ଅଣ ପେଟ୍ରୋଲିୟମ୍‌ କମ୍ପାନୀ ମଧ୍ୟ ଖୋଲିପାରିବେ ପେଟ୍ରୋଲ ପମ୍ପ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ନୂଆଦିଲ୍ଲୀ

ସରକାର ଇନ୍ଧନର ଖୁଚୁରା ବ୍ୟବସାୟ ପାଇଁ ଅଣ ପେଟ୍ରୋଲିୟମ୍‌ କମ୍ପାନୀ ପାଇଁ ଦ୍ୱାର ଖୋଲିଛନ୍ତି । ଫଳରେ ଏବେ ଯେଉଁ କମ୍ପାନୀମାନେ ପେଟ୍ରୋଲିୟମ୍‌ ସେକ୍ଟରରେ କାମ କରୁନାହାନ୍ତି ସେମାନେ ମଧ୍ୟ ଏହି ଶିଳ୍ପରେ ନିଜକୁ ସାମିଲ କରିପାରିବେ । କୁହାଯାଉଛି ଯେ, ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଇନ୍ଧନର ଏହି ଖୁଚୁରା କାରବାର କ୍ଷେତ୍ରରେ ପ୍ରତିଯୋଗିତା ବଢିବ ।
କେନ୍ଦ୍ର କ୍ୟାବିନେଟ୍‌ ବୈଠକ ପରେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭେଡକର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଇନ୍ଧନର ଖୁଚୁରା କାରବାର କ୍ଷେତ୍ରରେ ଅଣ ପେଟ୍ରୋଲିୟମ୍‌ କମ୍ପାନୀଙ୍କ ପ୍ରବେଶ ଦ୍ୱାରା ନିବେଶ ଏବଂ ପ୍ରତିଯୋଗିତା ବଢିବ । ବର୍ତ୍ତମାନ ଦେଶର ଇନ୍ଧନ ଖୁଚୁରା କାରବାର ପାଇଁ ଲାଇସେନ୍ସ ପାଇବା ନିମନ୍ତେ କୌଣସି କମ୍ପାନୀକୁ ଅତି କମରେ ପେଟ୍ରୋଲିୟମର ବିଭିନ୍ନ କ୍ଷେତ୍ରରେ ୨ହଜାର କୋଟିର ନିବେଶ କରିବାର ଆବଶ୍ୟକତା ଥିଲା । ଏବେ ମନ୍ତ୍ରିମନ୍ଦଳର ଆର୍ଥିକ ସମିତି ବାହନ ଇନ୍ଧନର ବିପଣନ ଅଧିକାର ସମ୍ବନ୍ଧରେ ନିୟମର ସମୀକ୍ଷାକୁ ଅନୁମତି ଦେଇଛି । ଯେଉଁ କମ୍ପାନୀମାନଙ୍କର କାରବାର ୨୫୦କୋଟି ଟଙ୍କା ସେମାନେ ଇନ୍ଧନର ଖୁଚୁରା କାରବାରରେ ପ୍ରବେଶ କରିପାରିବେ । ଏଥିପାଇଁ ସର୍ତ୍ତ ଏହା ରହିବ ଯେ, ସେମାନେ ଅତି କମରେ ୫ପ୍ରତିଶତ ପେଟ୍ରୋଲ ପମ୍ପ ଗ୍ରାମୀଣ ଅଞ୍ଚଳରେ ଖୋଲିବେ । ବର୍ତ୍ତମାନ ଦେଶରେ ପାଖାପାଖି ୬୫ହଜାର ପେଟ୍ରୋଲ ପମ୍ପ ପରିଚାଳିତ ହେଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*