଥାନୀୟ ତହସିଲ ଅଫିସର ତଥ୍ୟ ଅନୁସାରେ ମାର୍ଚ୍ଚ ୨୭, ୨୦୧୮ରେ ସରକାରୀ ଜମିରେ ନିର୍ମିତ ଏହି ରଙ୍ଗଶାଳାକୁ ଉଚ୍ଛେଦ କରାଯାଇଛି । ଆର୍‌ଇ କ୍ଷୀରାବ୍ଧି ପନ୍ଦାଙ୍କ ସ୍ୱାକ୍ଷରରେ ଏକ ଉଚ୍ଛେଦ ରିପୋର୍ଟ ମାର୍ଚ୍ଚ ୨୭, ୨୦୧୮ରେ ତହସିଲ ଅଫିସକୁ ଦିଆଯାଇଛି । ତହସିଲଦାରଙ୍କଠାରୁ ଆରମ୍ଭ କରି ଜିଲାପାଳ ସମସ୍ତେ ଏହା ଜାଣନ୍ତି । ତେଣୁ ଜିଲାପାଳ ଏହି ରିପୋର୍ଟର ସତ୍ୟତା ଉପରେ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ସେ ଦାବି କରିଛନ୍ତି । ସେ ଆହୁରି କହିଛନ୍ତି, ଏହି ରଙ୍ଗଶାଳାର ମିଛ ଉଚ୍ଛେଦର ଖଳନାୟକ କେଉଁମାନେ ଥିଲେ ତା’ର ତଦନ୍ତ କରିବା ଆବଶ୍ୟକ । ଯଦି ରଙ୍ଗଶାଳାର ତଦନ୍ତ ଠିକ୍‌ରେ କରାଯାଏ ତେବେ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ସହ କାହାର ସମ୍ପର୍କ ଅଛି ଆଉ ଏହି ରଙ୍ଗଶାଳାକୁ କେଉଁମାନେ ଆସନ୍ତି ତାହା ପଦାକୁ ଆସିବ ।
ସ୍ମିତାରାଣୀ ହତ୍ୟା ମାମଲାରେ ଏସ୍‌ପି ଚରଣ ସିଂ ମୀନାଙ୍କ ବୟାନ ଅନେକ ସନେ୍ଦହ ସୃଷ୍ଟି କରିଛି । ସେହିପରି ଘଟଣା ଉପରେ ଧଳା ଚାଦର ଘୋଡ଼ାଇବା ପାଇଁ ମହିଳା କମିଶନ ଅଧ୍ୟକ୍ଷା ମିନତି ବେହେରା କ୍ରାଇମ୍‌ବ୍ରାଞ୍ଚ ସୁପାରିସ କରିଥିବା କଥା ନିର୍ଭୟ ମଧ୍ୟ ଉଠାଇଥିଲା । ଶନିବାର ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ନାଏକ ଯାଜପୁର ଏସ୍‌ପି ଏବଂ ମହିଳା କମିଶନ ଅଧ୍ୟକ୍ଷାଙ୍କ ବରଖାସ୍ତ ଦାବି କରିଛନ୍ତି । ସେ କହିଛନ୍ତି ଯେ, ସ୍ମିତାରାଣୀଙ୍କ ପରିବାର କଥାକୁ ତଦନ୍ତ ପରିସରଭୁକ୍ତ ନକରି ଯିଏ ଅପରାଧୀ ତା’ କଥାରେ ସ୍ମିତାରାଣୀଙ୍କ ଚରିତ୍ରକୁ ଏସ୍‌ପି ଆକ୍ଷେପ କରିବା ଆଶ୍ଚର୍ଯ୍ୟର ବିଷୟ । ମହିଳା କମିଶନ ଅଧ୍ୟକ୍ଷା ମଧ୍ୟ ଆଶ୍ଚର୍ଯ୍ୟଜନକ ଭାବେ ସ୍ମିତାରାଣୀଙ୍କ ପରିବାରକୁ ଭେଟିଲେ ନାହିଁ । ତେଣୁ ସନେ୍ଦହ ସ୍ପଷ୍ଟ । ଘଟଣାକୁ ଚାପିଦେବାର ଜୋରଦାର ଚେଷ୍ଟା ଚାଲିଛି । ରାଜ୍ୟ ସରକାର ତୁରନ୍ତ ଏସ୍‌ପି ଏବଂ ମହିଳା କମିଶନ ଅଧ୍ୟକ୍ଷାଙ୍କୁ ବହିଷ୍କାର ନକଲେ ଆନେ୍ଦାଳନ ବ୍ୟାପକ ହେବ । ସେ ଆହୁରି ମଧ୍ୟ ଚେତାବନୀ ଦେଇଛନ୍ତି ଯେ, ବିଧାନସଭା ଅଧିବେଶନ ପୂର୍ବରୁ ଯଦି ସରକାର ସ୍ମିତାରାଣୀ ହତ୍ୟା ଓ ଦୁଷ୍କର୍ମ ମାମଲାର ସିବିଆଇ ତଦନ୍ତ ପାଇଁ ସୁପାରିସ ନକରନ୍ତି ତେବେ ବିରୋଧୀ ଦଳ ପକ୍ଷରୁ ବିଧାନସଭା ଅଚଳ କରାଯିବ । ସିବିଆଇ ତଦନ୍ତ ହେଲେ ରଙ୍ଗଶାଳାରେ କିଏ କିଏ ଥିଲେ, କାହିଁକି ସେମାନେ ସ୍ମିତାରାଣୀଙ୍କୁ ହତ୍ୟା କଲେ ତାହା ପଦାକୁ ଆସିବ । କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ନିଦେ୍ର୍ଦଶ ଦେଇ ଅସଲ ଅପରାଧୀକୁ ଖସାଇବାର ଉଦ୍ୟମ କରାଗଲେ ଏହାକୁ କଡ଼ା ବିରୋଧ କରିବ ଭାଜପା । ଏଥିସହ ଶ୍ରୀ ନାଏକ ସ୍ମିତାରାଣୀଙ୍କ ପରିବାରକୁ ୨୪ ଘଣ୍ଟିଆ ପୁଲିସ ସୁରକ୍ଷା ଦିଆଯିବାର ଦାବି କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*