ଅଣ୍ଟା ବିନ୍ଧା ପାଇଁ ଡାକ୍ତରଖାନାରେ ଭଦ୍ରା, ରାତିରେ ଜଗିଥିଲେ ପ୍ରିୟଙ୍କା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୋଏଡା
କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ଭଦ୍ରା ଅଣ୍ଟା ବିନ୍ଧା ପାଇଁ ନୋଏଡାର ଡାକ୍ତରଖାନାରେ ସୋମବାର ଭର୍ତ୍ତି ହୋଇଥିଲେ । ଅପରାହ୍ନରେ ତାଙ୍କୁ ଡାକ୍ତରଖାନାକୁ ନିଆଯାଇଥିଲା ବେଳେ ବରିଷ୍ଠ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା କରାଯାଉଛି । ସୋମବାର ରାତିରେ ସ୍ୱାମୀଙ୍କୁ ଡାକ୍ତରଖାନାରେ ଜଗି ରହିଥିଲେ ପ୍ରିୟଙ୍କା । ସକାଳୁ ସେ ଫେରିଯାଇଥିଲେ ଘରକୁ ।
ମଙ୍ଗଳବାର ପ୍ରିୟଙ୍କାଙ୍କର ରାୟବରେଲି ଗସ୍ତ କାର୍ଯ୍ୟକ୍ରମ ରହିଥିଲା । ମଙ୍ଗଳବାର ଅପରାହ୍ନ ପର୍ଯ୍ୟନ୍ତ ରବର୍ଟ ନୋଏଡାର ଏହି ମେଟ୍ରୋ ଡାକ୍ତରଖାନାରେ ରହିଥିଲା ବେଳେ ସେ କେତେଦିନ ପର୍ଯ୍ୟନ୍ତ ରହିବେ ଏବଂ କେଉଁ ସମସ୍ୟା ତାଙ୍କର ରହିଛି ତାହା ଜଣାପଡିନାହିଁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*